ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ। କରୋନା ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ। ଏ ସମ୍ପର୍କରେ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରର ସାଧାରଣ ତାପମାତ୍ରା ୨୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଅର୍ଥାତ୍‌ ୬୮ ଡିଗ୍ରୀ ଫାରେନହାଇଟ୍‌ରେ କରୋନା ଭୂତାଣୁ ସହଜରେ ଜୀବିତ ରହି ପାରିଥାଏ। ଫ୍ଲୁ ଭୂତାଣୁ ଏପରିସ୍ଥଳେ ୧୭ ଦିନ ବଞ୍ଚିବାକୁ ସକ୍ଷମ ହୋଇଥାଏ। ସେହିପରି ସାର୍ସ ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ୨୪ ଘଣ୍ଟା ବଞ୍ଚି ରୁହେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ୟୁଭି ଲାଇଟ୍‌ର ବ୍ୟବହାର ଦ୍ୱାରା କରୋନା ଭୂତାଣୁକୁ ନଷ୍ଟ କରାଯାଇପାରେ। ଏହି ରିପୋର୍ଟ ଭିରୋଲୋଜି ପତ୍ରିକାରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍‌ କହିଛନ୍ତି...

ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି

କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର...

ବିନା ବିସ୍ଫୋରଣରେ କେମିତି ନିହତ ହେଲେ ଅଲକାଏଦା ମୁଖ୍ୟ

ଓ୍ବାଶିଂଟନ,୨।୮: ଆମେରିକାର ଡ୍ରୋନ ଆକ୍ରମଣରେ ଆଖି ବୁଜିଛନ୍ତି ଅଲ କାଏଦା ମୁଖ୍ୟ ଆୟମାନ ଅଲ-ଜାୱାହିରି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜାୱାହିରିଙ୍କ ମୃତ୍ୟୁକୁ ନିଶ୍ଚିତ...

ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା...

ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା...

ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ

ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ...

ସୁ ଚୀଙ୍କୁ ଆଉ ୪ ବର୍ଷ ଜେଲ

ନାପିତାଉ, ୧୧ା୧: ମ୍ୟାନ୍‌ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ...

ଯିଏ ମୋଟା ସିଏ ହିରୋ

ପୃଥିବୀରେ ଅନେକ ରହସ୍ୟମୟୀ ଜନଜାତି ଅଛନ୍ତି; ଯେଉଁମାନେ କି ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଜଙ୍ଗଲରେ ରୁହନ୍ତି। ଆଉ ସେମାନଙ୍କ ପରମ୍ପରା, ଚାଲିଚଳଣି ବି...

Advertisement
Archives

Model This Week