୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉଭୟ ବରକନ୍ୟା। ଭୋଜିରେ ଯୋଗଦେଇଥିବା ଅତିଥିଙ୍କୁ ନବଦମ୍ପତି ଆମ୍ବ, ପଣସ, ଲିଚୁ, ସପେଟା ଆଦି ୨ହଜାର ଫଳ ଚାରା ବଣ୍ଟନ କରିଥିଲେ। ସେହିପରି କନ୍ୟା ଶୁଭଲକ୍ଷ୍ମୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଉପରେ ରଚିତ ପୁସ୍ତକ ‘ସ୍ମୃତି ପୁଲକ’ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ଉତ୍ସବରେ ମିଳିଥିବା ସମସ୍ତ ଉପହାରକୁ ସେ ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଶୁଭଲକ୍ଷ୍ମୀ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳର ‘ବାପୁଜୀ ଯୁବ ପରିଷଦ’ର ୪୦ଜଣ କର୍ମକର୍ତ୍ତା ସହଯୋଗୀ ଥିଲେ ା ଯୁବ ପରିଷଦର ସଦସ୍ୟ ତଥା ଶିକ୍ଷକ ନରୋତ୍ତମ ଦାଶ କହନ୍ତି ଏହି ବିବାହ ଆମ ଅଞ୍ଚଳ ଓ ସମାଜ ପାଇଁ ଆଦର୍ଶ ା
ସରୋଜ ହାଇଦ୍ରାବାଦରେ ବ୍ୟବସାୟ କରନ୍ତି। ଶୁଭଲକ୍ଷ୍ମୀ ଜଣେ ଉଚ୍ଚ ଶିକ୍ଷିତା। ଗତ ୨୦୧୯ରେ ସେ ଅନ୍ତପୁର କଲେଜରେ ଓଡ଼ିଆ ସମ୍ମାନରେ ଟପ୍ପର ହୋଇ ସମ୍ମାନିତ ମଧ୍ୟ ହୋଇଥିଲେ। ଏହାବ୍ୟତୀତ ସେ ଲେଖାଲେଖି ମଧ୍ୟ କରନ୍ତି। ଏବେ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପିଜି କରୁଛନ୍ତି। ତେବେ ପତ୍ନୀଙ୍କୁ ସମ୍ମାନ ଜଣାଇ ସରୋଜ ଗଛ ଚାରା ବଣ୍ଟନ ପାଇଁ ଚିନ୍ତା କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର...

ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର...

ବିଜୟୀ ଖୋଖୋ ଦଳକୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୦।୧୦- ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚତ୍ଠାରେ ଗତ ୨ ତାରିଖଠାରୁ ୬ ତାରିଖ ପଯର୍‌ୟନ୍ତ ଜାତୀୟ ସବ୍‌ ଜୁନିୟର ଖୋଖୋ (ବାଳିକା ଓ ବାଳକ)...

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ...

୧୨ଟି ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ

ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ଫୁଲିବା...

ଅଭିନୟ ମାଧ୍ୟମରେ କରୋନା ସଚେତନତା

ଆରଡ଼ି,୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଯାଜପୁର ଜିଲା ମଙ୍ଗଳପୁରର ଚିନ୍ମୟ କଲ୍ୟାଣ ସାମାଜିକ...

ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି।...

ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲାର ସଦର, ବାଲିଆପାଳ, ବସ୍ତା, ଭୋଗରାଇ ସମେତ ବିଭିନ୍ନ ବ୍ଲକରେ ଏଯାଏ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ...

Advertisement
Archives

Model This Week