ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା ଓ ବାଣିଜ୍ୟ ଦ୍ରବ୍ୟର ବୃଦ୍ଧି ଘଟାଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୁଲାଇରେ ବାଣିଜ୍ୟ ରପ୍ତାନି ୫ମାସର ସର୍ବନିମ୍ନ ୩୫.୨ ବିଲିୟନ ଡଲାର ହ୍ରାସ ପାଇଥିବାବେଳେ ସେହି ସମୟ ମଧ୍ୟରେ ଆମଦାନୀ କ୍ରମାଗତ ଭାବେ ୬୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଶ୍ରେଷ୍ଠ ୧୦ରୁ ୭ ସାମଗ୍ରୀର ରତ୍ପାନି ଯଥା ଇଞ୍ଜିନିୟରିଂ ସାମଗ୍ରୀ ୨.୫%, ପେଟ୍ରୋଲିୟମ ଉତ୍ପାଦ ୭.୧%, ରତ୍ନ ଏବଂ ଅଳଙ୍କାର ୫.୨%, ଫାର୍ମାସ୍ୟୁଟିକାଲ୍ସ ୧.୪%, ପ୍ରସ୍ତୁତ ପୋଷାକ ୦.୬%, କଟନ ସୂତା ୨୮.୩% ଏବଂ ପ୍ଲାଷ୍ଟିକ୍‌ ୩.୪% ହୋଇଛି। ତେବେ ରାସାୟନିକ ପଦାର୍ଥ ରପ୍ତାନି ୭.୯%, ବୈଦ୍ୟୁତିକ ସାମଗ୍ରୀ ୪୬.୧%, ଚାଉଳ ୩୦.୨ % ରପ୍ତାନିରେ ଦୃଢ ଅଭିବୃଦ୍ଧି ଘଟିଛି। ପ୍ରମୁଖ ଆମଦାନୀ ସାମଗ୍ରୀ ମଧ୍ୟରେ ସୁନା ଆମଦାନୀ ୪୩.୬% ହ୍ରାସ ପାଇ ୨.୪ ବିଲିୟନ ଡଲାରରେ ପହଞ୍ଚିଛି। ପେଟ୍ରୋଲିୟମ ରପ୍ତାନିରେ ୭% ଚୁକ୍ତି ହୋଇ ୫.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ତେବେ ଘରୋଇ ଅର୍ଥନୈତିକ କାର୍ଯ୍ୟକଳାପରେ ପୁନରୁଦ୍ଧାର ତଥା ମୂଲ୍ୟ ଚାପ ବୃଦ୍ଧି ହେତୁ ଅଣ ତୈଳ, ରତ୍ନ ଏବଂ ଅଳଙ୍କାର ଆମଦାନୀ ୪୨.୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ବାଣିଜ୍ୟ ସଚିବ ବି.ଭି.ଆର୍‌. ସୁବ୍ରମଣ୍ୟମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?