Posted inଜାତୀୟ

ଭୋକରେ ରହିବେ ନାହିଁ ଦେଶର କୌଣସି ଗରିବ ଭଉଣୀ-ଭାଇ: ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି ସରକାର ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ପାରୁଛନ୍ତି ତେବେ ଏହାର ସମସ୍ତ ଶ୍ରେୟ କୃଷକ ଓ ସଚ୍ଚୋଟ କରଦାତାଙ୍କ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି। ତେଣୁ କୃଷକ, କରଦାତାଙ୍କୁ ସେ ଅନ୍ତରୁରୁ ଧନ୍ୟବାଦ ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଦୀପାବଳୀ ଓ ଛଟ ପୂଜା ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍‌ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରତ୍ୟେକ ପରିବାରକୁ ପ୍ରତିମାସରେ ୫ କିଲୋଗ୍ରାମ ଗହମ ବା ଚାଉଳ ଓ ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ୯୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ମଧ୍ୟ ଏଥିପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମୋଦି କହିଛନ୍ତି। କରୋନା ମହାମାରୀକୁ ନେଇ ମୋଦି କହିଛନ୍ତି, ଗାଁ ମୁଖିଆ ହୁଅନ୍ତୁ ଅବା ଦେଶର ପ୍ରଧାନମନ୍ତ୍ରୀ ନିୟମର ଉପରେ କେହି ନୁହେଁ। ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିୟମର କଡାକଡି ପାଳନ କରାଯାଉଥିଲା। ହେଲେ ଅନ୍‌ଲକ୍‌ ହେବା ପରେ ଲୋକେ ଏକ ପ୍ରକାର ବେପରୁଆ ହୋଇଯାଇଛନ୍ତି। ଉଦାହରଣ ଦେଇ ମୋଦି କହିଥିଲେ ଆପଣମାନେ ଖବରରୁ ଜାଣିବାକୁ ପାଇଥିବେ ଯେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନ ପିନ୍ଧି ସର୍ବସାଧାରଣ ସ୍ଥାନକୁ ଚାଲିଯିବାରୁ ତାଙ୍କ ଉପରେ ପାଖାପାଖି ୧୩ ହଜାର ଟଙ୍କାର ଜରିମାନା ଲାଗିଥିଲା। ତେଣୁ ଆଇନ ବା ନିୟମରେ ଊର୍ଦ୍ଧ୍ୱରେ କେହି ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏବେ ଅନ୍‌ଲକ୍‌ ୨.୦ ଭିତରକୁ ଗତି କରୁଛେ ଏହାସହ ଥଣ୍ଡା, କାଶ, କଫର ଋତୁ ମଧ୍ୟକୁ ବି ଗତି କରୁଛେ। ତେଣୁ ଏହି ସମୟରେ ଆମେ ଆମର ଯତ୍ନ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌କୁ ପାଳନ କରାଯାଇ ଯୋଗ ଦିବସ...

ଆଇସିଏମଆର୍‌ର ଚେତାବନୀ: ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ,୧୬।୭: ଭାରତରେ କରୋନାର ତୃତୀୟ ଲହର ଭୟ ଲୋକଙ୍କୁ ଘାରିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ। ତଥାପି, ଏହାର ପ୍ରଭାବ...

ମହାରାଷ୍ଟ୍ର ରାଜନୀତିକୁ ନେଇ ମୋଦି-ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ରାଜନୀତି ଡ୍ରାମାକୁ ନେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି ହୋଇଛି। ମଙ୍ଗଳବାର ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର...

ମୁଖ୍ୟମନ୍ତ୍ରୀ ଚୁଡି-ବିନ୍ଦି ବଦଳରେ ରୋଜଗାର କାହିଁକି ବାଣ୍ଟୁ ନାହାନ୍ତି: ପ୍ରିୟଙ୍କା

ଡେରାଡୁନ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ହେଉଛି ଅନ୍ତିମ ପ୍ରଚାରର ଦିନ । ଏହି ଶେଷ ଦିନରେ ଜନ ସମର୍ଥନ ପାଇଁ ଭାରତୀୟ...

ଅଓ୍ବନ୍ତିପୋରା ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ...

ଗୁଜରାଟ ବିଜୟ ୨୦୨୪ ନିର୍ବାଚନ ଉପରେ ପକାଇବ ସକରାତ୍ମକ ପ୍ରଭାବ: ଶାହା

ନୂଆଦିଲ୍ଲୀ,୨୬ ।୧୨: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଉପରେ ସକରାତ୍ମ...

ପ୍ରତିଦିନ ଆରମ୍ଭ ହେଉଛି ସିବିଆଇ-ଇଡ଼ିର ନୂଆ ଖେଳ, ଦେଶର ବିକାଶ କିପରି ହେବ ସମ୍ଭବ…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ନୂତନ ଅବକାରୀ ନୀତିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ...

‘ୟୁପିରେ ଭାଜପା ୨୦୧୨ ସ୍ଥିତିକୁ ଖସିବ’

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶରେ ଭାଜପାର ଅବସ୍ଥା ୨୦୧୨ ନିର୍ବାଚନ ଭଳି ହେବ। ସେଥର ଭାଜପାକୁ ମାତ୍ର ୪୭ ଆସନ ମିଳିଥିଲା। ସେହିଭଳି ଏଥର ମଧ୍ୟ ଭାଜପା ୫୦...

Advertisement
Archives

Model This Week