ସ୍ବୀକୃତି ମିଳିଛି, ସୁବିଧା ମିଳୁନି

ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨ ଘର। ଅନୁଗୋଳ ପୌରପାଳିକା ପକ୍ଷରୁ ସ୍ବୀକୃତିପ୍ରାପ୍ତ ବସ୍ତିଗୁଡ଼ିକୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଦାବି କରାଯାଉଛି। ହେଲେ ଏବେ ବି ଅନେକ ବାସିନ୍ଦାଙ୍କ ଘରକୁ ବିଜୁଳି କି ପାନୀୟ ଜଳ ସଂଯୋଗ ହୋଇନାହିଁ। ସରକାର ବସ୍ତି ବାସିନ୍ଦାଙ୍କ ପାଇଁ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନୁଗୋଳ ସହରର ଅନେକ ବସ୍ତିବାସିନ୍ଦା ସେଥିରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି।
୨୦୧୧ ଜନଗଣନା ଅନୁସାରେ ୨୩ ଓ୍ବାର୍ଡ ବିଶିଷ୍ଟ ଅନୁଗୋଳ ପୌରପାଳିକାର ଲୋକ ସଂଖ୍ୟା ୪୩ ହଜାର ୭୯୫। ଇତିମଧ୍ୟରେ ଏହା ବୃଦ୍ଧିପାଇ ୬୦ ହଜାର ଟପିଲାଣି। ତେବେ ସ୍ବୀକୃତିପ୍ରାପ୍ତ ୧୩ ବସ୍ତିର ମୋଟ ୨୬୬୨ ଘର ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୧୩୬୨ ଗୃହକୁ ପାଇପ ପାଣିର ବ୍ୟବସ୍ଥା ହୋଇ ନ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସେହିପରି ୧୬୧ ଘରକୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇନାହିଁ। ୬ଟି ବସ୍ତିରେ ପରିଚୟ ଗୃହ (ସାମାଜିକ ମଙ୍ଗଳ କାର୍ଯ୍ୟରେ ଲାଗୁଥିବା ଗୃହ) ମଧ୍ୟ ନିର୍ମାଣ ହୋଇନାହିଁ। ୱାର୍ଡ ନମ୍ବର ୧ ମୁସଲିମ୍‌ ସାହିରେ ଥିବା ମୋଟ ୩୫ ଘର ମଧ୍ୟରୁ ୮ଟି ଘରକୁ ପାନୀୟ ଜଳ ଓ ୩ ଘରକୁ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ନାହିଁ। ୨ ନମ୍ବର ୱାର୍ଡ ରାଜକିଶୋରପଡ଼ାରେ ୯୧୦ ହାଉସହୋଲ୍ଡ ଥିବାବେଳେ ସେଥିରୁ ୪୨୬ ଘରକୁ ପାଇପ୍‌ ଜଳ ଯୋଗାଣ ହୋଇନାହିଁ। ୨୮ ଘରକୁ ବିଜୁଳି ଦିଆଯାଇ ନାହିଁ। ୱାର୍ଡ ନମ୍ବର ୩ ନାଖରା ସାହିରେ ୧୭୪ ଘର ଥିବାବେଳେ ୧୧୩କୁ ପାନୀୟ ଜଳ ଓ ୨୮ ଘରକୁ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ନାହିଁ। ୱାର୍ଡ ନମ୍ବର ୯ ଦୋଳମଣ୍ଡପସାହିରେ ୩୧ ଘର ଥିବାବେଳେ ୧୫ଟି ଘରକୁ ପାନୀୟ ଜଳ ସଂଯୋଗ ବ୍ୟବସ୍ଥା ହୋଇନାହିଁ। ଏହି ବସ୍ତିକୁ ଆଦୌ ବିଦ୍ୟୁତ୍‌ ସେବା ମିଳିନାହିଁ। ୱାର୍ଡ ନମ୍ବର ୧୧ ସୌଭାଗ୍ୟନଗରରେ ଥିବା ୨୩୭ ଘର ମଧ୍ୟରୁ ୧୮୯ଟିକୁ ପାନୀୟ ଜଳ ବ୍ୟବସ୍ଥା ହୋଇ ନ ଥିବାବେଳେ ୨୯ ଘରକୁ ବିଦ୍ୟୁତ୍‌ ଦିଆଯାଇ ନାହିଁ। ଓ୍ବାର୍ଡ ନଂ. ୧୩ ହାପିବନ୍ଧ ସାହିରେ ଥିବା ୧୯୧ ଘର ମଧ୍ୟରୁ ୫୫ଟିରେ ପାନୀୟ ଜଳ ଓ ୪ଟିରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ୱାର୍ଡ ନମ୍ବର ୧୫ ମହିଳା ମହାବିଦ୍ୟାଳୟ ପଛପାର୍ଶ୍ୱ ବସ୍ତିରେ ଥିବା ୧୨୦ ଘର ମଧ୍ୟରୁ ୧୩ଟିରେ ପାନୀୟ ଜଳ ଓ ୮ଟିରେ ବିଦ୍ୟୁତ୍‌ ନାହିଁ। ୱାର୍ଡ ନମ୍ବର ୧୬ ରାଧାରମଣପଡ଼ାରେ ଥିବା ୩୪୧ ଘର ମଧ୍ୟରୁ ୧୫୭ଟିରେ ପାନୀୟ ଜଳ ଓ ୨୦ଟିରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଓ୍ବାର୍ଡ ନଂ.୧୭ ଭରତନଗର ବସ୍ତିରେ ଥିବା ୧୭୧ ଘର ମଧ୍ୟରୁ ୭୬ଟିକୁ ପାନୀୟ ଜଳ ଓ ୨ଟି ଘରକୁ ବିଜୁଳି ସଂଯୋଗ ମିଳିନାହିଁ। ୱାର୍ଡ ନମ୍ବର ୧୯ ଜୟାନନ୍ଦମାର୍ଗରେ ୨୧୦ ଘର ଥିବାବେଳେ ୧୫୮କୁ ପାନୀୟ ଜଳ ଓ ୧୨ ଘରକୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇ ନାହିଁ। ସେହିପରି ଏହି ଓ୍ବାର୍ଡରେ ଥିବା ସୁଇପର କଲୋନୀରେ ୮୭ ଘର ଥିବାବେଳେ ୮୧ ଘରକୁ ପାନୀୟ ଓ ୪ଟିକୁ ବିଦ୍ୟୁତ୍‌ ଦିଆଯାଇ ନାହିଁ। ହରିଜନ ସାହିର ୭୩ ଘର ମଧ୍ୟରୁ ୩୮ରେ ପାନୀୟ ଜଳ ଓ ୧୨ରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ୱାର୍ଡ ନମ୍ବର ୨୦ ଜବରଦସ୍ତିପଡ଼ାରେ ୮୨ ଘର ମଧ୍ୟରୁ ୩୩ଟିରେ ପାନୀୟ ଜଳ ଓ ୧୧ଟିରେ ବିଦ୍ୟୁତ୍‌ ବ୍ୟବସ୍ଥା ଏଯାଏ ପହଞ୍ଚି ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ବୀକୃତି ମିଳି ନ ଥିବା ୧୪ଟି ବସ୍ତି ପାଇଁ ଡ୍ରୋନ୍‌ ସର୍ଭେ କରିବାକୁ ଗତବର୍ଷ ଫେବୃୟାରୀ ୧୯ରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅନୁଗୋଳ ପୌରପାଳିକା ପକ୍ଷରୁ ନଂ ୧୦୪୦/୧୯ା୨ା୨୦୨୦ରେ ଚିଠି କରାଯାଇଥିଲା। ଅନୁମତି ଆସିବା ପରେ ସର୍ଭେ କରାଯାଇ ଉକ୍ତ ବସ୍ତିକୁ ସ୍ବୀକୃତି ସହ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ପାଇପ ପାଣିକୁ ପ୍ରାଧାନ୍ୟ ଦିଆଯାଉ
ଅନେକ ବସ୍ତିବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଏଯାଏ ପ୍ରାପ୍ତି ହୋଇନାହିଁ। ଜିଲା ଓ ପୌର ପ୍ରଶାସନର ସାମାଜିକ ମଙ୍ଗଳ କାର୍ଯ୍ୟ ପ୍ରଶଂସନୀୟ ହୋଇଥିବାବେଳେ ରାଜକିଶୋରପଡ଼ା ବସ୍ତିର ବଳକା ଲୋକଙ୍କ ଘରକୁ ପାଇପ୍‌ ପାଣି ଯୋଗାଇ ଦେଲେ ସେମାନେ ଉପକୃତ ହୋଇପାରନ୍ତେ।
-ଅନିଲ ପଟ୍ଟନାୟକ, ରାଜକିଶୋରପଡ଼ା ଏସ୍‌ଡିଏ ସଭାପତି

ସରକାରୀ ଯୋଜନାର ଲାଭ ମିଳୁ
ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଛି। ହେଲେ ଏହା ଅନେକଙ୍କ ନିକଟରେ ଏବେ ବି ଅପହଞ୍ଚ ରହିଛି। ତେଣୁ ସମସ୍ତ ବସ୍ତିବାସିନ୍ଦା କିପରି ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ସେ ନେଇ ପୌର ପ୍ରଶାସନ ବ୍ୟବସ୍ଥା କଲେ ଲାଭ ମିଳିପାରନ୍ତା।
-ମହମ୍ମଦ ମୋସିନ୍‌, ନାଖରା ସାହି ଏସ୍‌ଡିଏ ସମ୍ପାଦକ

ବିଜୁଳି ଅତି ଜରୁରୀ ହୋଇପଡ଼ିଲାଣି
ନିକଟରେ ପୌର ପ୍ରଶାସନ ପକ୍ଷରୁ ପ୍ରତି ବସ୍ତିକୁ ରାସ୍ତା ନିର୍ମାଣ କରାଯାଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହେଉଛି। ତଥାପି ବହୁ ପରିବାରକୁ ଏହା ମିଳିପାରି ନାହିଁ। ଆଗକୁ ଗ୍ରୀଷ୍ମ ଆସୁଥିବାରୁ ପାନୀୟ ଜଳ ଓ ବିଜୁଳି ଅତି ଜରୁରୀ ହୋଇପଡ଼ିଛି। ଏ ନେଇ ତୁରନ୍ତ ବ୍ୟବସ୍ଥା କରାଯାଉ।
-ପ୍ରାଣବନ୍ଧୁ ସାହୁ, ବରିଷ୍ଠ ନାଗରିକ

ଚିହ୍ନଟ କରାଯାଇ ସୁବିଧା ଯୋଗାଇ ଦିଆଯିବ
ପୌରାଞ୍ଚଳରେ ଯେଉଁ ବସ୍ତିରେ ସମସ୍ୟା ରହିଛି, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ଲୋକମାନଙ୍କୁ କିଭଳି ଭାବେ ସରକାରୀ ସୁବିଧା ଯୋଗାଇ ଦିଆଯିବ, ସେ ନେଇ କାର୍ଯ୍ୟ ଜାରି ରହିଛି। ସହରର ପ୍ରତି ଘରେ ପାଇପ ଜଳ, ବିଜୁଳି ପହଞ୍ଚିଯିବା ପାଇଁ ବ୍ୟବସ୍ଥା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri