Posted inରାଜ୍ୟ

ମରୁଡ଼ି ଘୋଷଣା ଦାବିରେ ବିରୋଧୀ ଅଟଳ

ଭୁବନେଶ୍ୱର,୨।୯(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରୁଆ ବେଉଷଣ ପାଇଁ ବିଲରେ ପାଣି ନାହିଁ। ଚାଷୀମାନେ ହା ହୁତାଶରେ ଦିନ କାଟୁଛନ୍ତି। ଏଭଳିସ୍ଥିତିରେ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି। ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ସାର ଯୋଗାଉ ନ ଥିବା ଅଭିଯୋଗ କରି ଶାସକ ବିଜେଡି ବିଧାନସଭା ବାହାରେ ପ୍ରତିବାଦ ଚଳାଇଥିବାବେଳେ ଭାଜପା ଓ କଂଗ୍ରେସ ରାଜ୍ୟରେ ଦେଖା ଦେଇଥିବା ମରୁଡ଼ି ପ୍ରସଙ୍ଗକୁ ନେଇ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ଶଣ୍ଡୁଆସି ଆକ୍ରମଣ କରିଛନ୍ତି।

ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି। ଜମିକୁ ଜଳ ସେଚନ ସୁବିଧା ନାହିଁ। ବିଲ ଫାଟି ଆଁ କଲାଣି। ଚାଷୀମାନେ ମୁଣ୍ଡରେ ହାତ ଦେଇ ପ୍ରମାଦ ଗଣିଲେଣି। ଚାଷୀକୁଳ ଭାସିଗଲେ ବାଚସ୍ପତି କିମ୍ବା ରାଷ୍ଟ୍ରପତିଙ୍କୁ ବି ମୁଠେ ଖାଇବାକୁ ମିଳିବ ନାହିଁ। ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଏମିତି ଅଭିଯୋଗ ଆଣି ସରକାରଙ୍କୁ କାଠ ଗଡ଼ାରେ ଛିଡ଼ା କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ମରୁଡ଼ି ଘୋଷଣା କରନ୍ତୁ। ଋଣ ଛାଡ଼ ସହ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ। ଏଥିସହ ଜଳ ସଂରକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ କରନ୍ତୁ ବୋଲି ବିରୋଧୀ ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଗୃହରେ ଦାବି କରିଛନ୍ତି।
ଅଧିବେଶନରେ ପ୍ରଥମ ଦିବସରେ ରାଜ୍ୟରେ ଦେଖା ଦେଇଥିବା ମରୁଡି ପରିସ୍ଥିତିକୁ ନେଇ ବିଧାନସଭା ସରଗରମ ହୋଇଛି। ‘ମରୁଡି କବଳରେ ସାରା ଓଡିଶା କଲବଲ, ସରକାରଙ୍କ ଯୋଗୁ ଦୁର୍ଦ୍ଦଶାରେ ଚାଷୀକୁଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ଦଳ ସରକାରଙ୍କୁ ହରଡ଼ଘଣାରେ ପକାଇଥିଲେ। ମୁଲତବୀ ଆଲୋଚନା ଆରମ୍ଭ କରି ଭାଜପା ସଦସ୍ୟ ମୋହନ ଚରଣ ମାଝି କହିଲେ ଯେ ରାଜ୍ୟରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କୃଷି ମନ୍ତ୍ରୀ ମରୁଡ଼ିକୁ ଭଗବାନଙ୍କ ଉପରେ ଛାଡ଼ି ଦେଇ ଆମର କିଛି ଦୋଷ ନାହିଁ ବୋଲି କହୁଛନ୍ତି। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ରାଜ୍ୟର କୌଣସି ଜଳାଶୟରେ ପାଣି ନାହିଁ। ଓଡ଼ିଶାକୁ ଭୟଙ୍କର ଭାବେ ମରୁଡ଼ି ଗ୍ରାସ କରୁଛି। ୩୧୪ ବ୍ଲକରୁ ୨୧୩ ବ୍ଲକରେ ମରୁଡି ପରିସ୍ଥିତି। ରାଜ୍ୟରେ ସ୍ବାଭାବିକ ଠାରୁ ୪୭ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା କମିଛି। ମାତ୍ର ପ୍ରକୃତିକୁ ଦୋଷ ଦେଇ ସରକାର ଖସି ଯାଇପାରିବେ ନାହିଁ। ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ତା’ର ଉତ୍ତର ଦେବା ଦରକାର। ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ସରକାର ଜଳସେଚନରେ ଫେଲ୍‌ ମାରିଛନ୍ତି। ସବୁ ବ୍ଲକରେ ୩୫ପ୍ରତିଶତ ଜଳ ସେଚନ ହୋଇଛି ବୋଲି ସରକାର ଯେଉଁ ଦାବି କରୁଛନ୍ତି, ତାର ହିସାବ ଦିଅନ୍ତୁ ବୋଲି ମୋହନ କହିଛନ୍ତି। ରାଜ୍ୟର ୨୯ ଜିଲାରେ ୩,୮୨୨ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଚଳ ହୋଇଛି। ବର୍ତ୍ତମାନ ସମୟରେ ହୀରାକୁଦରେ ୬୨୬ ଫୁଟ ପାଣି ରହିବା ଜାଗାରେ ୬୨୦ ଫୁଟ ରହିଛି। ମହାନଦୀର ୬୫ ପ୍ରତିଶତ ଜଳ ସମୁଦ୍ରକୁ ବୋହି ଯାଉଛି। ସରକାର କୌଣସି ନଦୀରେ ଗୋଟିଏ ବି ବ୍ୟାରେଜ କରି ପାରିଲେ ନାହିଁ। ତୁରନ୍ତ ମରୁଡ଼ି ପରିସ୍ଥିତି ଘୋଷଣା କରାଯାଇ ଚାଷୀଙ୍କ ପାଇଁ ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ବୋଲି ମୋହନ ଦାବି କରିଛନ୍ତି। ଭାଜପା ସଦସ୍ୟ ବିଷ୍ଣୁ ଚରଣ ସେଠୀ ମରୁଡି ପରିସ୍ଥିତିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ରାଜ୍ୟର ୧୮ ଜିଲାରେ ନିଅଣ୍ଟିଆ ବର୍ଷା ଏବଂ ୭ ଜିଲାରେ ଉତ୍କଟ ମରୁଡି ପରିସ୍ଥିତି। କୃଷିକୁ ଅଣଦେଖା କଲେ ଆମେ ପସ୍ତେଇବୁ। ମନ୍ତ୍ରୀଙ୍କ ଉତ୍ତର ଶୁଆକୁ ଶିଖାଇଲା ଭଳି ହୋଇଛି। ଭାଜପା ସଭ୍ୟ ନାଉରୀ ନାୟକ ମଧ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଛନ୍ତି, କୃଷି ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର ଭଳି ମନେ ହେଉଛି। ୩୦ ଜିଲାରୁ ୨୭ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ତୁରନ୍ତ ମରୁଡ଼ି ଘୋଷଣା କରନ୍ତୁ। ରାଜ୍ୟରେ ୯୫ପ୍ରତିଶତ ଉଠାଜଳସେଚନ ପଏଣ୍ଟ କାମ କରୁ ନାହିଁ। ଏଥିପାଇଁ କେଉଁ ପ୍ରକୃତି ଦାୟୀ ବୋଲି ନରସିଂହ ପ୍ରଶ୍ନ କରିବା ସହ ଏ ସରକାରରେ ମନ୍ତ୍ରୀଙ୍କର କୌଣସି ଅଧିକାର ଥିବା ଭଳି ମନେ ହେଉ ନାହିଁ। ସରକାର କୃଷି ବୀମାର ସମୟ ସୀମା ବୃଦ୍ଧି କରିବା ସହ ସରକାରୀ ବୀମା କମ୍ପାନୀକୁ ଦାୟିତ୍ୱ ଦିଆଯାଉ। ତୁରନ୍ତ ମରୁଡ଼ି ଘୋଷଣା କରିବା ସହ ଋଣ ଛାଡ଼ ପାଇଁ କେନ୍ଦ୍ରକୁ ଜଣାନ୍ତୁ। ମାଗଣା ବିହନ, ସାର ଓ କୀଟନାଶକ ଯୋଗାଇ ଦିଆଯାଉ। ଚାଷ ଉପରେ ନିର୍ଭର କରୁଥିବା ଶ୍ରମିକଙ୍କୁ ବେକାରି ଭତ୍ତା, ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା ସହ ଯେଉଁଠି ଧାନ ବଞ୍ଚତ୍ଛି ସେଠାରେ ୭ଦିନ ମଧ୍ୟରେ ଜଳ ଯୋଗାଇ ଦେବାକୁ ମିଶ୍ର ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମରୁଡି ଆଲୋଚନା ବେଳେ ରାଜସ୍ବ ମନ୍ତ୍ରୀ, ଏସ୍‌ଆର୍‌ସିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏପରିକି ମୁଲତବୀ ଆଲୋଚନାର ଅଧାରୁ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିଜେଡି ସଭ୍ୟ ଭୂପିନ୍ଦର ସିଂ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ, କିଶୋର ନାୟକ ପ୍ରମୁଖ ରାଜ୍ୟ ସରକାର କୃଷି ଓ ଚାଷୀଙ୍କ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀଙ୍କ ବିକାଶ ଓ ଆୟ ବୃଦ୍ଧି ପାଇଁ ସରକାର ବହୁ ଯୋଜନା କରିଛନ୍ତି। ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି। କୃଷି ପାଇଁ ସ୍ବତନ୍ତ୍ର ବଜେଟ, କୃଷି କ୍ୟାବିନେଟ ଆଦି କରାଯାଇଛି। ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜମିକୁ ଜଳ ସେଚନ କରାଯାଉଛି ବୋଲି ଶାସକ ସଦସ୍ୟମାନେ କହିଥିଲେ। ତେବେ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।

