କୃଷି ବିଲ୍‌କୁ ବିରୋଧ: ବରଗଡ଼ରେ ଆମ୍‌ ଆଦ୍‌ମୀ ପାର୍ଟିର ବିକ୍ଷୋଭ

ବରଗଡ଼ ଅଫିସ,୨୨।୯: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ନେଇ ସବୁଠି ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଏହାର ପ୍ରତିବାଦରେ ବରଗଡ଼ରେ ବିକ୍ଷୋଭ ଶୋଭାଯାତ୍ରା କରିଛି। ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଆପ୍‌ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖି ରହିଛି ଯେ, କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ପାରିତ କରିଥିବା କୃଷି ବିଲ୍‌ ଯୋଗୁ ଚାଷୀମାନେ ରସାତଳକୁ ଠେଲି ହୋଇଯେିବ। ଚାଷୀମାନେ ସ୍ବାମୀନାଥନ କମିଶନ ଲାଗୁ କରିବାକୁ ଦାବି କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଚାଷୀ ବିରୋଧୀ ବିଲ୍‌ ସମସ୍ତ ଚାଷୀକୁଳକୁ ହତାଶ କରିଛି। ଏହି ବିଲ୍‌ରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ। ଫଳରେ ଚାଷୀମାନେ ଉଚିତ୍‌ ମୂଲ୍ୟ ପାଇବେ କି ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ଆପ୍ କର୍ମକର୍ତ୍ତାମାନେ କହିଛନ୍ତି।
ସେହିପରି ପୁଞ୍ଜିପତିଙ୍କ ହାତକୁ ଧାନ କିଣାବିକା ଚାଲିଯିବ ଏବଂ ଚାଷୀମାନେ ସରକାର କିମ୍ବା ପ୍ରଶାସନ ପାଖରେ ଅଭିଯୋଗ କରି ପାରିବେ ନାହିଁ। ଅନ୍ୟପକ୍ଷରେ କଣ୍ଟାକ୍ଟ ଫାର୍ମିଂ ଦ୍ବାରା ପୁଞ୍ଜିପତିମାନେ ଅଗ୍ରାଧିକାର ପାଇବେ ବୋଲି ଆପ୍‌ ଅଭିଯୋଗ କରିଛି। ଫଳରେ ଉକ୍ତ କୃଷି ବିଲ୍‌କୁ ଅନୁମୋଦନ କରା ନ ଗଲେ ଚାଷୀମାନେ ଉପକୃତ ହେବେ ଏବଂ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖିତ ରହିଛି। ଆପ୍‌, ବରଗଡ଼ ଜିଲା ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅମିତାଭ ପାତ୍ର, ରମେଶ ପତି, ସ୍ବରୂପ ଭୋଇ, ପ୍ରମୁଖ ସାମିଲ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା...

ନିଜ ବେଳକୁ କଟକଣା ମାନୁନି ଜିଲା ପ୍ରଶାସନ

ଝାରସୁଗୁଡା ଅଫିସ,୧୮ା୪: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ଲକଡାଉନ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ପରାମର୍ଷ...

ଦିନକରେ ୧ ଟନ୍‌ ଆବର୍ଜନା ସଂଗ୍ରହ

ଅନୁଗୋଳ ଅଫିସ, ୩।୧: ଅନୁଗୋଳ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଡେରେଜାଙ୍ଗ ଜଳଭଣ୍ଡାରକୁ ସଫାସୁତରା ରଖିବା ଲାଗି ଆରମ୍ଭ ହୋଇଥିବା ଅଭିଯାନରେ ନୂଆ ଫର୍ଦ୍ଦ...

ଖବର ପ୍ରକାଶ ପାଇବା ପରେ ତତ୍ପରତା

ଓଡ଼ଗାଁ,୧୦ା୩ (ସ୍ବ.ପ୍ର): ନୟାଗଡ଼ ଜିଲାର ଓଡ଼ଗାଁ ସମେତ ଅନ୍ୟ ବ୍ଲକରୁ ଧାନ ବିକ୍ରିରେ ସୁଧାର ଆଣିବାକୁ ଜିଲାପାଳ ସମ୍ବଲପୁର ମିଲରଙ୍କୁ ଧାନ କିଣିବାକୁ ଅନୁମତି ପ୍ରଦାନ...

କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା

ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ...

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି...

କୋଳ ପାଉଛନ୍ତି କୋମଳମତି

ଢେଙ୍କାନାଳ ଅଫିସ, ୧୬।୧୨ – ଶୈଶବରେ ଯନ୍ତ୍ରଣା। କିଏ ହରାଇଛି ମା’ବାପାଙ୍କୁ ତ ପିତୃତ୍ୱ ପରିଚୟ ଭୟରେ ଆଉ କାହାକୁ ନାହି ନାଡ଼ କଟା ହେବା...

‘ରାକେଶ’ର ପିଛା ଛାଡୁନି ସଂକ୍ରମଣ

ଢେଙ୍କାନାଳ ଅଫିସ, ୮।୫ – ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଥିବା ନରହନ୍ତା ଦନ୍ତା ‘ରାକେଶ’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସଂକ୍ରମଣ...

Advertisement
Archives

Model This Week