ଓଟିଟି ମାର୍ଗଦର୍ଶିକ

ଜିତେନ୍ଦ୍ର କୁମାର ନାୟକ

ସଙ୍କଟକୁ ସାମ୍ନାକରି ଯେଉଁମାନେ ସଫଳତା ପାଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଥାଆନ୍ତି। ନିକଟରେ ଫୋର୍ବସ ଦ୍ୱାରା ଭାରତୀୟ ମହିଳା ଶକ୍ତିଙ୍କୁ ନେଇ ପ୍ରକାଶ ପାଇଥିବା ତାଲିକାର ଶୀର୍ଷରେ ରହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା ସ୍ରଷ୍ଟା (କ୍ରିଏଟର) ଅପର୍ଣ୍ଣା ପୁରୋହିତ। ଅନ୍ୟମାନଙ୍କୁ ଗପ କହିବା କିମ୍ବା କିଛି ନୂଆ ବିଷୟରେ ଜଣାଇବା ଉଦ୍ଦେଶ୍ୟ ରଖି ଚଳଚ୍ଚିତ୍ରରେ ସେ ଯେଉଁ ପରୀକ୍ଷାନିରୀକ୍ଷା କରିଥିଲେ, ତାହା ତାଙ୍କୁ ଆଜି ବଡ଼ ପରିଚୟ ଦେଇଛି। ଆମାଜନ ପ୍ରାଇମ୍‌ ଭିଡିଓର ଇଣ୍ଡିଆ ଅରିଜିନାଲ୍ସର ମୁଖ୍ୟ ଭାବେ ଅପର୍ଣ୍ଣା ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ପାଲଟି ଯାଇଛନ୍ତି।
୬ ଅଗଷ୍ଟ ୧୯୭୯ରେ ଅପର୍ଣ୍ଣା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରୁ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରିବା ପରେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସାମ୍ବାଦିକତା ପାଠ ପଢ଼ିବା ପରେ ସେ ପ୍ରଥମେ ମୁଦ୍ରିତ ଗଣମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆ, ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଇଂଲିଶ ଖବରକାଗଜ ଏବଂ ଆକାଶବାଣୀର ଦିଲ୍ଲୀଠାରେ ଏଫ୍‌ଏମ୍‌ ଗୋଲ୍ଡ ଓ ରେନ୍‌ବୋରେ କାର୍ଯ୍ୟ କରିଥିଲେ। ଏହା ପରେ ବଲିଉଡ୍‌ ପ୍ରତି ମନବଳାଇଲେ। ହେଲେ ବିଶାଳ ସିନେମା ଶିଳ୍ପରେ ସଫଳତା ପାଇବା ସହଜ କଥା ନ ଥିଲା। ତଥାପି ସାହସ ଜୁଟାଇ ସେ ୨୦୦୩ରେ ବମ୍ବେରେ ପହଞ୍ଚତ୍ଲେ। ଲକ୍ଷ୍ୟ ଥିଲା ଏହି ମଞ୍ଚ ମାଧ୍ୟମରେ ସେ ଲୋକଙ୍କୁ ଗପ କହିବେ। ସେଠାରେ କିଛି ସପ୍ତାହ ପରେ ଏକ ଟେଲିଭିଜନ୍‌ ଶୋ’ରେ ସେ କାମ କରିବାର ସୁଯୋଗ ପାଇଲେ। ସେଥିରେ ସେ ଏକମାତ୍ର ମହିଳା ସହକାରୀ ନିର୍ଦ୍ଦେଶକ ଥିଲେ। ତେବେ ବଡ଼ କଳାକାରଙ୍କୁ ଜଣେ ଯୁବ ମହିଳା ନିର୍ଦ୍ଦେଶକ ଭାବେ ନିର୍ଦ୍ଦେଶନା ଦେବା କଷ୍ଟକର ହୋଇପଡ଼ିଥିଲା। ଅପର୍ନା ସେନ୍‌, ଭାରତବାଲା ଓ ନାସିରୁଦ୍ଦିନ୍‌ ଶାହାଙ୍କ ଭଳି ବ୍ୟକ୍ତିଙ୍କ ସହ ମିଶି କାମ କରିବା ବେଳେ ସେ ଅନେକ ଅଭିଜ୍ଞତା ଅର୍ଜନ କରିଥିଲେ। ସେହି ସୁଯୋଗ ତାଙ୍କୁ ପରବର୍ତ୍ତୀ ସମୟରେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇଥିଲା। ଫଳରେ ମନୋରଞ୍ଜନର କର୍ପୋରେଟ୍‌ ଜଗତ ସହ ସେ ଜଡ଼ିତ ହୋଇଗଲେ। