Posted inଜାତୀୟ

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିବାବେଳେ ଡିଜେଲ ମଧ୍ୟ ଚଢ଼ା ଦାମରେ ବିକ୍ରି ହେଉଛି। ଏହା ବ୍ୟତୀତ ବିଗତ କିଛି ଦିନରେ ଘରୋଇ ଗ୍ୟାସ୍‌ ମୂଲ୍ୟରେ ମଧ୍ୟ ପ୍ରତି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କେ.ଜି. ବିଶିଷ୍ଟ ସିଲିଣ୍ଡର ଦାମ୍‌ ୭୯୬ ଟଙ୍କାରେ ପହଞ୍ଚତ୍ଛି। ଏହି ଦରବୃଦ୍ଧି କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି। ଆଗାମୀ ଦିନରେ ଏଥିଯୋଗୁ ପରିବହନ ଖର୍ଚ୍ଚ ବଢ଼ି ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକର ଦରବୃଦ୍ଧିର କାରଣ ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାଇ ଦେଇଛନ୍ତି।
ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ ତେଲ ଦର ଦୈନିକ ବୃଦ୍ଧି କରିବାରେ ଲାଗିଛନ୍ତି। ଉପଭୋକ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପେଟ୍ରୋଲ ଉପରେ ଟିକସ ବାବଦରେ ୬୦% ଅର୍ଥ ଦେଉଥିବାବେଳେ ଡିଜେଲ ଉପରେ ୫୪% ଦେଉଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି। ଫଳରେ ସମଗ୍ର ଦକ୍ଷିଣ ଏସିଆରେ ପେଟ୍ରୋଲ ଦର ଭାରତରେ ସବୁଠୁ ମହଙ୍ଗା ହୋଇଛି। ଏପରି କି ଭାରତଠାରୁ ତେଲ ନେଉଥିବା ନେପାଳରୁ ଏବେ ପେଟ୍ରୋଲ ଓ ଡିଜେଲ ଚୋରା ଚାଲାଣରେ ଆସୁଛି। କାରଣ ନେପାଳରେ ଭାରତ ତୁଳନାରେ ପେଟ୍ରୋଲ ୨୩ ଟଙ୍କା ଓ ଡିଜେଲ ୨୭.୫୦ ଟଙ୍କା ଶସ୍ତା।
ଭାରତ-ନେପାଳ ସୀମା ସଂଲଗ୍ନ ବିହାରର ପୂର୍ବ ଚମ୍ପାରଣ ଜିଲା ରକ୍ସୋଲ ସହରରେ ଯୁଗଳ କିଶୋର ଶିକାରିୟା ୩ ଦଶନ୍ଧି ଧରି ପେଟ୍ରୋଲ ପମ୍ପ ଚଳାଉଛନ୍ତି। ସେ ୪ ବର୍ଷ ତଳେ ଦୈନିକ ୭,୦୦୦-୮୦୦୦ ଲିଟର ପେଟ୍ରୋଲ ବିକ୍ରି କରୁଥିବାବେଳେ ଏବେ ଏହି ପରିମାଣ ୧୫୦୦ ଲିଟରକୁ ଖସିଯାଇଛି। ସହରରେ ଗାଡ଼ି ସଂଖ୍ୟା କମିବା ଯୋଗୁ ନୁହେଁ, ବରଂ ପଡ଼ୋଶୀ ନେପାଳରୁ ଭାରତକୁ ପେଟ୍ରୋଲ ଡିଜେଲ ଚାଲାଣ ହେଉଥିବାରୁ ଏଭଳି ହେଉଛି। କିଶୋର କହିଛନ୍ତି, ଅଧିକାଂଶ ସୀମା ମୁକୁଳା ପଡ଼ିଥିବାରୁ ଚାଲାଣକାରୀ ଡ୍ରମ୍‌ରେ ଭରି ଟ୍ରକ୍‌ ଓ ଟ୍ୟାଙ୍କରରେ ତେଲ ଆଣୁଛନ୍ତି। ନେପାଳର ଶିଳ୍ପ ରାଜଧାନୀ କୁହାଯାଉଥିବା ବୀରଜଙ୍ଗ ନିକଟସ୍ଥ ରକ୍ସୋଲ ସୀମାରେ ଗୁରୁବାର ନେପାଳ ସୈନ୍ୟମାନେ ୧୩୬୦ ଲିଟର ପେଟ୍ରୋଲ ସହ ଏକ ଟ୍ୟାଙ୍କର ଜବତ କରି ୩ ଚାଲାଣକାରୀଙ୍କୁ ଗିରଫ କରିଥିଲେ। ଅନେକ ଲୋକ ଗାଡ଼ି ଧରି ନେପାଳକୁ ତେଲ ଭରିବାକୁ ଯାଉଛନ୍ତି। ଯିଏ ଭୟରେ ସେଠାକୁ ଯାଉନାହାନ୍ତି, ସେ ଏଠାକୁ ଆସୁଥିବା ତେଲ ଭରୁଛନ୍ତି।
ନେପାଳ ଭାରତରୁ ତେଲ ନେଉଥିବାବେଳେ ଭାରତୀୟମାନେ ପଡ଼ୋଶୀ ଦେଶରୁ ପେଟ୍ରୋଲ କାହିକି ଆଣୁଛନ୍ତି? ଏହାର ସରଳ ଉତ୍ତର ହେଉଛି ଟିକସ। ଆମ ଦେଶରେ ତେଲ ଟିକସ ଅତି ଉଚ୍ଚ। କରୋନା ସମୟ ତୁଳନାରେ ବର୍ତ୍ତମାନ ତେଲ ଚାହିଦା ବଢ଼ିଛି। ଅନୁରୂପ ଭାବେ ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି। ଏହାର ଏକମାତ୍ର କାରଣ ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତେଲ ଯୋଗାଣ ହ୍ରାସ ପାଇବା ଓ ସରକାରଙ୍କ ପକ୍ଷରୁ ଟିକସ ବୃଦ୍ଧି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୦ ଡଲାର ରହିଛି, ଯାହାକି ଗତ ଏପ୍ରିଲରେ ୨୦ ଡଲାର ଥିଲା। ତେଲ ଦର ବୃଦ୍ଧିର ପ୍ରଭାବ ଗ୍ରାମାଞ୍ଚଳ ତୁଳନାରେ ସହରୀ ଭାରତୀୟଙ୍କ ଉପରେ ଅଧିକ ପଡ଼ିଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।

