ସାଇବର ଠକଙ୍କ ଜାଲରେ ଆଶା, ଅଙ୍ଗନଓ୍ବାଡି କର୍ମୀ: ଟଙ୍କା ଦେବାକୁ କହି ଲୁଟିନେଲେ ୧୪ହଜାର

ପାତ୍ରପୁର, ୨୦ା୭(ଡି.ଏନ୍‌.ଏ.)- ମୁଁ ବିଡିଓ କହୁଛି, ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର କିଣିବା ପାଇଁ ତୁମ ଆକାଉଣ୍ଟକୁ ୧୫ହଜାର ଟଙ୍କା ପଠାଯିବ କହି ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟରୁ ୧୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।
ବୁରୁପଡା ଗ୍ରାମର ଆଶାକର୍ମୀଙ୍କ ମୋବଇଲକୁ ଗତ ୨ଦିନ ତଳେ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ବିଡ଼ିଓ ପରିଚୟ ଦେଇ ସମ୍ପୃକ୍ତ ବ୍ୟକ୍ତି ୧୫ହଜାର ଟଙ୍କା ଛଡାଯିବ କାନାରା ବ୍ୟାଙ୍କର ଏଟିଏମ୍‌ ନମ୍ବର ଦେବାକୁ କହିଥିଲେ। ଆଶାକର୍ମୀ ଜଣକ କାନାରା ବ୍ୟାଙ୍କ ଏଟିଏମ୍‌ ନଥିବା କହିବା ପରେ ସମ୍ପର୍କୀୟଙ୍କ ନମ୍ବର ଦେବାକୁ କହିଥିଲେ। ଆଶାକର୍ମୀ ଜଣକ ଅଙ୍ଗନଓ୍ବାଡି କର୍ମୀଙ୍କୁ ଫୋନ ଦେଇଥିଲେ। ବିଡ଼ିଓଙ୍କ ଫୋନ କଲ ଭାବି ଅଙ୍ଗନବାଡି କର୍ମୀ ଜଣକ ନିଜର ଏବଂ ଗ୍ରାମର ଜଣେ ଯୁବକଙ୍କ ଏଟିଏମ୍‌ ନମ୍ବର ଓ ଓଟିପି ଦେବାପରେ ଉଭୟ ଆକାଉଣ୍ଟରୁ ୭ହଜାର ଲେଖାଏ ଟଙ୍କା ଗାଏବ ହୋଇଯାଇଥିଲା।
ସେହିପରି କନିରିଡାରେ ମଧ୍ୟ ସମାନ ଢଙ୍ଗରେ ଆଶାକର୍ମୀଙ୍କୁ ପ୍ରଥମେ କଲ୍‌ ଆସିଥିଲା। ସେ ଅଙ୍ଗନଓ୍ବାଡି କର୍ମୀ ମଞ୍ଜୁଶ୍ରୀ ମହାରଣାଙ୍କୁ ଫୋନ ଦେବାରୁ ଏହା ବିଡ଼ିଓଙ୍କ ନମ୍ବର ନୁହେଁ ବୋଲି କହିବାରୁ ଠକ ଜଣକ ଫୋନ୍‌ କାଟି ଦେଇଥିଲେ। ଅଙ୍ଗନବାଡି କର୍ମୀ ଏନେଇ ସିଡ଼ିପିଓଙ୍କୁ ଜଣାଇବା ସହ ବ୍ଲକର ବିଭିନ୍ନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଉକ୍ତ ନମ୍ବର ଦେଇ ସଚେତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?