Posted inଜାତୀୟ

ପାର୍ଲେ-ଜି ଏସବୁ ଚ୍ୟାନେଲକୁ ଦେବନି ବିଜ୍ଞାପନ

ମୁମ୍ବାଇ,୧୨।୧୦: ବଜାଜ କମ୍ପାନୀ ପରେ ଏବେ ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ-ଜି ନିଜ ବିଜ୍ଞାପନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସମାଜରେ ବିଷ ଘୋଳୁଥିବା ଏବଂ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ନ ଦେବାକୁ ପାର୍ଲେ-ଜି କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମୁମ୍ବାଇ ପୋଲିସ ନ୍ୟୁଜ ଚ୍ୟାନେଲର ଟିଆରପିକୁ ନେଇ ହୋଇଥିବା ଅନୈତିକ କାର୍ଯ୍ୟକଳାପର ଖୁଲାସା କରିଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଗଣମାଧ୍ୟମକୁ ବିଜ୍ଞାପନ ଦେଉଥିବା କମ୍ପାନୀ ଓ ଏଜେନ୍ସି ଉପରେ ମୁମ୍ବାଇ ପୋଲିସ ଏବେ ନଜର ରଖିଛି। ଏହାକୁ ଦୃଷ୍ଟିରେ ରଖି ପାର୍ଲେ-ଜି କମ୍ପାନୀ ବିଜ୍ଞାପନକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ବରିଷ୍ଠ ଅଧିକାରୀ କୃଷ୍ଣରାଓ ବୁଦ୍ଧ କହିଛନ୍ତି। ଏଥିସହ ଅନ୍ୟ ବିଜ୍ଞାପନଦାତାଙ୍କ ସହ ଏକତ୍ରିତ ହୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ଖର୍ଚ୍ଚରେ ସଂଯମତା ରଖାଯିବ। ଯାହାଦ୍ୱାରା ସମସ୍ତ ନ୍ୟୁଜ ଚ୍ୟାନେଲଗୁଡିକ ନିଜର ବିଷୟବସ୍ତୁ ପ୍ରସାରଣରେ ପରିବର୍ତ୍ତନ ଆଣିବେ ବୋଲି କୁଷ୍ଣରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ପରେ ଏଏପିର ହିମାଚଳ ମିଶନ

ଶିମ୍‌ଲା,୨୫।୭: ଆସନ୍ତା ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଗୁଜରାଟ ଗସ୍ତ କରି ଦିଲ୍ଲୀ...

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ...

ଜର୍ନାଲିଷ୍ଟଙ୍କୁ ଭାଜପା ନେତା କହିଲେ ଆଫଗାନିସ୍ତାନ ଚାଲିଯାଅ

ଇନ୍ଦୋର,୨୦।୮ : ବର୍ଦ୍ଧିତ ତୈଳ ଦର ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମଧ୍ୟପ୍ରଦେଶର ଜଣେ ଭାଜପା ନେତା ଜଣେ ଜର୍ନାଲିଷ୍ଟଙ୍କୁ ଆଫଗାନିସ୍ତାନ ଚାଲି ଯିବାକୁ କହିଛନ୍ତି। କାଟ୍‌ନି...

ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି

ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା...

ଡିସେମ୍ବରରେ ଖସିବ ପରିବା ଦର

ନୂଆଦିଲ୍ଲୀ,୨୬।୧୧: ଦୁଇରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଭାରତରୁ ପରିବା ଆସିବ। ଯାହା ଫଳରେ ଟମାଟୋର ଭଳି ନିତ୍ୟ ବ୍ୟବହୃତ ପରିବାର ହାରାହାରି ଖୁଚୁରା ମୂଲ୍ୟ...

୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

୩ ପିଲାଙ୍କୁ ବିଷ ଖୁଆଇଦେଲେ ମା’

ଭୋପାଳ, ୨ା୭: ସ୍ବାମୀଙ୍କ ସହ ଫୋନ୍‌ରେ ଝଗଡ଼ା କରି ମଧ୍ୟପ୍ରଦେଶର ୩୫ ବର୍ଷୀୟା ମହିଳା ମମତା ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ...

ଜେଏନ୍‌ୟୁ ହିଂସା: ଆଇସି ଘୋଷଙ୍କ ସମେତ ଚିହ୍ନଟ ହେଲେ ୯ଜଣ

ନୂଆଦିଲ୍ଲୀ,୧୦।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସା ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀ ପୋଲିସ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଏଥିରେ...

Advertisement
Archives

Model This Week