ରାମାନୁଜାଚାର୍ଯ୍ୟଙ୍କ ଚୋରି ତୋରଣ ପିତ୍ତଳ ନା ସୁନା

ପୁରୀ ଅଫିସ,୭।୫: ଏମାରମଠସ୍ଥିତ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ତୋରଣ ଚୋରି ହୋଇଯାଇଛି। ତୋରଣର ଉଚ୍ଚତା ସାଢେ ୩ଫୁଟ ଓ ଓଜନ ୩ କିଲୋଗ୍ରାମ ଥିବା କୁହାଯାଉଛି। କବାଟ କଢ଼ା ଭଙ୍ଗାଯାଇ ତୋରଣ ଚୋରି ହୋଇଥିବା ମଠ ଅନ୍ତେବାସୀ କହିଛନ୍ତି। ପିତ୍ତଳ ପ୍ରଭା ଆସ୍ଥାନରେ ରାମାନୁଜାଚାର୍ଯ୍ୟଙ୍କ ମୁଣ୍ଡ ଉପରେ ତୋରଣଟି ପୂଜା ପାଉଥିଲା। ଦୁଇଦିନ ତଳେ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ପାଇଁ ବିମାନରେ ବିଜେ ପାଇ ବାହାର କରିବା ବେଳେ ତୋରଣ ନ ଥିବା ଜଣାପଡ଼ିଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୋରଣଟି ସୁନା କିମ୍ବା ପିତ୍ତଳ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗିରହିଛି। ଏମାର ମଠ ଅନ୍ତେବାସୀଙ୍କ ସମେତ କେତେଜଣ ତୋରଣଟି ପିତ୍ତଳ ଥିବା କହୁଥିବାବେଳେ ପୂର୍ବତନ ଟ୍ରଷ୍ଟ ସଦସ୍ୟ ଓ ଅନ୍ୟ କେତେଜଣ ତାହା ସୁନା ବୋଲି କହୁଛନ୍ତି। ତେଣୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏମାର ମଠ ଟ୍ରଷ୍ଟ, ଅନ୍ତେବାସୀ ଓ ସଂସ୍କୃତିପ୍ରେମୀ ପକ୍ଷରୁ ତୋରଣ ଚୋରି ବିଷୟରେ ଦେବୋତ୍ତର କମିଶନକୁ ଜଣାଇବା ସହ ତାହା ସୁନା କି ପିତ୍ତଳ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି।
ମଠ ପୂଜକ ଦାମୋଦର ପାଣ୍ଡେ କହିଛନ୍ତି, ଯେଉଁଦିନ ମଠରେ ତୋରଣକୁ ଦେଖିବାକୁ ପାଇ ନ ଥିଲି, ସଙ୍ଗେ ସଙ୍ଗେ ମଠ ମହାରାଜ ଓ ଗୁନ ସିଂହାରୀଙ୍କୁ ଅବଗତ କରାଇଥିଲି। ସେହିଭଳି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପୂଜା ପାଉଥିବା ଗଡ଼ୁ ଓ ମାଠିଆ ମଧ୍ୟ ଚୋରି ହୋଇଥିଲା। ସମ୍ପୃକ୍ତ ଦୁଇଟି ପୂଜା ବସ୍ତୁ ଏମାର ମଠ ଛାତ ଉପରୁ ପରବର୍ତ୍ତୀ ସମୟରେ ମିଳିଥିଲା। ମାତ୍ର ତୋରଣ ମିଳିଲା ନାହିଁ। ସେସମୟରେ ଏମାର ମଠ କର୍ତ୍ତୃପକ୍ଷମାନେ ଖୋଜାଖୋଜି କରିଥିଲେ ମଧ୍ୟ ଏସମ୍ପର୍କରେ ଖବର ବାହାରକୁ ଆସି ନ ଥିଲା। ସେହିଭଳି ଏମାର ମଠ ଟ୍ରଷ୍ଟ ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାଶ କହିଛନ୍ତି, କେବେ ଚୋରି ହୋଇଛି ଓ କିଏ ଚୋରି କରିଛି ଏସମ୍ପର୍କିତ ସୂଚନା ଟ୍ରଷ୍ଟ ପାଖରେ ନାହିଁ। ଦାମୋଦର ପାଣ୍ଡେ ମଧ୍ୟ ପୂର୍ବରୁ ଏସମ୍ପର୍କରେ ଆମକୁ ଜଣାଇନାହାନ୍ତି। ତେବେ ବିଧି ଅନୁଯାୟୀ ରାମାନୁଜାଚାର୍ଯ୍ୟଙ୍କର ଶ୍ରୀମନ୍ଦିର ଓ ନଗର ପରିକ୍ରମା କରାଯିବା କଥା। ମାତ୍ର ଏହାକୁ ସମ୍ପାଦନ କରାଯାଇପାରୁ ନାହିଁ। ୨୦୨୧ ଏପ୍ରିଲରେ ନୂଆ ଟ୍ରଷ୍ଟ ବୋର୍ଡ ସଭାପତି ଭାବେ ଦାୟିତ୍ୱ ନେବା ବେଳେ ରାମାନୁଜଙ୍କ ସିଂହାସନରେ ଯେଉଁଭଳି ଭାବେ ତୋରଣ ଓ ଗାଦି ରହିଛି ତାହା ଏବେ ମଧ୍ୟ ରହିଛି। ଆସ୍ଥାନ ତୋରଣ ସମ୍ପର୍କରେ ସୂଚନା ନ ଥିଲା। ମାତ୍ର ୨୦୧୨ରେ ରାମାନୁଜଙ୍କ ପରିକ୍ରମା ସମୟରେ ଆସ୍ଥାନ ତୋରଣ ଦେଖିବାକୁ ମିଳିଥିଲା। ତେବେ ତୋରଣଟି ପିତ୍ତଳ ନିର୍ମିତ ଥିଲା। ଦକ୍ଷିଣଭାରତରୁ ଦୁର୍ଲଭ ପିତ୍ତଳରେ ତାହା ନିର୍ମିତ ଥିଲା। ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ମିଳିବା ପରେ ମଠରେ ଯେଉଁ ବସ୍ତୁ ଓ ଉପକରଣ ମାନ ଥିଲା ତାହାର ଏକ ତାଲିକା ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ତାଲିକାରେ ମଧ୍ୟ ଏହି ତୋରଣର ଉଲ୍ଲେଖ ନାହିଁ। ଟ୍ରଷ୍ଟ ବୋର୍ଡ ପକ୍ଷରୁ ତୋରଣ ଚୋରି ବିଷୟରେ ଦେବୋତ୍ତର କମିଶନ ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପୂର୍ବତନ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଜୟ ରାମାନୁଜ ଦାସ ମହାରାଜ କହିଛନ୍ତି, ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପରିକ୍ରମା କରାଯାଏ। ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଉଦ୍ଧାର ପରେ ଶେଷଥର ୨୦୧୨ରେ ସୁନାଛାଉଣି ତୋରଣଯୁକ୍ତ ସିଂହାସନରେ ରାମାନୁଜଙ୍କ ମୂର୍ତ୍ତି ବସାଇ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଆମେ ନିଜେ କାନ୍ଧେଇଛୁ। ଏବେ ଯଦି ମିଳୁନାହିଁ ତେବେ ଟ୍ରଷ୍ଟ ବୋର୍ଡ ସଭାପତି ଏ ନେଇ ଏତଲା ଦେବା ଉଚିତ। ତୋରଣ ସୁନାନିର୍ମିତ ଥିଲା ଅବା ପିତ୍ତଳ ତାହା ଦେବୋତ୍ତର କମିଶନ ଠିକ୍‌ ଭାବେ କହିପାରିବେ। ସେହିଭଳି ପରିକ୍ରମା ବେଳେ ତୋରଣ ମିଳି ନ ଥିବା କଥା ତତ୍କାଳୀନ ମଠ ମହନ୍ତ ଏନେଇ ଦେବୋତ୍ତର କମିଶନଙ୍କୁ ସୂଚନା ଦେଇଛନ୍ତି କି ନାହିଁ ତାହା ତଦନ୍ତ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri