ଅପ୍ରିୟ ସତ୍ୟ ଓ ଉପସ୍ଥିତ ବୁଦ୍ଧି

ନାରାୟଣ ମିଶ୍ର

 

ସତ କହିବା ଆଉ ଶୁଣାଯାଉନାହିଁ। ଘରେ ଥାଇ ବି ମୋବାଇଲ୍‌ରେ କୁହାଯାଉଛି- ଭାଇ ଗାଡ଼ି ଚଳାଉଛି, ଟିକେ ପରେ ଫୋନ୍‌ କର। କୋର୍ଟ କଚେରିରେ ଗୀତା ଛୁଇଁ ଡାହା ମିଛ କହିବା ଆଇନ ଏବେ ବି ବଳବତ୍ତର ଅଛି। ତେଣୁ ସତ ପ୍ରାୟ ହଜିଗଲାଣି। ଚାରିଲିଟର ପାଣିରେ ଲିଟରଟାଏ କ୍ଷୀର ମିଶାଇ ଗୋପାଳବାବୁ ଖାଣ୍ଟି କ୍ଷୀର କହି ବିକ୍ରି କରି ଚାଲିଛନ୍ତି। ଅବସ୍ଥା ଏପରି ହେଲାଣି ଯେ ଜଣେ ସତକଥା କହୁଥିଲେ ବି ଆମକୁ ମିଛପରି ଲାଗୁଛି। ସତଟାକୁ ବ୍ୟଙ୍ଗାତ୍ମକ ସମାଲୋଚନା ଭାବି ଏହାକୁ ଆତ୍ମସମ୍ମାନ ଦୃଷ୍ଟିରୁ ଅପ୍ରିୟସତ୍ୟ ଆଖ୍ୟା ଦେଇ ଏଡାଇ ଯିବାକୁ ପଡୁଛି। ବେଳେ ବେଳେ ସତ କହିଲେ ଗୋ ହତ୍ୟା ଓ ମିଛ କହିଲେ ବ୍ରହ୍ମହତ୍ୟା ଦୋଷ ହେବ ଭାବି ମଣିଷ ତ୍ରିଶଙ୍କୁ ଅବସ୍ଥାରେ ପଡିଯାଉଛି। ଥରେ ଗୋଟିଏ ଜଳ ଜାହାଜରେ ଯାତ୍ରା କରୁଥିବା କ୍ୟାପ୍‌ଟେନ ଜାହାଜରେ ଥିବା ଅଭିିଯୋଗ ଲେଖାଯାଉଥିବା ବହିରେ ଲେଖିଲେ ଯେ ନିର୍ଦ୍ଦିଷ୍ଟ ନାବିକ ପିଲାଟି ଗତ ରାତିରେ ମଦ ପିଇଛି। ଜାହାଜର ମାଲିକ ପ୍ରତି ପନ୍ଦର ଦିନରେ ଅଭିଯୋଗ ଖାତା ପଢ଼ନ୍ତି ଓ ଦୋଷ ଦେଖି ଶାରୀରିକ ବା ଅର୍ଥଦଣ୍ଡ ଦିଅନ୍ତି। ନାବିକ ପିଲାଟି ତା’ ନାଁରେ ଅଭିଯୋଗ ଲେଖାଥିବା ଦେଖି କ୍ୟାପ୍‌ଟେନଙ୍କ ପାଖକୁ ଯାଇ ଅନୁରୋଧ କଲା ସେ ଅଭିଯୋଗଟି କାଟିଦେବା ପାଇଁ ଏବଂ ପୁଣି କହିଲା ଯଦି ନ କାଟିବେ, ତେବେ ‘ଗତ ରାତିରେ’ ପୂର୍ବରୁ ‘କେବଳ’ ଶବ୍ଦଟି ଯୋଡ଼ି ଦିଅନ୍ତୁ। କ୍ୟାପ୍‌ଟେନ୍‌ କହିଲେ ମୁଁ ସତ ହିଁ ଲେଖିଛି, ତେଣୁ ବଦଳେଇବି ନାହିଁ। ମନ ଦୁଃଖରେ ଫେରି ନାବିକ ପିଲାଟି ବହୁ ଚିନ୍ତା କରି ସେଇ ଅଭିଯୋଗ ବହିରେ ଲେଖିଦେଲା ‘କ୍ୟାପ୍‌ଟେନ ଆଜି ରାତିରେ ମଦ ପିଇନାହାନ୍ତି।’ କ୍ୟାପ୍‌ଟେନ ଅଭିଯୋଗ ପଢ଼ି ନାବିକ ପିଲାକୁ କହିଲେ- ‘ତୁ ଯାହା ଲେଖିଛୁ ସତ, କିନ୍ତୁ ୟା’ର ଅର୍ଥ ମୁଁ ସବୁଦିନ ମଦ ପିଏ, ତେଣୁ ତୁ ରାତିରେ ଶବ୍ଦ ପରେ ‘ମଧ୍ୟ’ ଶବ୍ଦଟିଏ ଯୋଗ କରିଦେ, ତେଣୁ ୟା’ର ଅର୍ଥ ହୋଇଯିବ କ୍ୟାପ୍‌ଟେନ ଆଜି ରାତିରେ ମଧ୍ୟ ମଦ ପିଇନାହାନ୍ତି। କିନ୍ତୁ ନାବିକ ପିଲାଟି କ୍ୟାପ୍‌ଟେନଙ୍କ ଭାଷା ଅନୁକରଣ କରି କହିଲା- ମୁଁ ସତ ଲେଖିଛି, ତେଣୁ ବଦଳେଇବି ନାହିଁ। ତା’ ପରେ ଉଭୟ ସେମାନଙ୍କ ଅଭିଯୋଗ ଦ୍ୱୟ ଅଭିଯୋଗ ବହିରୁ କାଟି ଉଡାଇଦେଲେ। ତେଣୁ ସତ୍ୟ ହେଲେ ବି ଅପ୍ରିୟ ସତ୍ୟକୁ ସମ୍ଭାଳି ହୁଏନି। ଆଉ ଏକ ଘଟଣାକ୍ରମେ ଗୋଟାଏ ଡକାୟତ ପୋଲିସମାନଙ୍କଠାରୁ ରକ୍ଷା ପାଇବାକୁ ନିକଟସ୍ଥ ଏକ ଆଶ୍ରମ ଭିତରକୁ ଯାଇ ଲୁଚିଗଲା। ଏକଥା ଆଶ୍ରମରେ ରହୁଥିବା ଋଷି ଜଣକ ଦେଖିଛନ୍ତି। ସଙ୍ଗେସଙ୍ଗେ ପୋଲିସ ଦଳ ସେଠାରେ ପହଞ୍ଚତ୍ ମୁନିଙ୍କୁ ପଚାରିଲେ- ହେ ଭଗବାନ, ଆପଣ ମିଛ କୁହନ୍ତି ନାହିଁ ବୋଲି ଆମେ ଜାଣୁ। ତେଣୁ କୁହନ୍ତୁ। ଏଇ କିଛିକ୍ଷଣ ପୂର୍ବରୁ ଜଣେ ଡକାୟତ ଆଶ୍ରମ ଭିତରକୁ ପଶି ଆସିବାର ଆପଣ ଜାଣନ୍ତି କି ? ଋଷି କହିଲେ-ଯିଏ ଦେଖିଛି, ସିଏ କହିପାରିବ ନାହିଁ ଆଉ ଯିଏ କହିପାରିବ ତା’ର ଦୃଷ୍ଟିଶକ୍ତି ନାହିଁ। ଅର୍ଥାତ୍‌ ଆଖି ଦେଖିଛି କିନ୍ତୁ ଆଖିର ବାକ୍‌ଶକ୍ତି ନାହିଁ ଏବଂ ପାଟିର ବାକ୍‌ଶକ୍ତି ଅଛି କିନ୍ତୁ ଦେଖିପାରିବା କ୍ଷମତା ନାହିଁ। ଋଷିଙ୍କର କଥା ଚାତୁରି ଡକାୟତକୁ ରକ୍ଷା କରିଦେଲା ସତ, କିନ୍ତୁ ସତକୁ ଅପ୍ରିୟ ନ କରି ବୁଦ୍ଧି ପ୍ରୟୋଗ କରିବା ଦ୍ୱାରା ପୋଲିସ ଦଳ କିଛି ନ ବୁଝି ଋଷିଙ୍କୁ ବଦ୍ଧପାଗଳ ଭାବି ଫେରିଗଲେ।
ରାଜା ବିକ୍ରମାଦିତ୍ୟ ଥରେ ଖବର ପାଇଲେ ଯେ ତାଙ୍କର ଶ୍ରେଷ୍ଠ ପଣ୍ଡିତ କାଳିଦାସ ବାରମ୍ବାର ଜଣେ ସୁନ୍ଦରୀ ବେଶ୍ୟା ଘରକୁ ଯିବା ଆସିବା କରୁଛନ୍ତି। ରାଜାଙ୍କୁ ଏହା ଭଲ ଲାଗିଲା ନାହିଁ। କାଳିଦାସଙ୍କୁ ପନ୍ଦର ଦିନ ପରେ ବସିବାକୁ ଯାଉଥିବା ରାଜସଭାରେ ଅପଦସ୍ଥ କରିବାକୁ ରାଜା ଗୋଟିଏ ଉପାୟ ଚିନ୍ତା କଲେ। ବେଶ୍ୟାକୁ ଟିକେ ଅଧିକା ଟଙ୍କା ଦେଇ କହିଲେ, ତୁ ଏବେ କାଳିଦାସ ଆସିଲେ ତାଙ୍କୁ ଲଣ୍ଡା ହୋଇ ଆସିଲେ ହିଁ ମିଶିବାକୁ ଦେବି ବୋଲି କହିବୁ। ବେଶ୍ୟା ରାଜି ହୋଇ କାଳିଦାସଙ୍କୁ କହିବା ମାତ୍ରେ ସେ ରାଜି ହୋଇ ଲଣ୍ଡା ହୋଇଗଲେ। କିନ୍ତୁ ଲଣ୍ଡା ହେବା ବୁଦ୍ଧି ରାଜାଙ୍କର ବୋଲି କାଳିଦାସ ଅନୁମାନ କରିନେଲେ। କାଳିଦାସ ତା’ପରଦିନ ଗୈରିକ ବସନ ପିନ୍ଧି ସନ୍ଧ୍ୟାରେ ରାଣୀ ଉଆସକୁ ଗଲେ। ମୁହଁକୁ ଅଧା ଘୋଡାଯାଇଛି, ଗୈରିକ ବସନ ଓ ମୁଣ୍ଡରେ କେଶ ନାହିଁ- ଏସବୁ ଦେଖି ରାଣୀ ହଠାତ୍‌ ଚିହ୍ନିପାରିଲେ ନାହିଁ। କାଳିଦାସ କହିଲେ- ମୁଁ ଆପଣଙ୍କ ବାପଘର ଗାଁର ଜଣେ ବିଖ୍ୟାତ ଜ୍ୟୋତିଷ, ରାଜାଙ୍କର ଏକ ରିଷ୍ଟ ପଡିଛି। ତେଣୁ ପନ୍ଦରଦିନ ମଧ୍ୟରେ ତା’ର ପ୍ରତିକାର ନ କଲେ ରାଜା ମୃତ୍ୟୁମୁଖରେ ପଡିପାରନ୍ତି। ରାଣୀ ବିଚଳିତ ହୋଇ ପ୍ରତିକାର କ’ଣ ପଚାରିବାରୁ କାଳିଦାସ କହିଲେ- ଥରେ ମାତ୍ର ରାଜାଙ୍କୁ ରାତ୍ରିର ନିର୍ଜନ ପ୍ରହରରେ ଆପଣଙ୍କ ଶୟନ କକ୍ଷରେ ଘୋଡାପରି ଆଣ୍ଠେଇ ଆପଣ ତାଙ୍କ ଉପରେ ବସିବେ। ଚାରି ପାଞ୍ଚ ହାତ ଏଇଭଳି ଚାଲିବା ବେଳେ ରାଜାଙ୍କୁ କହିବେ ସେ ଘୋଡାପରି ହଁୀ ହଁୀ ଶବ୍ଦ କରିବେ। ବାସ୍‌, ଏତିକିରେ ରିଷ୍ଟ କଟିଯିବ। ରାଣୀ ରାଜି ହେଲେ ଓ ପରଦିନ ରାତିରେ ସେତକ ବି କରାଇନେଲେ।
