ଓଟିଟିରେ ରିଲିଜ୍ ହେବ ପରିଣିତି ଚୋପ୍ରାଙ୍କ ମୁଭି ‘କୋଡ ନେମ : ତ୍ରିରଙ୍ଗା’

ମୁମ୍ବାଇ: ବଲିଉଡ ତଥା ହଲିଉଡରେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କଜିନ ସିଷ୍ଟର ପରିଣିତି ଚୋପ୍ରା ଏବେ ବଲିଉଡର ଜଣେ ଆଗଧାଡିର ନାୟିକା । ଏବେ ସେ ତାଙ୍କ ଅଭିନୀତ ମୁଭି ‘କୋଡ ନେମ : ତ୍ରିରଙ୍ଗାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ତେବେ ‘କୋଡ ନେମ: ତିରଙ୍ଗା’କୁ ଖୁବଶୀଘ୍ର ଓଟିଟି ଦର୍ଶକଙ୍କ ପାଇଁ ଷ୍ଟ୍ରିମ କରିବାକୁ ପ୍ରସ୍ତୁତି ଚାଲିଛି । ପରିଣିତି ଚୋପ୍ରାଙ୍କ ଅଭିନୀତ ଏହି ମୁଭିକୁ ଚଳିତ ବର୍ଷ ଅକ୍ଟୋବର ୧୪ରେ ସିନେମା ହଲରେ ରିଲିଜ୍ କରାଯାଇଥିଲା । ହେଲେ ଏହା ଦର୍ଶକଙ୍କୁ ଏତେଟା ପସନ୍ଦ ଆସି ନ ଥିଲା । ଚଳିତ ବର୍ଷର ସବୁଠାରୁ କମ ଆୟ କରିବା ଫିଲ୍ମ ଲିଷ୍ଟରେ ଏହା ସାମିଲ ହୋଇଛି ।
ପରିଣିତି ଚୋପ୍ରାଙ୍କ ଏହି ମୁଭି ବକ୍ସ ଅଫିସରେ ହଙ୍ଗାମା କରି ନ ପାରି ଏବେ ଓଟିଟିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚଳିତ ମାସ ୧୬ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ କରାଯିବ । ଏବେ ଦେଖିବାର କଥା ବକ୍ସ ଅଫିସରେ ଫ୍ଲପ ହୋଇଥିବା ପରିଣିତିଙ୍କ ଏହି ମୁଭି ଓଟିଟି ପ୍ଲାଟଫର୍ମରେ କେମିତି ପ୍ରଦର୍ଶନ କରୁଛି ।
ସୂଚନାଯୋଗ୍ୟ, ଯେତେବେଳେ ଏହି ମୁଭିର ଟ୍ରେଲର ରିଲିଜ୍ ହୋଇଥିଲା ସେତେବେଳେ ଏହାକୁ ଆଲିଆ ଭଟ୍ଟଙ୍କ ମୁଭି ‘ରାଜି’ ସହ ତୁଳା କରାଯାଇଥିଲା । ଏହାର ମୁଖ୍ୟ କାରଣ ଥିଲା ଦୁଇଟି ଯାକ ମୁଭିରେ ଗୁପ୍ତଚରର ଭୂମିକାରେ ଫିମେଲ କଳାକାର ଥିଲେ । ହେଲେ ‘କୋଡ ନେମ: ତ୍ରିରଙ୍ଗା’ ରିଲିଜ୍ ହେବା ପରେ ଦୁଇଟି ଯାକ ମୁଭିରେ ଥିବା ପାର୍ଥକ୍ୟକୁ ଅନୁଭବ କରିବାକୁ ଦର୍ଶକଙ୍କୁ ବେଶୀ ସମୟ ଲାଗିଲା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri