ଆରମ୍ଭ ହେଲା କଟକ ବୈଶାଖୀ ବାଣିଜ୍ୟ ମେଳା

କଟକ ଅଫିସ, ୭ା୫: କଟକ ଉପର ବାଲିଯାତ୍ରା ପଡିଆରେ ସପ୍ତଦଶ କଟକ ବୈଶାଖୀ ବାଣିଜ୍ୟ ମେଳା ଶୁକ୍ରବାର ଆରମ୍ଭ ହୋଇଛି। ଏହାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଉଦ୍‌ଘାଟନ କରି କହିଲେ, କୋଭିଡ୍‌ ମହାମାରୀ ଯୋଗୁ ୨ ବର୍ଷ ହେବ ମେଳା ବନ୍ଦ ରହିଥିଲା। ଚଳିତବର୍ଷ ମେଳା ଆୟାଜନ କରାଯାଇଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ମେଳା ଉପଭୋଗ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରୁଚି ଏମ୍‌ଡି ଶରତ ସାହୁ, ମଧୁସୂଦନ ସାହୁ, ଆଶିର୍ବାଦ ବେହେରା, ବିନୋଦ ଦାସ, ରଞ୍ଜନ ବିଶ୍ୱାଳ, ଦେବୀ ପ୍ରସାଦ ଦାସ, ଦିଲ୍ଲୀପ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ା ତେବେ ୨ ବର୍ଷପରେ ସିଲଭର ସିଟିରେ ମେଳା ପଡ଼ିଥିବାରୁ ସହରବାସୀଙ୍କ ମନରେ ଉତ୍ସାହ ଦେଖାଯାଇଛି ା ମେଳା ବୁଲିବା ସହିତ ଦୋଳି ଖେଳି ସୁସ୍ବାଦୁ ଭୋଜନ ଓ କିଣାକିଣିର ମଜା ନେଇଛନ୍ତି ଲୋକେ। ଏହି ମେଳାରେ ମୋଟ୍‌ ୪୫୦ ଷ୍ଟଲ୍‌ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଥମ ଦିନରେ କିଛି ଦୋକାନ ବନ୍ଦ ଥିଲା। ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁ-କଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସିଛନ୍ତି। ଏଥିସହ ଓଡ଼ିଶାର ବିଭିନ୍ନ ଜିଲାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ବ୍ୟବସାୟୀ ଯୋଗଦେଇଛନ୍ତି। ଏଠାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଖାଦ୍ୟର ଷ୍ଟଲ ପଡିଛି। ଏଥିସହ ମିନାବଜାର ଓ ଦୋଳି ମଧ୍ୟ ଉପଲବ୍ଧ ଅଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳାରେ ଦୋକାନ ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ତଡ଼ପ ଲାଗିହୋଇ ରହିଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୬ା୧୨(ଡି.ଏନ୍‌.ଏ.): ସୂର୍ଯ୍ୟୋପରାଗ ପାଇଁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସଅଳ ଦେବନୀତି ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ସୁଧା ବଡସିଂହାର ଧୂପ ସମାପନ କରାଯିବା ପରେ ଠାକୁରଙ୍କୁ ଗ୍ରହଣ...

ବର୍ଷା ଆସିଲେ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ୍‌, ୧୬ା୭ କାଦୁଅ ପଚପଚ ରାସ୍ତା। ଆବର୍ଜନାରେ ଭର୍ତ୍ତି ହୋଇଛି ନର୍ଦ୍ଦମା। ଡ୍ରେନ୍‌ ଉଛୁଳି ପଚା ପାଣି ମାଡୁଛି ରାସ୍ତାରେ। ଗାଡ଼ିମୋଟରରେ ଯିବା ତ...

ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା...

ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ...

ମିଶନ ଶକ୍ତି ମିଲେଟ୍‌ ଆଉଟଲେଟ୍‌ ଉଦ୍‌ଘାଟିତ

ଛତ୍ରପୁର,୨।୫( ଡିଏନଏ ): ଗଞ୍ଜାମ ଜ଼ିଲା ହେଡକ୍ୱାର୍ଟର ଛତ୍ରପୁର ଠାରେ ପ୍ରଥମ କରି ମିଶନ ଶକ୍ତି ମିଲେଟ୍‌ ଆଉଟଲେଟ୍‌ ଓ ମିଶନ ଶକ୍ତି କାଫେ ମଙ୍ଗଳବାର...

‘ଏଣ୍ଟରପ୍ରେନିୟର୍ସ ୱିକ୍‌’ର ଶୁଭାରମ୍ଭ: ଏମ୍‌ଏସ୍‌ଏମ୍‌ଇରେ ରହିଛି ପ୍ରଭୂତ ସମ୍ଭାବନା

ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି। ଓଡ଼ିଶାରେ ଯେକୌଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌...

CORONAVIRUS UPDATE: ରାଜ୍ୟରେ ୧୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ସକାଳେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି...

Advertisement
Archives

Model This Week