ଆଗରେ ଅନେକ ଆହ୍ବାନ

ମାନିଲା,୭ା୫: ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ମେ’ ୯ରେ ନୂଆ ରାଷ୍ଟ୍ରପତି ବାଛିବ। ୧୯୩୫ ମସିହାରୁ ଚାଲିଥିବା ସାଧାରଣ ନିର୍ବାଚନରେ ଏଥର ସପ୍ତଦଶ ରାଷ୍ଟ୍ରପତି ଓ ଷୋଡ଼ଶ ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ୧୯୮୭ରେ ପ୍ରଣୀତ ଫିଲିପାଇନ୍ସ ସମ୍ବିଧାନ ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରୋର୍ଡିଗୋ ଡୁଟେର୍ଟେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ। କିନ୍ତୁ ଉପରାଷ୍ଟ୍ରପତି ଲେନି ରୋବ୍ରେଡୋ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ତେଣୁ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥର ଦୁଇଟି ଭିନ୍ନ ରାଜନୈତିକ ଦଳରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚିତ ହୋଇପାରନ୍ତି। ଦେଶରେ ପ୍ରଥମ ଥର ପାଇଁ ଏପରି ରାଷ୍ଟ୍ରପତି ନିର୍ବାଚନ ହେଉଛି, ଯେଉଁଠି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜନ୍ମିତ।
ପ୍ରେସିଡେନ୍ସି ପାଇଁ ଘୋଡ଼ାଦୌଡ଼ ଆରମ୍ଭ ହୋଇଛି। ସୋମବାର ହେବାକୁ ଥିବା ଏହି ଦୌଡ଼ରେ ଆଗରେ ରହିଛନ୍ତି ବର୍ତ୍ତମାନର ଉପରାଷ୍ଟ୍ରପତି ଲେନି ରୋବ୍ରେଡୋ ଏବଂ ଫର୍ଡିନାଣ୍ଡ ମାର୍କୋସ ଜୁନିୟର। ମାର୍କୋସ ହେଉଛନ୍ତି କୁଖ୍ୟାତ୍‌ ଏକଚ୍ଛତ୍ରବାଦୀ ଶାସକ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ, ଯାହାଙ୍କ ଦୁଇ ଦଶନ୍ଧିର ଶାସନରୁ ୧୯୮୬ ବିଦ୍ରୋହର ସୂତ୍ରପାତ ହୋଇଥିଲା। କୁହାଯାଉଛି ଯେ, ପାଟ୍ରିଡୋ ଫେଡେରାଲ ଫିଲିପିନାସ୍‌ (ପିଏଫ୍‌ପି) ପ୍ରାର୍ଥୀ ମାର୍କୋସ ଜୁନିୟର ଜିତିଲେ ଦେଶକୁ ତାଙ୍କ ବାପାଙ୍କ ଭଳି ଶାସନ କରିବେ ନାହିଁ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଭଳି ମାର୍କୋସଙ୍କ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଷ୍ଟାଇଲକୁ ବି ଦେଶବାସୀ ପସନ୍ଦ କରିବେ। ମାର୍କୋସଙ୍କ ରନିଂ ମେଟ୍‌ ଅର୍ଥାତ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ରାଷ୍ଟ୍ରପତିଙ୍କ ଝିଅ ସାରା ଡୁର୍ଟେର୍ଟେ, ଯିଏକି ଏହି ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ଏକମାତ୍ର ମହିଳା ପ୍ରାର୍ଥୀ। ସେ ଲାକାସ୍‌ ସିଏମ୍‌ଡି ଟିକେଟରେ ଲଢ଼ୁଛନ୍ତି। ସେହିପରି ଏକମାତ୍ର ମହିଳା ରାଷ୍ଟ୍ରପତି (ସ୍ବାଧୀନ) ପ୍ରାର୍ଥୀ ଲେନି ରୋବ୍ରେଡୋଙ୍କ ରନିଂ ମେଟ୍‌ ହେଉଛନ୍ତି ଫ୍ରାନ୍ସିସ୍‌ ପାଙ୍ଗିଲିନାନ୍‌। ରୋବ୍ରେଡୋ ବିଜୟୀ ହେଲେ ଫିଲିପାଇନ୍ସରେ କୋହଳ ନୀତି ଆପଣାଇ ତାଲିମ, ସ୍ବାସ୍ଥ୍ୟସେବା, ଦାରିଦ୍ର୍ୟ ଓ ଲିଙ୍ଗଗତ ସମାନତା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ସେ ସାମାଜିକ କଲ୍ୟାଣକୁ ତ୍ୱରାନ୍ବିତ କରି ବେକାରି ସମସ୍ୟା ଦୂର କରିବେ ବୋଲି ଏକ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରୋବ୍ରେଡୋଙ୍କ ରାଷ୍ଟ୍ରପତିତ୍ୱ ସେତେଟା ସହଜ ହୋଇ ନ ପାରେ। ଉପରାଷ୍ଟ୍ରପତି ଭାବେ ରୋବ୍ରେଡୋ ଘୃଣା ଓ ଅପପ୍ରଚାର ବିରୋଧୀ ଅଭିଯାନର ନେତୃତ୍ୱ ନେଇ ରାଷ୍ଟ୍ରପତି ଡୁଟେର୍ଟେଙ୍କ ପାଇଁ ଅଡ଼ୁଆର କାରଣ ସାଜିଥିଲେ।
କୋଭିଡ୍‌ ମହାମାରୀ ପରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଫିଲିପାଇନ୍ସର ଅର୍ଥନୀତି ସଜାଡ଼ିବା ପାଇଁ କୌଣସି ପ୍ରାର୍ଥୀ ନିର୍ବାଚନୀ ପ୍ରତିଶ୍ରୁତି ଦେଇନାହାନ୍ତି, ଯଦିଓ ଏଥିରେ ସଂସ୍କାର ଆଣିବା କଥା ସମସ୍ତେ କହୁଛନ୍ତି। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ସାମରିକ ପରିଚାଳନାକୁ ମଜଭୁତ୍‌ କରିବା ପାଇଁ ଆମେରିକାର ପ୍ରତିରକ୍ଷା ସହଯୋଗ ଜରୁରୀ। ତେଣୁ ଦୁହିଙ୍କ ମଧ୍ୟରୁ ଯିଏ ଜିତିଲେ ବି ଆମେରିକା ସହ ଫିଲିପାଇନ୍ସର ଦୀର୍ଘ ସମ୍ପର୍କ ପୂର୍ବଭଳି ରହିବ। ଚାଇନା ସହିତ ମାର୍କୋସଙ୍କ ସୁସମ୍ପର୍କ ଥିବାରୁ ସେ ରାଷ୍ଟ୍ରପତି ହେଲେ ବେଜିଂ ସହ ଦ୍ୱିପାକ୍ଷିକ ସହଯୋଗିତା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?