ଓଟିଟି ନୁହେଁ ସିନେମା ହଲ୍‌ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍‌ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ପରେ କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି। କେବଳ ସିନେମା ନୁହେଁ କିଛି ଧାରାବାହିକ ନିର୍ମାତା ମଧ୍ୟ ସେମାନଙ୍କର ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଇତିମଧ୍ୟରେ ଚର୍ଚ୍ଚାକୁ ଆସିଛି କରୋନା ପୂର୍ବରୁ ରିଲିଜ୍‌ ନ ହୋଇ ପଡି ରହିଥିବା ଫିଲ୍ମ ଗୁଡିକର କଥା। ଅଂଗ୍ରେଜି ମିଡିୟମ ପରେ ଆଉ ସିନେମା ହଲରେ ଫିଲ୍ମ ରିଲିଜ୍‌ କରାଯାଇ ନାହିଁ। କିଛି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିବା ବେଳେ ଏବେ କିନ୍ତୁ ଚର୍ଚ୍ଚାକୁ ଆସିଛି ଅକ୍ଷୟ କୁମାରଙ୍କ ଅଭିନୀତ ସୂର୍ଯ୍ୟବଂଶୀ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ୮୩। ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜକୁ ନେଇ ଥିଏଟର ମାଲିକ ବିରୋଧ କରୁଥିବା ବେଳେ ଏବେ ସୂର୍ଯ୍ୟବଂଶୀ ଓ ୮୩ ଥିଏଟରରେ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳିଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ୨ଟି ଫିଲ୍ମର ପୋଷ୍ଟର ଶେୟାର କରି ସେ ଏହି ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବକ୍ସଅଫିସରେ ଧମାଲ୍‌ କରୁଛି ଫିଲ୍ମ ଓ୍ବାର୍‌

ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିବା ହ୍ରିତିକ ରୋଶନ-ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ‘ଓ୍ବାର୍‌’ ବକ୍ସ ଅଫିସରେ ଧମାଲ କରିଛି। ପ୍ରଥମ ଦିନରେ ଫିଲ୍ମ ୫୦ କୋଟି...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା...

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ...

ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’।...

ଶୁଟିଂ ସେଟ୍‌ରେ ଅସୁସ୍ଥ ଅନୁଭବ କଲେ ଶିଳ୍ପା

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ହଠାତ୍‌ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଆକ୍ଟିଭ...

କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ...

କ୍ୟାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଭିକ୍କି

ମୁମ୍ବାଇ: ବଲିଉଡ୍‌ର ଗଳି କନ୍ଦିରେ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଛି। ହେଲେ ଏମାନେ ଏପର୍ଯ୍ୟନ୍ତ ଏସମ୍ପର୍କରେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *