Posted inଜାତୀୟ

ଆର୍‌ସିପି ସିଂଙ୍କ ଟିକେଟ କାଟିଲେ ନୀତୀଶ

ପାଟନା, ୩୦ା୫ : ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କୁ ମୋଦିପ୍ରେମ ମହଙ୍ଗା ପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳୀୟ ଟିକେଟରେ ଆର୍‌. ସି. ପିଙ୍କୁ ରାଜ୍ୟ ସଭାକୁ ପଠାଇ ଥିଲେ। ଜେଡିୟୁ କୋଟାରୁ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ଦେବା ପାଇଁ ବ୍ୟବସ୍ଥା କରାଇଥିଲେ। ହେଲେ ଆର୍‌. ସି. ପି. କେନ୍ଦ୍ର ଇସ୍ପାତ ମନ୍ତ୍ରୀ ହେବା ପରେ ନୀତୀଶଙ୍କ କଥା ନ ଶୁଣି ମୋଦିଙ୍କ କୋଳରେ ବସିପଡ଼ିଥିଲେ। କିଛି ଦିନ ହେଲା ସେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଏବଂ ଭିଡିଓ ଟୁଇଟରରେ ଶେୟାର କରିବା ସହ ଭାଜପା ନେତାମାନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଉଥିଲେ।

ଇତିମଧ୍ୟରେ ଜେଡିୟୁରେ ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି ହେଉଥିବା ଦଳର ଅନେକ ନେତା ଆଶଙ୍କା କରିଥିଲେ। ଫଳରେ ନୀତୀଶ କୁମାର ଏବଂ ତାଙ୍କ କ୍ୟାବିନେଟର ପୂର୍ବତନ ସହଯୋଗୀ ଆର୍‌. ସି. ପି. ସିଂଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଶେଷରେ ସମ୍ପର୍କ ଏତେ ଖରାପ ହୋଇଗଲା ଯେ, ଆର୍‌. ସି. ପି. ନିଜ ଟୁଇଟର ହ୍ୟାଣ୍ଡେଲରୁ ଜେଡିୟୁ ଫଟୋ ହଟାଇ ଦେଇ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିଥିଲେ। ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ମଧ୍ୟ ଏସବୁକୁ ନେଇ ଆର୍‌. ସି. ପି.ଙ୍କ ଉପରେ କ୍ରୋଧିତ ହୋଇଥିଲେ।

ଟିକେଟ କଟିବା ଏକପ୍ରକାର ନିଶ୍ଚିତ ବୋଲି ଆର୍‌. ସି. ପି. ଜାଣିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଭାଜପା ସପକ୍ଷବାଦୀ ଧରିନେଇ ଜେଡିୟୁ ତାଙ୍କୁ ଟିକେଟ ଦେଇନାହିଁ। ତାଙ୍କ ବଦଳରେ ଜେଡିୟୁର ଝାଡ଼ଖଣ୍ଡ ସଭାପତି କ୍ଷୀରୋ ମହତୋଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଫଳରେ ଆର୍‌. ସି. ପି. ସିଂଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଭାଜପା ରାଜ୍ୟ ସଭାକୁ ନ ପଠାଇଲେ ତାଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିବ।

ଭାଜପା ରବିବାର ବିହାରରୁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବାରୁ ଆର୍‌.ସି.ପିଙ୍କ ଆଶା ମଉଳିଯାଇଛି। ଜେଡିୟୁର ଏଭଳି ନିଷ୍ପତ୍ତି ପରେ ବିହାର ରାଜନୀତି ସରଗରମ ହୋଇଛି। ଏଥିସହ ପଛୁଆ ଜାତି ଜନଗଣନା ବାହାନାରେ ଭାଜପା ସହ ସମ୍ପର୍କ ତୁଟାଇ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସହ ଜେଡିୟୁ ବିହାରରେ ପୁନର୍ବାର ମେଣ୍ଟ ସରକାର ଗଢ଼ିବା ନେଇ ଆଲୋଚନା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri