ସ୍ବୀକୃତି ମିଳିଛି, ସୁବିଧା ମିଳୁନି

ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨ ଘର। ଅନୁଗୋଳ ପୌରପାଳିକା ପକ୍ଷରୁ ସ୍ବୀକୃତିପ୍ରାପ୍ତ ବସ୍ତିଗୁଡ଼ିକୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଦାବି କରାଯାଉଛି। ହେଲେ ଏବେ ବି ଅନେକ ବାସିନ୍ଦାଙ୍କ ଘରକୁ ବିଜୁଳି କି ପାନୀୟ ଜଳ ସଂଯୋଗ ହୋଇନାହିଁ। ସରକାର ବସ୍ତି ବାସିନ୍ଦାଙ୍କ ପାଇଁ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନୁଗୋଳ ସହରର ଅନେକ ବସ୍ତିବାସିନ୍ଦା ସେଥିରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି।
୨୦୧୧ ଜନଗଣନା ଅନୁସାରେ ୨୩ ଓ୍ବାର୍ଡ ବିଶିଷ୍ଟ ଅନୁଗୋଳ ପୌରପାଳିକାର ଲୋକ ସଂଖ୍ୟା ୪୩ ହଜାର ୭୯୫। ଇତିମଧ୍ୟରେ ଏହା ବୃଦ୍ଧିପାଇ ୬୦ ହଜାର ଟପିଲାଣି। ତେବେ ସ୍ବୀକୃତିପ୍ରାପ୍ତ ୧୩ ବସ୍ତିର ମୋଟ ୨୬୬୨ ଘର ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୧୩୬୨ ଗୃହକୁ ପାଇପ ପାଣିର ବ୍ୟବସ୍ଥା ହୋଇ ନ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସେହିପରି ୧୬୧ ଘରକୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇନାହିଁ। ୬ଟି ବସ୍ତିରେ ପରିଚୟ ଗୃହ (ସାମାଜିକ ମଙ୍ଗଳ କାର୍ଯ୍ୟରେ ଲାଗୁଥିବା ଗୃହ) ମଧ୍ୟ ନିର୍ମାଣ ହୋଇନାହିଁ। ୱାର୍ଡ ନମ୍ବର ୧ ମୁସଲିମ୍‌ ସାହିରେ ଥିବା ମୋଟ ୩୫ ଘର ମଧ୍ୟରୁ ୮ଟି ଘରକୁ ପାନୀୟ ଜଳ ଓ ୩ ଘରକୁ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ନାହିଁ। ୨ ନମ୍ବର ୱାର୍ଡ ରାଜକିଶୋରପଡ଼ାରେ ୯୧୦ ହାଉସହୋଲ୍ଡ ଥିବାବେଳେ ସେଥିରୁ ୪୨୬ ଘରକୁ ପାଇପ୍‌ ଜଳ ଯୋଗାଣ ହୋଇନାହିଁ। ୨୮ ଘରକୁ ବିଜୁଳି ଦିଆଯାଇ ନାହିଁ। ୱାର୍ଡ ନମ୍ବର ୩ ନାଖରା ସାହିରେ ୧୭୪ ଘର ଥିବାବେଳେ ୧୧୩କୁ ପାନୀୟ ଜଳ ଓ ୨୮ ଘରକୁ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ନାହିଁ। ୱାର୍ଡ ନମ୍ବର ୯ ଦୋଳମଣ୍ଡପସାହିରେ ୩୧ ଘର ଥିବାବେଳେ ୧୫ଟି ଘରକୁ ପାନୀୟ ଜଳ ସଂଯୋଗ ବ୍ୟବସ୍ଥା ହୋଇନାହିଁ। ଏହି ବସ୍ତିକୁ ଆଦୌ ବିଦ୍ୟୁତ୍‌ ସେବା ମିଳିନାହିଁ। ୱାର୍ଡ ନମ୍ବର ୧୧ ସୌଭାଗ୍ୟନଗରରେ ଥିବା ୨୩୭ ଘର ମଧ୍ୟରୁ ୧୮୯ଟିକୁ ପାନୀୟ ଜଳ ବ୍ୟବସ୍ଥା ହୋଇ ନ ଥିବାବେଳେ ୨୯ ଘରକୁ ବିଦ୍ୟୁତ୍‌ ଦିଆଯାଇ ନାହିଁ। ଓ୍ବାର୍ଡ ନଂ. ୧୩ ହାପିବନ୍ଧ ସାହିରେ ଥିବା ୧୯୧ ଘର ମଧ୍ୟରୁ ୫୫ଟିରେ ପାନୀୟ ଜଳ ଓ ୪ଟିରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ୱାର୍ଡ ନମ୍ବର ୧୫ ମହିଳା ମହାବିଦ୍ୟାଳୟ ପଛପାର୍ଶ୍ୱ ବସ୍ତିରେ ଥିବା ୧୨୦ ଘର ମଧ୍ୟରୁ ୧୩ଟିରେ ପାନୀୟ ଜଳ ଓ ୮ଟିରେ ବିଦ୍ୟୁତ୍‌ ନାହିଁ। ୱାର୍ଡ ନମ୍ବର ୧୬ ରାଧାରମଣପଡ଼ାରେ ଥିବା ୩୪୧ ଘର ମଧ୍ୟରୁ ୧୫୭ଟିରେ ପାନୀୟ ଜଳ ଓ ୨୦ଟିରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଓ୍ବାର୍ଡ ନଂ.୧୭ ଭରତନଗର ବସ୍ତିରେ ଥିବା ୧୭୧ ଘର ମଧ୍ୟରୁ ୭୬ଟିକୁ ପାନୀୟ ଜଳ ଓ ୨ଟି ଘରକୁ ବିଜୁଳି ସଂଯୋଗ ମିଳିନାହିଁ। ୱାର୍ଡ ନମ୍ବର ୧୯ ଜୟାନନ୍ଦମାର୍ଗରେ ୨୧୦ ଘର ଥିବାବେଳେ ୧୫୮କୁ ପାନୀୟ ଜଳ ଓ ୧୨ ଘରକୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇ ନାହିଁ। ସେହିପରି ଏହି ଓ୍ବାର୍ଡରେ ଥିବା ସୁଇପର କଲୋନୀରେ ୮୭ ଘର ଥିବାବେଳେ ୮୧ ଘରକୁ ପାନୀୟ ଓ ୪ଟିକୁ ବିଦ୍ୟୁତ୍‌ ଦିଆଯାଇ ନାହିଁ। ହରିଜନ ସାହିର ୭୩ ଘର ମଧ୍ୟରୁ ୩୮ରେ ପାନୀୟ ଜଳ ଓ ୧୨ରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ୱାର୍ଡ ନମ୍ବର ୨୦ ଜବରଦସ୍ତିପଡ଼ାରେ ୮୨ ଘର ମଧ୍ୟରୁ ୩୩ଟିରେ ପାନୀୟ ଜଳ ଓ ୧୧ଟିରେ ବିଦ୍ୟୁତ୍‌ ବ୍ୟବସ୍ଥା ଏଯାଏ ପହଞ୍ଚି ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ବୀକୃତି ମିଳି ନ ଥିବା ୧୪ଟି ବସ୍ତି ପାଇଁ ଡ୍ରୋନ୍‌ ସର୍ଭେ କରିବାକୁ ଗତବର୍ଷ ଫେବୃୟାରୀ ୧୯ରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅନୁଗୋଳ ପୌରପାଳିକା ପକ୍ଷରୁ ନଂ ୧୦୪୦/୧୯ା୨ା୨୦୨୦ରେ ଚିଠି କରାଯାଇଥିଲା। ଅନୁମତି ଆସିବା ପରେ ସର୍ଭେ କରାଯାଇ ଉକ୍ତ ବସ୍ତିକୁ ସ୍ବୀକୃତି ସହ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ପାଇପ ପାଣିକୁ ପ୍ରାଧାନ୍ୟ ଦିଆଯାଉ
ଅନେକ ବସ୍ତିବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଏଯାଏ ପ୍ରାପ୍ତି ହୋଇନାହିଁ। ଜିଲା ଓ ପୌର ପ୍ରଶାସନର ସାମାଜିକ ମଙ୍ଗଳ କାର୍ଯ୍ୟ ପ୍ରଶଂସନୀୟ ହୋଇଥିବାବେଳେ ରାଜକିଶୋରପଡ଼ା ବସ୍ତିର ବଳକା ଲୋକଙ୍କ ଘରକୁ ପାଇପ୍‌ ପାଣି ଯୋଗାଇ ଦେଲେ ସେମାନେ ଉପକୃତ ହୋଇପାରନ୍ତେ।
-ଅନିଲ ପଟ୍ଟନାୟକ, ରାଜକିଶୋରପଡ଼ା ଏସ୍‌ଡିଏ ସଭାପତି