୨୩ ଜିଲାରେ ମରୁଡ଼ି: ମନ୍ତ୍ରୀ

ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ଅଗଷ୍ଟ ୨୮ ପର୍ଯ୍ୟନ୍ତ ରାଜ୍ୟର ୨୩ ଜିଲାରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୮୭୭.୯ ମି.ମି. ବର୍ଷା ହେବାକୁ ଥିବା ବେଳେ ୬୧୬.୪ ମି.ମି. ବର୍ଷା ହୋଇଛି। ଏହା ସ୍ବାଭାବିକଠାରୁ ୨୯.୮% କମ୍‌ ରହିଛି। ଏହି ସମୟ ମଧ୍ୟରେ ୧୧ ଜିଲାର ୧୫ ବ୍ଲକରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହିସବୁ ଜିଲାରେ ସ୍ବାଭାବିକଠାରୁ ୫୯ % କମ୍‌ ବର୍ଷା ହୋଇଛି। ତେବେ ୧୪ ଜିଲାର ୪୭ ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଫସଲ ଉଜୁଡ଼ି ଯାଇଛି। ବୁଧବାର ମୁଲତବୀ ଆଲୋଚନାବେଳେ ବିରୋଧୀଙ୍କ ପ୍ରଶ୍ନର ଜବାବରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ୫୩.୬୭ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯାଇଛି। ଏହା ଧାର୍ଯ୍ୟଲକ୍ଷ୍ୟର ୮୬.୬୨%। ଗତ ବର୍ଷ ଏହି ସମୟରେ ୫୧.୧୨ ଲକ୍ଷ ହେକ୍ଟର ଜମିରେ ଫସଲ ଚାଷ ହୋଇଥିଲା, ଯାହାକି ଧାର୍ଯ୍ୟଲକ୍ଷ୍ୟର ୯୨% ଥିଲା।
ବିଗତ ବର୍ଷକୁ ତୁଳନା କଲେ ଅଗଷ୍ଟ ୨୮ ସୁଦ୍ଧା ୩.୪୫ ଲକ୍ଷ ହେକ୍ଟର କମ୍‌ ଜମିରେ ଚାଷ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୮ ଥର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମରୁଡ଼ି ଏକ ପ୍ରାକୃତିକ ଦୁର୍ବିପାକ। ଏହା ଜଳବାୟୁ ପରିବର୍ତ୍ତନ ଯୋଗୁ ହୋଇଥାଏ। ସ୍ଥିତି ବଦଳୁଥିବାରୁ ଫସଲର ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସୁଛି। ରାଜ୍ୟରେ ହେଉଥିବା ମୋଟ୍‌ ଧାନଚାଷର ପ୍ରାୟ ୪୦ ଭାଗ ଜମିରେ ଧାନବୁଣା ଯାଉଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ କିଛି ଜମିରେ ବେଉଷଣ କାର୍ଯ୍ୟ କରାଯାଇପାରିନାହିଁ। ରାଜ୍ୟର ସମସ୍ତ ଜିଲାପାଇଁ ଜିଲା ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଏବଂ ଜଳସେଚନର ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଆକଳନ କରିଛନ୍ତି। ୨୦୨୧ ଜୁଲାଇ ୨୦ରେ ମୁଖ୍ୟ ଶାସନ ସଚିବ ଫସଲର ସ୍ଥିତି ଅନୁଧ୍ୟାନ କରିବା ସହ କେନାଲ ପାଣି ଛାଡ଼ିବା ଏବଂ ଜଳସେଚନର ସମସ୍ତ ଉତ୍ସକୁ ବ୍ୟବହାର କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ଆପତଃକାଳୀନ ଫସଲ ଯୋଜନା ପ୍ରସ୍ତୁତି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମରୁଡିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସପ୍ତାହର ସୋମବାର କୃଷି ଉତ୍ପାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଫସଲ ଓ ଏହାର ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓୟୁଏଟି, ଆଇଏମ୍‌ଡି, ଏସ୍‌ଆର୍‌ସି, ଜଳ ସମ୍ପଦ ଓ ସମବାୟ ବିଭାଗ ଅଧିକାରୀମାନେ ସାମିଲ ହେଉଛନ୍ତି। ଅବସ୍ଥା ନିରୀକ୍ଷଣ କରି ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି…

‘ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ, ହେଲେ ଏହି…

ଭୁବନେଶ୍ୱର, ୮।୬: ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

ସାଇକେଲରେ ଡ୍ୟୁଟି କଲେ ବନ କର୍ମଚାରୀ, ପରିବେଶ ସୁରକ୍ଷା ସହ…

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍‌ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ…

ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଦିଲ୍ଲୀରେ ଥିବା ମମତାଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୮।୬: ବଙ୍ଗଳାରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ମମତା ବାନାର୍ଜୀ ଏବେ ଦିଲ୍ଲୀରେ ଏକ ବଡ଼ ଝଟକା ପାଇଛନ୍ତି। ଟିଏମସି ରାଜ୍ୟ ସଭା ଏମପି ସୁଖେନ୍ଦୁ ଶେଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri