‘ଦୁର୍ଘଟଣାକୁ ବିଶ୍ୱାସ କରି ପାରୁନାହିଁ’

ସୋନପୁର,୩୦।୫(ନି.ପ୍ର.): ଗତ ମାର୍ଚ୍ଚରେ ସୋନପୁର ଆସିଥିଲେ ଅଶୋକ। ହସଖୁସିରେ ବୁଲାବୁଲି କରି ଫେରି ଯାଇଥିଲେ। ୪ଦିନ ତଳେ ଅଶୋକ ତାଙ୍କ ସହିତ ଫୋନରେ କଥା ହୋଇଥିଲେ। ପରିବାର ସହ ନେପାଳ ବୁଲିବାକୁ ଯିବେ ବୋଲି କହିଥିଲେ। ହେଲେ ରବିବାର ଗଣମାଧ୍ୟମରୁ ସେମାନଙ୍କ ନିଖୋଜ ହୋଇଥିବା ଖବର ଶୁଣି ନିଜକୁ ବିିଶ୍ୱାସ କରିପାରୁନାହାନ୍ତି ବୋଲି କହିଛନ୍ତି ଅଶୋକଙ୍କ ଭାଉଜ କଲ୍ୟାଣୀ। ୧୯୯୫ ମସିହାରୁ ଅଶୋକ ଭୁବନେଶ୍ୱର ଜୟଦେବ ବିହାରରେ ଘର କରି ରହୁଛନ୍ତି। ସ୍ତ୍ରୀ ଓ ପୁଅ ମୁମ୍ବାଇରେ ଚାକିରି କରୁଥିବାରୁ ଅଶୋକ ଏବେ ପରିବାର ସହ ମୁମ୍ବାଇରେ ରହୁଥିଲେ। ଅଶୋକଙ୍କ ବଡଭାଇ ଦେବବ୍ରତ ଓ ସୁବ୍ରତଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟ ଦୁଇ ଭାଇ ସତ୍ୟବ୍ରତ ଓ ରାଜେନ ବାହାରେ ରହୁଛନ୍ତି। ସୋନପୁରରେ କେବଳ ଅଶୋକଙ୍କ ଭାଉଜ ତଥା ବଡଭାଇ ସୁବ୍ରତଙ୍କ ସ୍ତ୍ରୀ କଲ୍ୟାଣୀ ରହୁଛନ୍ତି। ସୁବର୍ଣ୍ଣପୁର ସହର ପ୍ୟାଲେସ ଗାର୍ଡେନର ବରିଷ୍ଠ ଆଇନଜୀବୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଚତୁର୍ଥ ପୁତ୍ର ହେଉଛନ୍ତି ଅଶୋକ। ଏଭଳି ଏକ ଦୁଃଖଦ ଦୁର୍ଘଟଣାକୁ ନେଇ ସୁବର୍ଣ୍ଣପୁରରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖନୀୟ, ସୁବର୍ଣ୍ଣପୁର ସହରର ମୂଳ ବାସିନ୍ଦା ଅଶୋକ ତ୍ରିପାଠୀ ପରିବାର ସହ ନେପାଳ ବୁଲିବାକୁ ଯାଇଥିଲେ। ସେ ପରିବାର ସହିତ ରବିବାର ସକାଳେ ବିମାନରେ ଯାତ୍ରା କରୁଥିବା ବେଳେ ଉକ୍ତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳର କୋଓ୍ବାଙ୍ଗରୁ ବିମାନର ଭଗ୍ନାବଶେଷ ମିଳିଛି। ଏହି ଦୁର୍ଘଟଣାରେ ଅଶୋକ(୫୦)ଙ୍କ ସମେତ ସ୍ତ୍ରୀ ବୈଭବୀ(୪୫), ଝିଅ ରିତିକା(୧୫) ଓ ପୁଅ ଧନୁଶ(୨୩) ନିଖୋଜ ହୋଇଥିବା ଭାରତର ବୈଦେଶିକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri