ଜୀବନ ନେଉଛି କୀଟନାଶକ

ଡ.ଜୀବନ କୃଷ୍ଣ ମିଶ୍ର

 

୨୦୨୩ ମସିହାର ପ୍ରାରମ୍ଭିକ ପର୍ଯ୍ୟାୟରେ ସମଗ୍ର ପୃଥିବୀର ମୋଟ ଜନସଂଖ୍ୟା ଆନୁମାନିକ ଆଠଶହ କୋଟିରେ ପହଞ୍ଚିଛି ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସମୟରେ ଭାରତ ଉପମହାଦେଶର ଜନସଂଖ୍ୟା ପ୍ରାୟତଃ ୧୪୧.୭୦ କୋଟିରେ ପହଞ୍ଚି ସାରା ଜଗତରେ ସର୍ବାପେକ୍ଷା ଜନବହୁଳ ରାଷ୍ଟ୍ରରୂପେ ପରିଗଣିତ ହୋଇସାରିଲାଣି। ଏଣୁ ଆମ ଦେଶରେ ସମ୍ପ୍ରତି ଚାଇନା ଅପେକ୍ଷା ପ୍ରାୟ ୫୦ଲକ୍ଷ ଅଧିକ ଲୋକ ରହୁଛନ୍ତି। ବିପୁଳ ଜନସଂଖ୍ୟାକୁ ତାଳ ଦେଇ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥାତ ମହାକାଶ ବିଜ୍ଞାନଠାରୁ ଆରମ୍ଭ କରି କୃଷିରେ ଉନ୍ନତି କରିପାରିଛି। ବିବିଧ ଉଲ୍ଲେଖନୀୟ ଘଟଣା ଭିତରେ କିଛି କିଛି ଅଘଟଣ ଏପରି ଘଟୁଛି, ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲାରେ ହୋଇଥିବା ୧୦ ମାସ ତଳର ଏକ ବିପର୍ଯ୍ୟୟ ସାମ୍‌ନାକୁ ଆସିଛି। ଲକ୍ଷ୍ନୌର କୁଇନ ମେରୀ ହସ୍‌ପିଟାଲର ତଥ୍ୟ ଅନୁଯାୟୀ ଗର୍ଭବତୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ସ ବା କୀଟନାଶକର ତତ୍ତ୍ୱ ଥିଲା। ଫଳ ସ୍ବରୂପ ୧୧୧ ନିଷ୍ପାପ ଶିଶୁ ସନ୍ତାନ ପ୍ରାଣ ହରାଇଥିଲେ, ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ପ୍ରଫେସର ସୁଜାତା ଦେବ, ଡକ୍ଟର ଆବାସ୍‌ ଅଲ୍ଲୀ ମେହେନ୍ଦି ଓ ଡକ୍ଟର ନୈନା ଦ୍ୱିବେଦୀ ଗବେଷଣା ମାଧ୍ୟମରେ ଏହି ନିରାଟ ସତ୍ୟକୁ ପ୍ରତିପାଦିତ କରିଥିଲେ। ୧୩୦ ଜଣ ଶାକାହାରୀ ଓ ଆମିଷାହାରୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ସର ସୂକ୍ଷ୍ମ ତତ୍ତ୍ୱ ନିମ୍ନ ହାରରେ ଥିଲେ ମଧ୍ୟ, ଏହା ହିଁ ଶିଶୁ ମୃତ୍ୟୁର କାରଣ ବୋଲି ଗବେଷକ ଓ ଗବେଷିକାମାନେ ସ୍ପଷ୍ଟ କରିଛନ୍ତି। ସେମାନେ ମଧ୍ୟ ପ୍ରକାଶ କରିଛନ୍ତି ଯେ, ଶାକାହାରୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ସର ମାତ୍ରା, ଆମିଷାହାରୀ ମହିଳାଙ୍କ କ୍ଷୀରଠାରୁ ଯଥେଷ୍ଟ କମ୍‌। ଆହୁରି ପାଦେ ଆଗେଇ ଯାଇ ଗବେଷକବୃନ୍ଦ ସୂଚାଇ ଦେଇଛନ୍ତି ଯେ, ଅତ୍ୟନ୍ତ ଶୁଦ୍ଧ ଓ ସରଳ ଜୀବନଯାପନ କରୁଥିବା ମହିଳାଙ୍କ କ୍ଷୀରରେ ମଧ୍ୟ ସାମାନ୍ୟ ବିଷାକ୍ତ ପେଷ୍ଟିସାଇଡ୍‌ସ ତତ୍ତ୍ୱ ରହୁଛି। ସର୍ବୋପରି ସେମାନେ ଦର୍ଶାଇଛନ୍ତି ଯେ, ଶାକାହାରୀ ମହିଳାଙ୍କ କ୍ଷୀର ଅପେକ୍ଷା, ଆମିଷାହାରୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ସର ପରିମାଣ ପ୍ରାୟ ତିନିଗୁଣ ଅଧିକ । କାରଣରେ ଦର୍ଶାଯାଇଛି ଯେ, ଗୃହପାଳିତ ପଶୁ ତଥା ଛେଳି ଓ ମେଣ୍ଢାଙ୍କୁ ଦୀର୍ଘ, ସୁସ୍ଥ ଓ ବଳିଷ୍ଠ କରିବା ପ୍ରୟାସରେ ସେମାନଙ୍କୁ ବିଭିନ୍ନ ବଳକାରକ ଔଷଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବହୁ ରାସାୟନିକ ଉପାଦାନର ମିଶ୍ରଣରେ ପ୍ରସ୍ତୁତ ଇଞ୍ଜେକ୍‌ସନର ସହାୟତା ନିଆଯାଉଛି। ଏତାଦୃଶ ପ୍ରକ୍ରିୟାରେ ଗୃହପାଳିତ ପଶୁଙ୍କର ମାଂସପେଶୀ ଓ ସଞ୍ଚାଳନରେ ସାମାନ୍ୟ ପରିମାଣର ପେଷ୍ଟିସାଇଡ୍‌ସ ସଂରକ୍ଷିତ ହୋଇ ରହୁଛି। ଏହି ମାଂସ ଭକ୍ଷଣ ହେତୁ ଆମିଷାହାରୀ ମହିଳାଙ୍କ କ୍ଷୀରରେ ହାଲୁକା ବିଷାକ୍ତ ତତ୍ତ୍ୱ୍‌ ରହୁଛି। ଗବେଷକମାନେ ଆଉ ଏକ ନିର୍ଦ୍ଦିଷ୍ଟ ମତାମତ ପ୍ରଦାନ କରିଛନ୍ତି; ମାତ୍ରାଧିକ ରାସାୟନିକ ସାର, (ଗ୍ରୋମୋର, ପୋଟାସ୍‌, ୟୁରିଆ, ସୋରିଷ ପିଡ଼ିଆ), କୀଟାଣୁ ନାଶକ ଔଷଧ (ଗାମାକ୍ସିନ, ହିଟ ସ୍ପ୍ରେ) ଏବଂ ପତ୍ରମୋଡ଼ା, ପତ୍ର ଝାଉଁଳା ଓ ଜଉ ପୋକ ଇତ୍ୟାଦିର ବିନାଶ ପାଇଁ ନିର୍ଦ୍ଧାରିତ ଥିବା ରାସାୟନିକ ଦ୍ରବ୍ୟର ପ୍ରୟୋଗ, ସିଞ୍ଚନ ଫଳରେ କୃଷିଜାତ ଫସଲ ଓ ଉଦ୍ଭିଦଜ ଉତ୍ପାଦ ବିଷାକ୍ତ ହୋଇ ଶରୀର ଏବଂ ପରିବେଶକୁ ପ୍ରଭାବିତ କରୁଛି।
ଉତ୍ତର ପ୍ରଦେଶସ୍ଥ ଲକ୍ଷ୍ନୌ ସହରରେ ଥିବା କୁଇନ୍‌ ମେରୀ ହସ୍‌ପିଟାଲର ଗବେଷକମାନେ ରାସାୟନିକ ପ୍ରଣାଳୀରେ ଅଧିକ ଅମଳ କରୁଥିବା ଫସଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚାଷୀ ଓ କୃଷକ ଗୋଷ୍ଠୀଙ୍କୁ ତାଗିଦ୍‌ କରିବା ସହିତ, ବୈଜ୍ଞାନିକମାନେ ସରକାରଙ୍କୁ ମଧ୍ୟ ଏହି