ରାମାନୁଜାଚାର୍ଯ୍ୟଙ୍କ ଚୋରି ତୋରଣ ପିତ୍ତଳ ନା ସୁନା

ପୁରୀ ଅଫିସ,୭।୫: ଏମାରମଠସ୍ଥିତ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ତୋରଣ ଚୋରି ହୋଇଯାଇଛି। ତୋରଣର ଉଚ୍ଚତା ସାଢେ ୩ଫୁଟ ଓ ଓଜନ ୩ କିଲୋଗ୍ରାମ ଥିବା କୁହାଯାଉଛି। କବାଟ କଢ଼ା ଭଙ୍ଗାଯାଇ ତୋରଣ ଚୋରି ହୋଇଥିବା ମଠ ଅନ୍ତେବାସୀ କହିଛନ୍ତି। ପିତ୍ତଳ ପ୍ରଭା ଆସ୍ଥାନରେ ରାମାନୁଜାଚାର୍ଯ୍ୟଙ୍କ ମୁଣ୍ଡ ଉପରେ ତୋରଣଟି ପୂଜା ପାଉଥିଲା। ଦୁଇଦିନ ତଳେ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ପାଇଁ ବିମାନରେ ବିଜେ ପାଇ ବାହାର କରିବା ବେଳେ ତୋରଣ ନ ଥିବା ଜଣାପଡ଼ିଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୋରଣଟି ସୁନା କିମ୍ବା ପିତ୍ତଳ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗିରହିଛି। ଏମାର ମଠ ଅନ୍ତେବାସୀଙ୍କ ସମେତ କେତେଜଣ ତୋରଣଟି ପିତ୍ତଳ ଥିବା କହୁଥିବାବେଳେ ପୂର୍ବତନ ଟ୍ରଷ୍ଟ ସଦସ୍ୟ ଓ ଅନ୍ୟ କେତେଜଣ ତାହା ସୁନା ବୋଲି କହୁଛନ୍ତି। ତେଣୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏମାର ମଠ ଟ୍ରଷ୍ଟ, ଅନ୍ତେବାସୀ ଓ ସଂସ୍କୃତିପ୍ରେମୀ ପକ୍ଷରୁ ତୋରଣ ଚୋରି ବିଷୟରେ ଦେବୋତ୍ତର କମିଶନକୁ ଜଣାଇବା ସହ ତାହା ସୁନା କି ପିତ୍ତଳ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି।
ମଠ ପୂଜକ ଦାମୋଦର ପାଣ୍ଡେ କହିଛନ୍ତି, ଯେଉଁଦିନ ମଠରେ ତୋରଣକୁ ଦେଖିବାକୁ ପାଇ ନ ଥିଲି, ସଙ୍ଗେ ସଙ୍ଗେ ମଠ ମହାରାଜ ଓ ଗୁନ ସିଂହାରୀଙ୍କୁ ଅବଗତ କରାଇଥିଲି। ସେହିଭଳି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପୂଜା ପାଉଥିବା ଗଡ଼ୁ ଓ ମାଠିଆ ମଧ୍ୟ ଚୋରି ହୋଇଥିଲା। ସମ୍ପୃକ୍ତ ଦୁଇଟି ପୂଜା ବସ୍ତୁ ଏମାର ମଠ ଛାତ ଉପରୁ ପରବର୍ତ୍ତୀ ସମୟରେ ମିଳିଥିଲା। ମାତ୍ର ତୋରଣ ମିଳିଲା ନାହିଁ। ସେସମୟରେ ଏମାର ମଠ କର୍ତ୍ତୃପକ୍ଷମାନେ ଖୋଜାଖୋଜି କରିଥିଲେ ମଧ୍ୟ ଏସମ୍ପର୍କରେ ଖବର ବାହାରକୁ ଆସି ନ ଥିଲା। ସେହିଭଳି ଏମାର ମଠ ଟ୍ରଷ୍ଟ ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାଶ କହିଛନ୍ତି, କେବେ ଚୋରି ହୋଇଛି ଓ କିଏ ଚୋରି କରିଛି ଏସମ୍ପର୍କିତ ସୂଚନା ଟ୍ରଷ୍ଟ ପାଖରେ ନାହିଁ। ଦାମୋଦର ପାଣ୍ଡେ ମଧ୍ୟ ପୂର୍ବରୁ ଏସମ୍ପର୍କରେ ଆମକୁ ଜଣାଇନାହାନ୍ତି। ତେବେ ବିଧି ଅନୁଯାୟୀ ରାମାନୁଜାଚାର୍ଯ୍ୟଙ୍କର ଶ୍ରୀମନ୍ଦିର ଓ ନଗର ପରିକ୍ରମା କରାଯିବା କଥା। ମାତ୍ର ଏହାକୁ ସମ୍ପାଦନ କରାଯାଇପାରୁ ନାହିଁ। ୨୦୨୧ ଏପ୍ରିଲରେ ନୂଆ ଟ୍ରଷ୍ଟ ବୋର୍ଡ ସଭାପତି ଭାବେ ଦାୟିତ୍ୱ ନେବା ବେଳେ ରାମାନୁଜଙ୍କ ସିଂହାସନରେ ଯେଉଁଭଳି ଭାବେ ତୋରଣ ଓ ଗାଦି ରହିଛି ତାହା ଏବେ ମଧ୍ୟ ରହିଛି। ଆସ୍ଥାନ ତୋରଣ ସମ୍ପର୍କରେ ସୂଚନା ନ ଥିଲା। ମାତ୍ର ୨୦୧୨ରେ ରାମାନୁଜଙ୍କ ପରିକ୍ରମା ସମୟରେ ଆସ୍ଥାନ ତୋରଣ ଦେଖିବାକୁ ମିଳିଥିଲା। ତେବେ ତୋରଣଟି ପିତ୍ତଳ ନିର୍ମିତ ଥିଲା। ଦକ୍ଷିଣଭାରତରୁ ଦୁର୍ଲଭ ପିତ୍ତଳରେ ତାହା ନିର୍ମିତ ଥିଲା। ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ମିଳିବା ପରେ ମଠରେ ଯେଉଁ ବସ୍ତୁ ଓ ଉପକରଣ ମାନ ଥିଲା ତାହାର ଏକ ତାଲିକା ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ତାଲିକାରେ ମଧ୍ୟ ଏହି ତୋରଣର ଉଲ୍ଲେଖ ନାହିଁ। ଟ୍ରଷ୍ଟ ବୋର୍ଡ ପକ୍ଷରୁ ତୋରଣ ଚୋରି ବିଷୟରେ ଦେବୋତ୍ତର କମିଶନ ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପୂର୍ବତନ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଜୟ ରାମାନୁଜ ଦାସ ମହାରାଜ କହିଛନ୍ତି, ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପରିକ୍ରମା କରାଯାଏ। ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଉଦ୍ଧାର ପରେ ଶେଷଥର ୨୦୧୨ରେ ସୁନାଛାଉଣି ତୋରଣଯୁକ୍ତ ସିଂହାସନରେ ରାମାନୁଜଙ୍କ ମୂର୍ତ୍ତି ବସାଇ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଆମେ ନିଜେ କାନ୍ଧେଇଛୁ। ଏବେ ଯଦି ମିଳୁନାହିଁ ତେବେ ଟ୍ରଷ୍ଟ ବୋର୍ଡ ସଭାପତି ଏ ନେଇ ଏତଲା ଦେବା ଉଚିତ। ତୋରଣ ସୁନାନିର୍ମିତ ଥିଲା ଅବା ପିତ୍ତଳ ତାହା ଦେବୋତ୍ତର କମିଶନ ଠିକ୍‌ ଭାବେ କହିପାରିବେ। ସେହିଭଳି ପରିକ୍ରମା ବେଳେ ତୋରଣ ମିଳି ନ ଥିବା କଥା ତତ୍କାଳୀନ ମଠ ମହନ୍ତ ଏନେଇ ଦେବୋତ୍ତର କମିଶନଙ୍କୁ ସୂଚନା ଦେଇଛନ୍ତି କି ନାହିଁ ତାହା ତଦନ୍ତ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?