ସରକାରୀ ଯୋଜନାର ଲାଭ ମିଳୁ
ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଛି। ହେଲେ ଏହା ଅନେକଙ୍କ ନିକଟରେ ଏବେ ବି ଅପହଞ୍ଚ ରହିଛି। ତେଣୁ ସମସ୍ତ ବସ୍ତିବାସିନ୍ଦା କିପରି ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ସେ ନେଇ ପୌର ପ୍ରଶାସନ ବ୍ୟବସ୍ଥା କଲେ ଲାଭ ମିଳିପାରନ୍ତା।
-ମହମ୍ମଦ ମୋସିନ୍‌, ନାଖରା ସାହି ଏସ୍‌ଡିଏ ସମ୍ପାଦକ

ବିଜୁଳି ଅତି ଜରୁରୀ ହୋଇପଡ଼ିଲାଣି
ନିକଟରେ ପୌର ପ୍ରଶାସନ ପକ୍ଷରୁ ପ୍ରତି ବସ୍ତିକୁ ରାସ୍ତା ନିର୍ମାଣ କରାଯାଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହେଉଛି। ତଥାପି ବହୁ ପରିବାରକୁ ଏହା ମିଳିପାରି ନାହିଁ। ଆଗକୁ ଗ୍ରୀଷ୍ମ ଆସୁଥିବାରୁ ପାନୀୟ ଜଳ ଓ ବିଜୁଳି ଅତି ଜରୁରୀ ହୋଇପଡ଼ିଛି। ଏ ନେଇ ତୁରନ୍ତ ବ୍ୟବସ୍ଥା କରାଯାଉ।
-ପ୍ରାଣବନ୍ଧୁ ସାହୁ, ବରିଷ୍ଠ ନାଗରିକ

ଚିହ୍ନଟ କରାଯାଇ ସୁବିଧା ଯୋଗାଇ ଦିଆଯିବ
ପୌରାଞ୍ଚଳରେ ଯେଉଁ ବସ୍ତିରେ ସମସ୍ୟା ରହିଛି, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ଲୋକମାନଙ୍କୁ କିଭଳି ଭାବେ ସରକାରୀ ସୁବିଧା ଯୋଗାଇ ଦିଆଯିବ, ସେ ନେଇ କାର୍ଯ୍ୟ ଜାରି ରହିଛି। ସହରର ପ୍ରତି ଘରେ ପାଇପ ଜଳ, ବିଜୁଳି ପହଞ୍ଚିଯିବା ପାଇଁ ବ୍ୟବସ୍ଥା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?