ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଏହି ଲାଭଜନକ ସଂସ୍ଥାକୁ ଭିତରୁ ଖୋଳ କରିସାରିଲାଣି। ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ହେଉଥିବା ପୁଳାପୁଳା ଦୁର୍ନୀତି, ନିମ୍ନମାନର କାମ, ଠିକାଦାର ପ୍ରୀତି, ଅଯଥା ଅପଚୟକୁ ଅନୁମୋଦନ, ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଓସିସିଏଲ୍‌କୁ ଆର୍ଥିକ ସ୍ତରରେ ଦୁର୍ବଳକରି ଚାଲିଛି। ଅଧିକାରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ କମ୍ପାନୀକୁ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା ଗତ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଓସିସିଏଲ୍‌ର ଏଭଳି ଚାଞ୍ଚଲ୍ୟକର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି।

ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଜଳସମ୍ପଦ ବିଭାଗର ଡ୍ୟାମ୍‌, ସ୍ପିଲ୍‌ଓ୍ବେ, ହାଇଡ୍ରୋଲିକ୍‌ ଫାଟକ, ବ୍ୟାରେଜ, ଜଳଭଣ୍ଡାର, କେନାଲ ଇତ୍ୟାଦି କାର୍ଯ୍ୟର ନିର୍ମାଣ ପାଇଁ ରାଜ୍ୟ ସରକାର ୧୯୬୧ରେ ଓସିସିଏଲ୍‌ ଗଠନ କରିଥିଲେ। ଏହାର ଦୈନନ୍ଦିନ କାର୍ଯ୍ୟ ଦେଖିବାକୁ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ, ପରିଚାଳନା ନିର୍ଦ୍ଦେଶକ(ମେକାନିକାଲ), ୪ ଜଣ ସାଧାରଣ ପରିଚାଳକ(ସିଭିଲ), ଜଣେ ସାଧାରଣ ପରିଚାଳକ(ମେକାନିକାଲ), ଜଣେ ଚିଫ୍‌ ଆକାଉଣ୍ଟାଣ୍ଟ, ଜଣେ ପ୍ରଶାସନିକ ଅଧିକାରୀ ଏବଂ ଜଣେ କମ୍ପାନୀ ସେକ୍ରେଟାରି ନିଯୁକ୍ତି ପାଇଛନ୍ତି। ସିଏଜି ୨୦୧୬-୧୭ରୁ ୨୦୨୦-୨୧ ଅବଧିକୁ ଅନ୍ତର୍ଭୁକ୍ତ କରି ଓସିସିଏଲ୍‌ କମ୍ପାନୀ କାର୍ଯ୍ୟାଳୟ ସହ ୫ଟି ପ୍ରକଳ୍ପ କାର୍ଯ୍ୟାଳୟର ନଥି ଓ ତଥ୍ୟକୁ ଯାଞ୍ଚ ପରିସରଭୁକ୍ତ କରିଥିଲେ। ସିଏଜି ଜାଣିବାକୁ ପାଇଛନ୍ତି ଯେ ଉକ୍ତ ସମୟ ମଧ୍ୟରେ କମ୍ପାନୀ ୩ ବର୍ଷିଆ କର୍ପୋରେଟ ଯୋଜନା କିମ୍ବା ବାର୍ଷିକ ଯୋଜନା ପ୍ରସ୍ତୁତ କରିନାହିଁ। କାରବାର, ଲାଭ, ଲକ୍ଷ୍ୟ ଓ ପ୍ରତିଶ୍ରୁତିକୁ ନେଇ କମ୍ପାନୀ ପ୍ରତିବର୍ଷ ଜଳସମ୍ପଦ ବିଭାଗ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଥାଏ। ମାତ୍ର କମ୍ପାନୀ ୨୦୧୭ରୁ ୨୦୨୦ ମଧ୍ୟରେ କାରବାର ଲକ୍ଷ୍ୟ ହାସଲ କରିପାରି ନାହିଁ। ଏହି ସମୟ ମଧ୍ୟରେ କମ୍ପାନୀର କାରବାର ୫୨ ପ୍ରତିଶତ ଅର୍ଥାତ୍‌ ୮୭୪ କୋଟିରୁ ୪୨୨ କୋଟି ଟଙ୍କାକୁ ହ୍ରାସ ପାଇଛି। ମାତ୍ର ଆଶ୍ଚର୍ଯ୍ୟକର କଥା, କମ୍ପାନୀର କାରବାର ହ୍ରାସ ପାଇଥିଲେ ମଧ୍ୟ ଲାଭ ଯଥେଷ୍ଟ ଅଧିକ ଥିଲା ବୋଲି ଦର୍ଶାଯାଇଥିଲା। ଏ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଓସିସିଏଲ୍‌ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକ ୯ ମାସରୁ ୯ ବର୍ଷ ମଧ୍ୟରେ ଆରମ୍ଭ ହୋଇପାରି ନ ଥିଲା। ଡ୍ରେଜର ଓ ପାଇପ୍‌ ଲାଇନ ମୂଲ୍ୟ ବୃଦ୍ଧି କରି ଓସିସିଏଲ୍‌ ଅଧିକାରୀ ଠିକାଦାରମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାରୁ କମ୍ପାନୀକୁ ୭.୧୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ମହାନଦୀ ବ୍ୟାରେଜ ଉପରମୁଣ୍ଡରେ ସୋଆଲ ଅପସାରଣ ପାଇଁ ଜଳ ସମ୍ପଦ ବିଭାଗ ଓସିସିଏଲ୍‌ ଦ୍ୱାରା ୨୨୨.୧୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଦିଆଯାଇଥିଲା। ତେବେ ଏହି କାର୍ଯ୍ୟ ପାଇଁ ୨୦୧୪ ନଭେମ୍ବରରେ ପୂର୍ତ୍ତ ବିଭାଗ ଦ୍ୱାରା ଏସ୍‌ଓଆରରେ ଧାର୍ଯ୍ୟ କରାଯାଇଥିବା ଡ୍ରେଜିଂର ୟୁନିଟ୍‌ ମୂଲ୍ୟକୁ ଅନ୍ତର୍ଭୁକ୍ତ କରା ନ ଯାଇ ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୪-୧୫ରେ କାର୍ଯ୍ୟକାରୀ ହୋଇଥିବା ଡ୍ରେଜିଂ ଘନମିଟର (କ୍ୟୁବିକ୍‌ ମିଟର) ପ୍ରତି ୧୧୩.୬୩ ଟଙ୍କାକୁ ଡ୍ରୋଜର ଓ ଆନୁଷଙ୍ଗିକ ସାମଗ୍ରୀର ଭଡାକୁ ଆସ୍ଥାୟୀ ମୂଲ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଓସିସିଏଲ୍‌ ୨୦୧୬ ସଂଶୋଧିତ ଆକଳନରେ ଘନମିଟର ପିଛା ୧୧୩.୬୩ ବଦଳରେ ୧୨୬.୨୫ ଟଙ୍କାକୁ ବୃଦ୍ଧି କରିଥିଲା। ୨୦୧୯ ଫେବୃୟାରୀରୁ ଡିସେମ୍ବର ମଧ୍ୟରେ ଓସିସିଏଲ୍‌ ୧୪୮.୯୩ କୋଟି ଟଙ୍କା ମୂଲ୍ୟର ଡ୍ରେଜିଂ କାର୍ଯ୍ୟ ପ୍ରଦାନ କରିଥିଲା। ଫଳରେ ୨୦୨୧ ଜୁଲାଇ ସୁଦ୍ଧା ୫୫.୪୦ କ୍ୟୁବିକ ମିଟର କାର୍ଯ୍ୟ ଡ୍ରେଜିଂ ପାଇଁ ଠିକାଦାରଙ୍କୁ ୭.୭୨ କୋଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯାଇଥିଲା। ସେହିପରି ଓସିସିଏଲ୍‌ ସୋଆଲ ଅପସାରଣ ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡୋଜର ବ୍ୟବହାର ପରିବର୍ତ୍ତେ କମ୍‌ କ୍ଷମତା ବିଶିଷ୍ଟ ଡୋଜର ବ୍ୟବହାର ଯୋଗୁ ୩୮.୭୮ ଲକ୍ଷ କ୍ୟୁବିକ ମିଟର କାର୍ଯ୍ୟ ପାଇଁ ୨୮.୨୯ ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଆକଳନ ମୂଲ୍ୟରେ ବର୍ଦ୍ଧିତ ମୂଲ୍ୟ ଅନ୍ତର୍ଭୁକ୍ତ କରି ଓସିସିଏଲ୍‌ କର୍ତ୍ତୃପକ୍ଷ ଠିକାଦାର (ମେସର୍ସ ଡି.ଡି. ବିଲ୍‌ଡର୍ସ) ସଂସ୍ଥାକୁ ୧୩୪.୭୧ କୋଟି ଟଙ୍କା ଟେଣ୍ଡରରେ ୫.୬୩ ଲକ୍ଷ କ୍ୟୁବିକ ମିଟର ଖନନ ଓ ପରିବହନ ବାବଦରେ ୧.୬୨ କୋଟି ଟଙ୍କା ଅଯଥା ଲାଭ ପ୍ରଦାନ କରିଛନ୍ତି। ସେହିପରି ଜେଡ୍‌-କିସମ ସିଟ୍‌ ପାଇଲ ଓ ପଥର ପାଇଁ ଅଧିକ ମୂଲ୍ୟ ଯୋଗୁ ୩ଟି କାର୍ଯ୍ୟ ସକାଶେ ୧.୨୭ କୋଟି ଟଙ୍କା ଠିକାଦାରଙ୍କୁ ଅନୁଚିତ ଲାଭ ଦିଆଯାଇଛି।

ମାଟି ବିଛେଇବା କାର୍ଯ୍ୟରେ ମଧ୍ୟ ସିଏଜି ଦୁର୍ନୀତିର ଗନ୍ଧ ବାରିଛନ୍ତି। ମାଟି ବିଛାଇବା ପାଇଁ ବ୍ୟବହୃତ ଭାଇବ୍ରେଟୋରି ରୋଲର ଭଡ଼ା ବାବଦରେ ୪.୭୪ କୋଟି ଟଙ୍କା ଅତିରିକ୍ତ ଭଡ଼ା ପ୍ରଦାନ କରାଯାଇଥିଲା। ସେହିପରି ଦେଓ ଜଳସେଚନ ପ୍ରକଳ୍ପର ୨ଟି କାର୍ଯ୍ୟରେ ସିମେଣ୍ଟ କଂକ୍ରିଟ କାମରେ ଓସିସିଏଲ୍‌ ଠିକାଦାର ସଂସ୍ଥା ଡିଡି ବିଲ୍‌ଡର୍ସକୁ ୨.୭୨ କୋଟି ଅନିୟମିତ ଭାବେ ପ୍ରଦାନ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି। ଦେଓ ଜଳସେଚନ ପ୍ରକଳ୍ପର ମାଟିବନ୍ଧ ନିର୍ମାଣରେ ଯୋଗାଯାଇଥିବା ପଥର ଉପରେ ଠିକାଦାରଙ୍କୁ ୫.୬୧ କୋଟି ଟଙ୍କା ଅନୁଚିତ ଲାଭ ପ୍ରଦାନ କରାଯାଇଛି। ଠିକାଦାର ସଂସ୍ଥା କାର୍ଯ୍ୟ ଅଧାରୁ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ସେମାନଙ୍କୁ ଆଗୁଆ ଦିଆଯାଇଥିବା ୩.୬୬ କୋଟି ଆଦାୟ ହୋଇପାରି ନ ଥିବା ସିଏଜି ଦର୍ଶାଇଛନ୍ତି। କେବଳ ଠିକାଦାର ପ୍ରୀତି ନୁହେଁ, କମ୍ପାନୀ କର୍ମଚାରୀମାନେ ମଧ୍ୟ ୩.୫୩ କୋଟି ଟଙ୍କାର ସରକାରୀ ଅର୍ଥକୁ ଆଡଭାନ୍ସ ଆକାରରେ ନେଇ ଚଳୁ କରିଦେଇଛନ୍ତି। କମ୍ପାନୀରେ କାର୍ଯ୍ୟରତ ୩୩୩ ଜଣ କର୍ମଚାରୀ ଉକ୍ତ ଅର୍ଥ ଅଗ୍ରିମ ଆକାରରେ ନେଇଥିଲେ। ସେହି ଅର୍ଥ ଓସିସିଏଲ୍‌ ଆଦାୟ କରିପାରିନାହିଁ। ସେମାନଙ୍କ ମଧ୍ୟରେ ୩୦୦ କର୍ମଚାରୀ ଅବସର ନେଇସାରିଥିବା ବେଳେ ୧୫ ଜଣ ଚାକିରି ଛାଡ଼ି ଦେଇଛନ୍ତି। ୧୩ ଜଣ ଡେପୁଟେଶନରେ ଆସିଥିବା କର୍ମଚାରୀ ନିଜ ବିଭାଗକୁ ଫେରି ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି, ୨ ଜଣ ନିଲମ୍ବିତ ଓ ୨ ଜଣ କର୍ମଚାରୀ ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି। ଫଳରେ କମ୍ପାନୀ ଉକ୍ତ ଅର୍ଥ ଆଦାୟ କରିବାରେ ବିଫଳ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?