ଏଇ ଭାରତରେ

ରୋଜଗାରଭିତ୍ତିକ କୃଷି ବିକାଶର ଧାରାରେ ମୁକ୍ତାଚାଷ ଯୋଡ଼ି ହୋଇଛି ଓ ବହୁ ଲୋକଙ୍କୁ ସ୍ବାବଲମ୍ବୀ କରୁଛି। ମହାରାଷ୍ଟ୍ରର ଅଶୋକ ମନଓ୍ବାନି ଏବଂ ତାଙ୍କ ସ୍ତ୍ରୀ କୁଳଞ୍ଜନ ଦୁବେ ମନଓ୍ବାନି ଏବେ ମୁକ୍ତାଚାଷ କରି ସ୍ବାବଲମ୍ବୀ ହେବା ସହ ଭାରତର ୧୨ ରାଜ୍ୟରେ ୧,୦୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇ ପାରିଛନ୍ତି। ପ୍ରତ୍ୟେକ କୃଷକଙ୍କୁ ନିୟମିତ ପଥପ୍ରଦର୍ଶନ କରୁଛନ୍ତି। ମନଓ୍ବାନି ଦମ୍ପତି ମହାରାଷ୍ଟ୍ର ବ୍ୟତୀତ କର୍ନାଟକ, କେରଳ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଣିପୁର, ମେଘାଳୟ, ଆସାମ ଆଦି ରାଜ୍ୟରେ ମୁକ୍ତାଚାଷ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏବେ ସୁଦ୍ଧା ଅଶୋକ ଓ ତାଙ୍କ ସ୍ତ୍ରୀ ୪୦୦ ଟ୍ରେନିଂ ସେସନ ଏବଂ ଓ୍ବାର୍କଶପ ଆୟୋଜନ କରି ସାରିଛନ୍ତି। ଅଶୋକ ଭୁବନେଶ୍ୱରରୁ ମୁକ୍ତାଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ୨୦୦୧ରେ ‘ଇଣ୍ଡିଆନ ପର୍ଲ କଲ୍‌ଟିଭେଶନ’ ସଂସ୍ଥା ଗଠନ କରି ଚାଷ ଆରମ୍ଭ କରିଥିଲେ। ଏଥିରେ ସଫଳ ହେବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିତ୍ଲେ। ମୁକ୍ତାଚାଷ ବିକାଶର ଦୀର୍ଘ ଅଭିଯାନରେ ଉକ୍ତ ଦମ୍ପତି ୮ଟି ଜାତୀୟ ଓ ୭୦ଟି ଅନ୍ୟ ପୁରସ୍କାର ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri