Posted inଜାତୀୟ

ମହାରାଷ୍ଟ୍ରରୁ ପୀୟୂଷ, କର୍ନାଟକରୁ ନିର୍ମଳା ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ କର୍ନାଟକରୁ ଏବଂ ପୀୟୂଷ ଗୋୟଲଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ଭାଜପାର ପ୍ରଥମ ପର୍ଯ୍ୟାୟ ତାଲିକାରେ ଉତ୍ତରପ୍ରଦେଶରୁ ୨ ମହିଳାଙ୍କ ସମେତ ୬ ଜଣ ପ୍ରାର୍ଥୀ ରହିଛନ୍ତି। ମହିଳା ପ୍ରାର୍ଥୀ ହେଲେ ଦର୍ଶନ ସିଂ ଏବଂ ସଙ୍ଗୀତା ଯାଦବ। ମହାରାଷ୍ଟ୍ର, କର୍ନାଟକ ଓ ବିହାର ପାଇଁ ଭାଜପା ୨ ଜଣ ଲେଖାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା ପାଇଁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ପୂର୍ବରୁ ହରିୟାଣାରୁ ରାଜ୍ୟ ସଭା ସଦସ୍ୟ ଥିବା ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମଙ୍କୁ ଏଥର ପ୍ରାର୍ଥୀ କରାଯାଇ ନାହିଁ।

ହରିୟାଣାରୁ ପୂର୍ବତନ ବିଧାୟକ କ୍ରିଷ୍ଣନ ଲାଲ୍‌ ପନଓ୍ବାରଙ୍କୁ ଦଳ ଟିକେଟ ଦେଇଛି। ସେହିପରି ମଧ୍ୟପ୍ରଦେଶରୁ କବିତା ପଟିଦାର, ରାଜସ୍ଥାନରୁ ଘନଶ୍ୟାମ ତିଓ୍ବାରୀ ଏବଂ ଉତ୍ତରାଖଣ୍ଡରୁ କଳ୍ପନା ସାଇନି ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିହାରରୁ ସତୀଶ ଚନ୍ଦ୍ର ଦୁବେ ଏବଂ ଶମ୍ଭୁ ଶରଣ ପଟେଲ ପ୍ରାର୍ଥୀ ହୋଇଥିବାବେଳେ ମହାରାଷ୍ଟ୍ରରୁ ଅନିଲ ସୁଖଦେବରାଓ ବଣ୍ଡେ ଏବଂ କର୍ନାଟକରୁ ଜଗେଶଙ୍କୁ ଭାଜପା ଟିକେଟ ଦେଇଛି।

ମିଳିତ ପ୍ରାର୍ଥୀ ଦେବେ ଜେଏମ୍‌ଏମ୍‌-କଂଗ୍ରେସ

ଝାଡ଼ଖଣ୍ଡର ଶାସକ ମେଣ୍ଟ ଜେଏମ୍‌ଏମ୍‌-କଂଗ୍ରେସ ରାଜ୍ୟରେ ଖାଲି ହେବାକୁ ଥିବା ଗୋଟିଏ ରାଜ୍ୟ ସଭା ଆସନ ଲାଗି ମିଳିତ ପ୍ରାର୍ଥୀ ଦେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରବିବାର ଏହା ଘୋଷଣଶ କରିଛନ୍ତି। ସହଯୋଗୀ କଂଗ୍ରେସ ସହ ବିବାଦ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତେବେ ରାଜ୍ୟ ସଭା ପ୍ରାର୍ଥୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ହେବେ କି କଂଗ୍ରେସରୁ ତାହା ସେ ସ୍ପଷ୍ଟ କରିନାହାନ୍ତି। ରାଞ୍ଚତ୍ରୁ ନାମ ଘୋଷଣା କରାଯିବ ବୋଲି ଜେଏମ୍‌ଏମ୍‌ ନେତା କହିଛନ୍ତି। ଶନିବାର ଜେଏମ୍‌ଏମ୍‌ ବିଧାୟକ ଦଳ ବୈଠକ ପରେ ସେ ଦିଲ୍ଲୀ ଯାଇ ରାଜ୍ୟ ସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତୃତ୍ୱ ସହ ଆଲୋଚନା କରିଥିଲେ। ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବା ସୋରେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?