*ଓଡ଼ିଶାର ମାଲକାନଗିରି ଜିଲାସ୍ଥିତ କାଲିମେଳାରେ ପ୍ରିମିୟମ୍‌ ପେଟ୍ରୋଲ ୧୦୦.୨୬ ଟଙ୍କା ଛୁଇଁଥିବାବେଳେ ଡିଜେଲ ଲିଟର ପିଛା ୯୭.୧୪ ଟଙ୍କାରେ ପହଞ୍ଚତ୍ଥିଲା।

*ପେଟ୍ରୋଲ ୯୧.୬୬ ଓ ଡିଜେଲ ଲିଟର ୮୮.୬୩ ଟଙ୍କାରେ ବିକ୍ରି ହେଉଛି।

*ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୯୭ ଓ ୮୮.୦୬ ଟଙ୍କାରେ ପହଞ୍ଚତ୍ଛି।

*ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି।

*ସରକାର ବର୍ତ୍ତମାନ ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏସ୍ ବିପିନ ରାୱତଙ୍କ ରାଜକୀୟ ସମ୍ମାନ ସହ ହେବ ଶେଷ କୃତ୍ୟ ସମ୍ପନ୍ନ, ସକାଳ ୧୧ଟାରୁ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କର ଶୁକ୍ରବାର ଶେଷ କୃତ୍ୟ ଦିଲ୍ଲୀଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ...

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ...

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ...

ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…

ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ...

ଭାଙ୍ଗିଲା ଡ୍ୟାମ:୬ ମୃତ, ୧୭ ନିଖୋଜ

ମୁମ୍ବାଇ, ୩।୭: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ରତ୍ନଗିରିର ତିଓ୍ବାରେ ଡ୍ୟାମ୍‌ ଭାଙ୍ଗିଯାଇଛି। ଫଳରେ ୬ ଲୋକଙ୍କ ମୃତ...

ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ

ନୂଆଦିଲ୍ଲୀ,୨୬।୭: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ମୀରାବାଈ ଚାନୁ ତାଙ୍କ କୋଚଙ୍କ ସହ ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

ସୁସ୍ଥ ହେବା ପରେ ବି ୩ ଥର ଆସିଲା କରୋନା ପଜିଟିଭ ରିପୋର୍ଟ

ଆଗ୍ରା,୧୫ ।୨: ଆଗ୍ରାର ସରୋଜିନି ନାଇଡୁ ମେଡିକାଲ କଲେଜରେ ଏମିତି ୬ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ପରେ...

Advertisement
Archives

Model This Week