ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ୍‌

ଫୁଲବାଣୀ ଅଫିସ, ୨୦ା୭-କନ୍ଧମାଳ ଜିଲା ଫୁଲବାଣୀ ସହରରେ କରୋନା ଚିନ୍ତା ବଢ଼ାଇଛି ା ମାତ୍ର ଜଣେ, ଦୁଇ ଜଣ ସଂକ୍ରମିତଙ୍କ ପାଇଁ ପୌର ପରିଷଦର ୨ନଂ. ୱାର୍ଡକୁ ଛାଡି ବାକି ସମସ୍ତ ୱାର୍ଡକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲାପାଳ ଡା. ବୃନ୍ଦା ଡି ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ପଣସପଡ଼ିର ଜଣେ ଆଇନଜୀବୀଙ୍କ ଆଣ୍ଟିଜେନ୍‌ ଟେଷ୍ଟରୁ ସେ କରୋନା ପଜିଟିଭ୍‌ ଥିବା ସ୍ପଷ୍ଟ ହୋଇଛି। ସେହିପରି କେ.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଗଡ଼ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଇନଜୀବୀ ଜଣକ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ନିୟମିତ ଭାବେ ଯା’ଆସ କରୁଥିଲେ। ସେହିପରି ସାରଙ୍ଗଡ଼ର ସଂକ୍ରମିତ ଜଣକ ମଧ୍ୟ ବହୁ ବ୍ୟକ୍ତିଙ୍କ ସହିତ ମିଶିଥିଲେ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୁପ ଜିଲାପାଳ ଫୁଲବାଣୀ ପୌର ପରିଷଦର ୱାର୍ଡ ନଂ.୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିପରି କ. ନୂୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନୀ ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡିପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ ଏବଂ ବଣ୍ଡାଗୁଡ଼ା ପଞ୍ଚାୟତର ବଣ୍ଡାଗୁଡ଼ା ଗ୍ରାମକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୌରପରିଷଦକୁ ଲାଗିଥିବା ସାର୍ତ୍ତାଗୁଡା, କୁମ୍ଭାରଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇଟିଆଇ, ସୁଲୁକେଡି ବଫର ଜୋନ୍‌ ହୋଇଛି। ସେହିପରି ସାରଙ୍ଗଗଡ଼କୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡ଼ି, ବଣ୍ଡଗୁଡ଼ା ପଞ୍ଚାୟତର ବିଲାବାଡ଼ି, ଦାଡ଼ି, ଗସାଗୁଡ଼ା, ଜିରିଡ଼ିକିଆ ଗ୍ରାମ ପଞ୍ଚାୟତ ଜିରିଡ଼ିକିଆ, ମଗଡାଙ୍ଗିଆ, କାପୁଗୁଡ଼ା, ଗୁଞ୍ଜିଗାଁ, କାଣିବିଡ଼ିଆ, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ବାଲ୍‌କିଡାଡ଼ି, ମଣିପଦର ଅଞ୍ଚଳକୁ ମଧ୍ୟ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ବସବାସ କରୁଥିବା ଲୋକେ କୌଣସି ପରିସ୍ଥତିିରେ ବାହାରକୁ ନ ବାହାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌କୁ ପ୍ରବେଶ ନିଷେଧ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲା ପ୍ରଶାସନ ତରଫରୁ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ବିକ୍ରି ବଢ଼ିଛି

କଟକ ଅଫିସ,୮।୬: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଶାରେ ଯାନବାହନ ବିକ୍ରି ବଢ଼ିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଏହି ସୂଚନା ଦେଇଛି। ମାର୍ଚ୍ଚ...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର...

ପ୍ରଶାସନ, ନେତାଙ୍କୁ ଅଭିଯୋଗ ଭୟ ଘାରୁଛି

ଜଗତ୍‌ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ...

କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ...

ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ...

ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ

ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍‌ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ...

ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

ଭବାନୀପାଟଣା,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜା ନାଗଫେଶୀ ଗାଁର ୨ ବ୍ୟକ୍ତିଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ରବିବାର ମୃତ୍ୟୁ ଘଟିଛି।...

Advertisement
Archives

Model This Week