ଭୟାବହ ପରିସ୍ଥିତି ବିଷୟରେ ଅବଗତ କରିଛନ୍ତି। ଉପରୋକ୍ତ କାରଣରୁ ଓ ପେଷ୍ଟିସାଇଡ୍‌ସର ବ୍ୟାପକ ବ୍ୟବହାର ପାଇଁ ବିଶ୍ୱରେ ବାର୍ଷିକ ପାଖାପାଖି ୧୦,୦୦୦ (ଦଶ ହଜାର) ଜୀବନ ନଷ୍ଟ ହେଉଛି; ଏହାର ତିନି ଚତୁର୍ଥାଂଶ ବିକାଶଶୀଳ ରାଷ୍ଟ୍ର ଏବଂ ଏକ ଚତୁର୍ଥାଂଶ ବିକଶିତ ରାଷ୍ଟ୍ରମାନଙ୍କରେ ଘଟୁଛି। ମତାମତରୁ ଆହୁରି ସ୍ପଷ୍ଟ ଯେ, ଖାଦ୍ୟରେ ଅପମିଶ୍ରିତ ଓ ବିଷାକ୍ତ ପେଷ୍ଟିସାଇଡ୍‌ସର କିୟଦଂଶ ରହିଲେ, ରକ୍ତ ସଞ୍ଚାଳନରେ ‘ଫଲିକ ଏସିଡ୍‌ର’ ମାତ୍ର୍ରା କମିଯାଇ ସ୍ନାୟୁଗତ ସମସ୍ୟା ପରିଦୃଶ୍ୟମାନ ହୋଇଥାଏ।
ଏବେକାର ସ୍ଥିତି ପୂର୍ବରୁ, ୨୦୧୯ ମସିହାରେ ଲକ୍ଷ୍ନୌସ୍ଥ ସିନାହାଟ୍‌ ଅଞ୍ଚଳରେ ଗୋଟିଏ ପେଷ୍ଟିସାଇଡ୍‌ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ତରଳ ପଦାର୍ଥ ବିରାଟ ଜଳାଶୟରେ ରହୁଥିଲା। ଏହି ପାଣି ପିଇ ଆନୁମାନିକ ୧୫ (ପନ୍ଦର) ଗୋରୁଙ୍କ ମୃତ୍ୟୁୁ ହେବା ସହିତ ୪୦ଟି ଗୋ-ଜାତୀୟ ଜନ୍ତୁ ଅଚେତ ଓ ରୋଗାକ୍ରାନ୍ତ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି, ଇଣ୍ଡଷ୍ଟ୍ରିଆଲ ଟକ୍ସିକୋଲୋଜି ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଆଉ ଏକ ମନ୍ତବ୍ୟ ଦେଇଥିଲେ ଯେ, ଯେଉଁ ପେଷ୍ଟିସାଇଡ୍‌ସରେ ‘ଅର୍ଗାନୋ ଫସ୍‌ଫରସ କମ୍ପାଉଣ୍ଡ’ ର ମାତ୍ରା ଅଧିକ ଥାଏ, ସେଗୁଡ଼ିକ ଅବଶ୍ୟ ଭୟାବହ ପରିସ୍ଥିତି ଉପୁଜାଇଥାଏ, କଅଁଳିଆ ବାଛୁରୀ ଓ କତିପୟ କୋମଳମତି ଶିଶୁଙ୍କର ପ୍ରାଣହାନି ମଧ୍ୟ ଘଟିଥାଏ। ସମସ୍ୟା, ଲକ୍ଷ୍ନୌଭଳି ସହରରେ ବାରମ୍ବାର କାହିଁକି ଘଟୁଛି, ତାହା ବାସ୍ତବରେ ଚିନ୍ତାର କାରଣ। ତେଣୁ ଏହାର ସମାଧାନର ସୂତ୍ର ଶୀଘ୍ର ବାହାର କରିବା ଜରୁରୀ ମନେହୁଏ। ସରକାର, ଫୋରେନ୍‌ସିକ ବିଭାଗ ଓ ବୈଜ୍ଞାନିକମାନେ ପେଷ୍ଟିସାଇଡ୍‌ସଗୁଡ଼ିକର ଯଥାର୍ଥ ବିଶ୍ଳେଷଣ କରି, ତା’ର ଯଥୋଚିତ ବିନିଯୋଗର ଉପାୟ ଚାଷୀ ଓ କୃଷକଙ୍କୁ ଅବଗତ କରିବା ଆବଶ୍ୟକ।
ମୋ : ୯୯୩୮୬୫୮୭୫୬

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?