ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ ଓହଳିଥିବା ତାର। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରରେ ଲାଗି ମରୁଛନ୍ତି ଗୋରୁ। ମିଟର ପାଖରେ ନ ଅଟକି ଘରେ ପଶୁଛନ୍ତି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ବିଦ୍ୟୁତ୍‌ ଅବ୍ୟବସ୍ଥା ଦୂର ପରିବର୍ତ୍ତେ ବଳ ପ୍ରୟୋଗ କରୁଛି ବଣ୍ଟନକାରୀ କମ୍ପାନୀ। ଏହି କାରଣରୁ ବିଲ୍‌ ଆଦାୟ ପାଇଁ ଆସୁଥିବା କର୍ମଚାରୀଙ୍କୁ ପୂରାଇ ଦିଆଯାଉନି ଗଁାରେ। ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ଆସି ଆଲୋଚନା କରିବା ପରେ ଯାଇ ଗଁାକୁ ପ୍ରବେଶ ଅଧିକାର ଦିଆଯିବ ବୋଲି କହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ୩ ପଞ୍ଚାୟତର ଅନେକ ବିଦ୍ୟୁତ୍‌ ଉପଭୋକ୍ତା।
ସେମାନଙ୍କ କହିବା ଅନୁଯାୟୀ, ବ୍ଲକର କମ୍ପସଲା, ବ୍ରାହ୍ମଣବିଲ ଓ ଚାଙ୍ଗୁଡିଆ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ବିଦ୍ୟୁତ୍‌ ସେବାର ସେପରି ସୁବିଧା ପାଇପାରୁ ନାହାନ୍ତି। ଦୀର୍ଘଦିନ ହେବ ଅଚାନକ ବିଦ୍ୟୁତ୍‌ କାଟ ଜାରି ରହିଛି। ଦିନକୁ ୧୦ରୁ ଅଧିକ ଥର ପାଓ୍ବାର କଟାଯାଉଛି। ଲୋ ଭୋଲଟେଜ୍‌ର ପ୍ରତିକାର କରାଯାଉ ନାହିଁ। ଘନ ଘନ ବିଦ୍ୟୁତ୍‌ ଯାଉଥିବାରୁ ଚାଷୀ ପାଣି ପମ୍ପ ଚଲାଇପାରୁ ନାହିଁ। ସନ୍ଧ୍ୟାରେ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ପାନୀୟ ପ୍ରକଳ୍ପରୁ ପାଇପ୍‌ ପାଣି ଆସିପାରୁ ନାହିଁ। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ବିପଦ ସାଜୁଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଆଖପାଖରେ ହାତୀ ଥିଲେ ଦିନ ଦିନ ଧରି ଇଲେକ୍ଟ୍ରିର ଦେଖା ମିଳୁନାହିଁ। ଫଳରେ ଅନ୍ଧାରରେ ଗ୍ରାମବାସୀ ହାତୀ ଭୟ ଭିତରେ ରାତି କାଟୁଛନ୍ତି। ବିନା କାରଣରେ ଓ ବିନା ଅନୁମତିରେ ଲାଗିଥିବା ମିଟରକୁ ପରିବର୍ତ୍ତନ କରିଦିଆଯାଉଛି। ଏ ବାବଦରେ ୨୪ଶହ ଟଙ୍କା ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଆସୁଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ୍‌ ଜବରଦସ୍ତି ଘରେ ପଶି ଜରିମାନା କରୁଛି। ଏ ନେଇ ଆପତ୍ତି ଅଭିଯୋଗ କଲେ କର୍ଣ୍ଣପାତ କରାଯାଉ ନାହିଁ। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ତଥା ଏପରି ଶୋଷଣ ନୀତି ବିରୋଧରେ ବ୍ଲକ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩ଟି ପଞ୍ଚାୟତର ଉପଭୋକ୍ତାମାନଙ୍କୁ ନେଇ ଏକ ମଞ୍ଚ ଗଠନ କରାଯାଇଛି। ଦେୟ ଆଦାୟ ପାଇଁ ଆସୁଥିବା କମ୍ପାନୀର କୌଣସି କର୍ମଚାରୀଙ୍କୁ ଗ୍ରାମକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ମାସେ ହେଲା ଏପରି ବିରୋଧ, ପ୍ରତିବାଦ ଜାରି ରହିଥିଲେ ମଧ୍ୟ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଆସୁନାହାନ୍ତି କି ଆଲୋଚନା କରୁନାହାନ୍ତି। ଏପରି ମନୋମୁଖୀ କାର୍ଯ୍ୟର ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ। ଉପଭୋକ୍ତାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାରୁ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ୩ ପଞ୍ଚାୟତର ବହୁ ଉପଭୋକ୍ତା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ: କଡ଼ ଲେଉଟାଇଲେ ଶୟନ ଠାକୁର

ପୁରୀ ଅଫିସ, ୧୦।୯: ଶ୍ରୀମନ୍ଦିରରେ ସୋମବାର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି। କଡ଼ ଲେଉଟାଇଛନ୍ତି ଶୟନ ଠାକୁର। ମଙ୍ଗଳବାର ମହାପ୍ରଭୁଙ୍କ ବାମନ ବେଶ...

ନିଶା ବେପାରୀଙ୍କ ଉପରେ ପୋଲିସର କଡା ଆଭିମୁଖ୍ୟ:  ଚାର୍ଜଶିଟ୍‌ରେ ଯୋଡ଼ା ହେବ ସମ୍ପତ୍ତି ତାଲିକା

କଟକ ଅଫିସ୍‌, ୧୦ା୭: ରାଜ୍ୟରେ ଦିନକୁଦିନ ବେଆଇନ ନିଶା କାରବାର ବୃଦ୍ଧି ପାଉଛି। ବିଶେଷ କରି ବେଆଇନ ଗଞ୍ଜେଇ, ବ୍ରାଉନସୁଗାର କାରବାର ପୋଲିସ ପାଇଁ ଚିନ୍ତାର...

ଓଡ଼ିଆରେ ହେବ ବିଜ୍ଞାନ, ବାଣିଜ୍ୟ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଏଣିକି ସ୍ନାତକ (ୟୁଜି) ଶିକ୍ଷାରେ ଭାଷା ଆଉ ପ୍ରତିବନ୍ଧକ ହେବ ନାହିଁ। ଓଡ଼ିଆ ଭାଷାରେ ସ୍ନାତକ ପଢ଼ିପାରିବେ ଛାତ୍ରୀଛାତ୍ର। ଏଥିସହିତ ଓଡ଼ିଆ ଭାଷାରେ ବି...

ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼...

ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୬।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ଏନେଇ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜେଲ୍‌ ଅଧିକ୍ଷକ ଏନ୍‌.କେ. ତେହରିଆ ବୁଧବାର...

ରେଳ ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ଯେତିକି ନଉଛ, ସେତିକି ଦିଅ: ଶ୍ରୀକାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଓଡ଼ିଶା ପାଇଁ ରେଳ ବଜେଟରେ ଚଳିତବର୍ଷ ମାତ୍ର ୫, ୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଶାକୁ ମାତ୍ର ୩୧...

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

ପାଣି ସ୍ରୋତରେ ନଷ୍ଟ ହେଉଛି ରାସ୍ତା

ଗୋପାଳପୁର,୧୪ା୮-ରାସ୍ତା ଓ କୋଠାବାଡ଼ି (ଆର ଆଣ୍ଡ ବି) ବ୍ରହ୍ମପୁର-୧ ବିଭାଗ ପକ୍ଷରୁ ବ୍ରହ୍ମପୁର ଓ ହରିପୁରକୁ ସଂଯୋଗ କରୁଥିବା ଏକ ଝୁଲା ବ୍ରିଜ୍‌ ନିର୍ମାଣ ଚାଲିଛି।...

Advertisement
Archives

Model This Week