ରାଜସଭା ବସିବା ପରେ କାଳିଦାସଙ୍କୁ ଦେଖି ରାଜା କହିଲେ- ‘କେବଣ ତୀର୍ଥେ ଲଣ୍ଡିତ ମୁଣ୍ଡଂ?’ କାଳିଦାସ କହିଲେ- ‘ଯେବଣ ତୀର୍ଥେ ହଁୀ ହଁୀ ତୁଣ୍ଡଂ।’ ରାଜା ବୁଝିପାରିଲେ ନାହିଁ, କାରଣ ତାଙ୍କର ଘୋଡା ଭଳି ହୋଇ ହଁୀ  ହଁୀ ଶବ୍ଦ କରିବା କଥା କାଳିଦାସଙ୍କର ଜାଣିବାର ବାଟ ନାହିଁ ବୋଲି ରାଜା ଭାବୁଥାନ୍ତି। ତା’ପରେ ପୁଣି ରାଜା କହିଲେ – ‘କିଂ କୁର୍ବନ୍ତି ନ କୁର୍ବନ୍ତି କାମିନୀ ବଶବା ନରାଃ ! କାଳିଦାସ କହିଲେ- ଯଥା ରାତ୍ରେ ନିର୍ଜନେ ଚ ଘୋଟକ କାମିନୀ ଆୟତ୍ତେ। ଏସବୁ ସତ୍ୟ, କିନ୍ତୁ ଅପ୍ରିୟ ହେଲେ ବି ଉପସ୍ଥିତ ବୁଦ୍ଧି କାହାରିକୁ ଅପଦସ୍ଥ କରିପାରିଲା ନାହିଁ।
ସତ୍ୟକୁ ପ୍ରିୟ କରିବାକୁ ଚେଷ୍ଟା କଲେ ଆମେ ତାକୁ ତେଲମାଲିସ କହୁ। ଆମଠାରୁ ବାରମ୍ବାର ସାହାଯ୍ୟ ନେଇ ଉପକୃତ ହୋଇଥିବା ବ୍ୟକ୍ତି ଜଣକ କେବେ ବି ଚାହେଁ ନାହିଁ ଯେ ଅନ୍ୟମାନେ ଏକଥା ଜାଣନ୍ତୁ। ଯଦି ପାନ ଦୋକାନୀ ଆମେ ତା’ଠାରୁ ବାକି ଖାଉଥିବା କଥା ଅନ୍ୟ ଆଗରେ ଗପୁଛି ବୋଲି ଆମେ ଶୁଣୁ, ତତ୍‌କ୍ଷଣାତ ଆମେ ପାନଦୋକାନୀ ପାଖକୁ ଯାଇ କହୁ- ”ଭାଇ, ମୁଁ ଆଉ ତୁମ ଦୋକାନକୁ ଆସିବି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ବାକି ନେବା କଥା ଗପୁଛ, ସେଇମାନଙ୍କଠାରୁ ମୋ ବାକି ଟଙ୍କା ଆଦାୟ କର।“ ନ ମାଗିଲେ ମନକୁ ମନ କେବେ ବି ଆମେ ବାକି ଶୁଝୁନୁ। ଆଉ ମାଗି ମାଗି ଥକିବା ପରେ ଥରେ ଅଧେ ପାଟିରୁ ବାକି କଥା ଅନ୍ୟ ଆଗରେ ବାହାରିଗଲେ ବାକି ଖାଉଥିବା ଗରାକେଶ୍ୱର ରାଗି ଅନ୍ୟଆଡେ ଚାଲି ଯାଉଛନ୍ତି- ତେବେ ଉପାୟ କ’ଣ ? ଉପାୟ ଅଛି, ଆଉ ତା’ ହେଲା ବାକ୍‌ ସଂଯମତା- ବୁଦ୍ଧି ପ୍ରୟୋଗ କରି ସତ କହିବା, କିନ୍ତୁ ଅପ୍ରିୟ ସତ୍ୟକୁ ଅନ୍ୟକୁ ନ ବାଧିବା ଭଳି ବଦଳେଇ କହିବା-ଏତକ ନ କରିପାରିଲେ, ଚୁପ୍‌ ରହିବା!
ମୋ:୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?