ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ବିରୋଧୀ ଦଳଗୁଡିକ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରା କରୁଛନ୍ତି। କଂଗ୍ରେସ ୨୦୧୪ ପରଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପକୁ ବିରୋଧ କରିଆସୁଛି। ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନ କରି ନିଜ ଦାୟିତ୍ୱରୁ ଓହରୁଛି । ପାର୍ଲାମେଣ୍ଟରେ କୃଷି ବିଲ୍‌ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଚେହେରା ପଦାରେ ପଡ଼ିଛି। କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକଙ୍କୁ ସ୍ବାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ। ବିରୋଧୀ ଦଳ ପକ୍ଷରୁ ଅନେକ ଚାଷୀଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍‌ ଉପରେ ଅପପ୍ରଚାର ସତ୍ତ୍ବେ ୧୩୦ କୋଟି ଜନତା ପୁଣିଥରେ ମିଥ୍ୟା ପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ ଏହି ବୈଠକ...

ଆଜିଠୁ ସହରବାସୀଙ୍କ ଜଗା ଦର୍ଶନ

ପୁରୀ ଅଫିସ,୨୬ା୧୨: ପୁରୀବାସୀଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ଶୁକ୍ରବାର ଶେଷ ହୋଇଛି। ବ୍ୟାରିକେଡ୍‌ ଓ କରିଡର କାର୍ଯ୍ୟ ସରିଛି। ମୁଖ୍ୟ ବ୍ୟାରିକେଡ୍‌...

ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ...

ସୌର ପ୍ରକଳ୍ପ ପାଇଁ ୭୦ କୋଟି ବ୍ୟୟବରାଦ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ୨୦୨୨ ସୁଦ୍ଧା ୨୨୫୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଣପାରମ୍ପରିକ ନୀତି -୨୦୧୬ ଅନୁଯାୟୀ ଏହି...

ଜୁନ୍‌ ୩୦ ପର୍ଯ୍ୟନ୍ତ ଟ୍ରେନ୍‌ ସେବା ବନ୍ଦ

ଭୁବନେଶ୍ୱର,୧୫।୫(ବ୍ୟୁରୋ):ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସରୁୁ ଊର୍ଦ୍ଧ୍ୱ ହେବ ରେଳ ସେବା ବନ୍ଦ ରହିଛି। କେବଳ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନେବା ଆଣିବା...

ବିଶ୍ୱକପ୍‌ ହକି: ଆଜି ଆଉ ୮ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ)-ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ...

ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର,୪।୪(ବ୍ୟୁରୋ): ସମବାୟ ସମିତି ନିର୍ବାଚନ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁନ୍‌...

Advertisement
Archives

Model This Week