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଓ ୟୁଟିଭି ମୋଶନ ପିକ୍‌ଚର୍ସରେ କ୍ୟାରିୟର ବଢ଼ାଇଥିଲେ। ୨୦୦୮ରେ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟରେ ଯୋଗ ଦେଇଥିଲେ। ୨୦୧୦ ତାଙ୍କୁ ଆହୁରି ସଫଳତା ମିଳିଲା ଓ ସେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍‌ଏଫ୍‌ଡିସି)ରେ ପରାମର୍ଶଦାତା ଭୂମିକା ନିର୍ବାହ କରିଥିଲେ। ପରେ ମହିନ୍ଦ୍ରା ଗ୍ରୁପ୍‌ର ଫିଲ୍ମ ଶାଖା ମୁମ୍ବାଇ ମନ୍ତ୍ରା ମିଡିଆ ଲିମିଟେଡ୍‌ରେ ସେ ହେଡ୍‌ ଅଫ୍‌ କ୍ରିଏଟିଭ୍‌ ଇନିସିଏଟିଭ୍‌ ଭାବେ ଯୋଗ ଦେଇଥିଲେ। ୨୦୧୫ରେ ଅପର୍ଣ୍ଣା ‘ଜାନେ ପେହେଚାନ୍‌’ର ପ୍ରଯୋଜନା କରି ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଦୀର୍ଘ ୧୫ ବର୍ଷ ବମ୍ବେ ସିନେମା ଶିଳ୍ପରେ କାର୍ଯ୍ୟ କରିଥିବା ଅପର୍ଣ୍ଣା ମନୋରଞ୍ଜନ ଜଗତରେ ଓଭର-ଦି-ଟପ୍‌ (ଓଟିଟି)ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଭାରତୀୟ ମୂଳ ବିଷୟ ମିର୍ଜାପୁର, ମେଡ୍‌ ଇନ୍‌ ହେଭେନ୍ସ, ବାଣ୍ଡିସ୍‌ ବଣ୍ଡିଟ୍‌ସ ଓ ପାତାଳ ଲୋକ୍‌ରେ ପପ୍‌-କଲ୍‌ଚର ଭାବନା ସନ୍ନିବେଶିତ କରାଇ ମନୋରଞ୍ଜନକୁ ଦର୍ଶକଙ୍କ ଭରପୂର ଆନନ୍ଦ ପାଇବା ଭଳି ସ୍ତରକୁ ନେଇଯାଇଛନ୍ତି। ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା କେତେକ ଚଳଚ୍ଚିତ୍ର ଓ ସିରିଜ୍‌ ତାଙ୍କ ଯୋଗୁ ଲୋକପ୍ରିୟତା ପାଇଥିବା ଦେଖାଯାଇଛି।
ଜଣେ ଯୁବ ସାମ୍ବାଦିକା ଏକ ମିଶନ ରଖି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଖୁବ୍‌ ଅଳ୍ପ ସମୟ ଭିତରେ ଅନେକ ସଫଳତା ପାଇଛନ୍ତି। କାର୍ଯ୍ୟ ପ୍ରତି ଗଭୀର ନିଷ୍ଠା ଓ ପ୍ରତିବନ୍ଧତା ଯୋଗୁ ଏହା ସମ୍ଭବ ହୋଇପାରିଛି । ଭାରତର ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ସାମାଜିକ, ପ୍ରଶାସନିକ କ୍ଷେତ୍ର ଯାଏ ଅନେକେ ମହିଳା କାର୍ଯ୍ୟ କରୁଛନ୍ତି। ଦେଶରେ ବହୁ ଧନଶାଳୀ ମହିଳା ଅଛନ୍ତି, କିନ୍ତୁ ସେମାନଙ୍କ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ି ନ ଥାଏ। ମାତ୍ର ଯେଉଁମାନେ ଏକ ଲକ୍ଷ୍ୟ ରଖି ଓ ଗଣକୁ ଦିଗ୍‌ଦର୍ଶନ ଦେବାରେ ସହାୟକ ହୋଇଥାଆନ୍ତି ସେମାନେ ଶକ୍ତିଶାଳୀ ପ୍ରମାଣିତ ହୋଇଥାଆନ୍ତି। ଅପର୍ଣ୍ଣାଙ୍କ ମନୋରଞ୍ଜନ କ୍ଷେତ୍ରରେ ଯାତ୍ରା ଅଳ୍ପ ବର୍ଷର ହୋଇଥାଇପାରେ, କିନ୍ତୁ ସେ ନୂଆ ପିଢ଼ିଙ୍କ ପାଇଁ ଯେଉଁ ପ୍ରେରଣାର ବାଟ ଦେଖାଇଛନ୍ତି, ତାହା ସୁଦୀର୍ଘ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?