ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ୍‌

ଫୁଲବାଣୀ ଅଫିସ, ୨୦ା୭-କନ୍ଧମାଳ ଜିଲା ଫୁଲବାଣୀ ସହରରେ କରୋନା ଚିନ୍ତା ବଢ଼ାଇଛି ା ମାତ୍ର ଜଣେ, ଦୁଇ ଜଣ ସଂକ୍ରମିତଙ୍କ ପାଇଁ ପୌର ପରିଷଦର ୨ନଂ. ୱାର୍ଡକୁ ଛାଡି ବାକି ସମସ୍ତ ୱାର୍ଡକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲାପାଳ ଡା. ବୃନ୍ଦା ଡି ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ପଣସପଡ଼ିର ଜଣେ ଆଇନଜୀବୀଙ୍କ ଆଣ୍ଟିଜେନ୍‌ ଟେଷ୍ଟରୁ ସେ କରୋନା ପଜିଟିଭ୍‌ ଥିବା ସ୍ପଷ୍ଟ ହୋଇଛି। ସେହିପରି କେ.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଗଡ଼ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଇନଜୀବୀ ଜଣକ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ନିୟମିତ ଭାବେ ଯା’ଆସ କରୁଥିଲେ। ସେହିପରି ସାରଙ୍ଗଡ଼ର ସଂକ୍ରମିତ ଜଣକ ମଧ୍ୟ ବହୁ ବ୍ୟକ୍ତିଙ୍କ ସହିତ ମିଶିଥିଲେ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୁପ ଜିଲାପାଳ ଫୁଲବାଣୀ ପୌର ପରିଷଦର ୱାର୍ଡ ନଂ.୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିପରି କ. ନୂୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନୀ ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡିପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ ଏବଂ ବଣ୍ଡାଗୁଡ଼ା ପଞ୍ଚାୟତର ବଣ୍ଡାଗୁଡ଼ା ଗ୍ରାମକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୌରପରିଷଦକୁ ଲାଗିଥିବା ସାର୍ତ୍ତାଗୁଡା, କୁମ୍ଭାରଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇଟିଆଇ, ସୁଲୁକେଡି ବଫର ଜୋନ୍‌ ହୋଇଛି। ସେହିପରି ସାରଙ୍ଗଗଡ଼କୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡ଼ି, ବଣ୍ଡଗୁଡ଼ା ପଞ୍ଚାୟତର ବିଲାବାଡ଼ି, ଦାଡ଼ି, ଗସାଗୁଡ଼ା, ଜିରିଡ଼ିକିଆ ଗ୍ରାମ ପଞ୍ଚାୟତ ଜିରିଡ଼ିକିଆ, ମଗଡାଙ୍ଗିଆ, କାପୁଗୁଡ଼ା, ଗୁଞ୍ଜିଗାଁ, କାଣିବିଡ଼ିଆ, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ବାଲ୍‌କିଡାଡ଼ି, ମଣିପଦର ଅଞ୍ଚଳକୁ ମଧ୍ୟ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ବସବାସ କରୁଥିବା ଲୋକେ କୌଣସି ପରିସ୍ଥତିିରେ ବାହାରକୁ ନ ବାହାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌କୁ ପ୍ରବେଶ ନିଷେଧ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲା ପ୍ରଶାସନ ତରଫରୁ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?