Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ଚିତାସ

ଭୁବନେଶ୍ୱର,୩।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଓଡ଼ିଶା ଚିତାସ ଟୁର୍ନାମେଣ୍ଟର ୧୩ତମ ମ୍ୟାଚରେ ୧୧ ରନରେ ଓଡ଼ିଶା ଲାୟନ୍ସକୁ ହରାଇଛି। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଚିତାସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା। ଜବାବରେ ଲାୟନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୦୩ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ୫୦ ବଲରୁ ୫ ଚୌକା ୧ ଛକା ସହ ୪୯ ରନ ସଂଗ୍ରହ କରିଥିବା ଚିତାସର ଅଭିଷେକ ରାଉତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଓସିଏ ସଦସ୍ୟା ମଧୁସ୍ମିତା ପାତ୍ର ଅଭିଷେକଙ୍କୁ ପୁରସ୍କୃତ କରିଥିଲେ। ଏଥିସହି ଚିତାସ ୫ଟି ମ୍ୟାଚ ଖେଳି ୩ଟି ବିଜୟ, ୨ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଲାୟନ୍ସ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି।
୧୧୫ ରନ ଟାର୍ଗେଟର ପିଛା କରି ଲାୟନ୍ସ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ଓପନର ସ୍ବସ୍ତିକ ସାମଲ ୧୧, ଶୁଭ୍ରଜ୍ୟୋତି ମିଶ୍ର ୧୨, ଅଧିନାୟକ ସୁଜିତ ଲେଙ୍କା ୧୯, ରାକେଶ ପଟ୍ଟନାୟକ ୨୨, ବିକାଶ ରାଉତ ଅପରାଜିତ ୨୯ ରନ ସଂଗ୍ରହ କରିଥିଲେ। ଦୀପକ ରଞ୍ଜନ ବେହେରା ୪ ରନକରି ଅପରାଜିତ ରହିଥିଲେ। ବିଶ୍ୱଭୂଷଣ ବିହାରୀ ଖାତା ଖୋଲିପାରି ନ ଥିଲେ। ଦଳର ଦୁଇ ବ୍ୟାଟ୍ସମ୍ୟାନ ବିଶ୍ୱଭୂଷଣ ଓ ରାକେଶ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ବୋଲିଂରେ ଚିତାସ ତରଫରୁ ମନୋଜ ବାରିକ, ରାମ ସି. ବେହେରା ଓ ବାଦଲ ଭୋଳ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚିତାସ ତରଫରୁ ଅଭିଷେକ ସର୍ବାଧିକ ୪୯ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ୨୬, ବାଦଲ ଭୋଳ ୧୧ ରନ ସଂଗ୍ରହ କରି ଆଉଟ ହୋଇଥିଲେ। କୋରାପୁ ସନ୍ଦୀପ ୧୨ ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଲାୟନ୍ସ ପକ୍ଷରୁ ଶିବାଶିଷ ସାହୁ ସର୍ବାଧିକ ୩, ଦୀପକ ରଞ୍ଜନ ବେହେରା ଓ ବିକାଶ ରାଉତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅସିତ ପାଲ, ଶତର ଚନ୍ଦ୍ର ସାହୁ ଫିଲ୍ଡ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ। ଅମିତ ଅମିତାଭ ମହାକୁଡ ତୃତୀୟ ଅମ୍ପାୟର, ସ୍କୋରର ଭାବେ ରଶିରଞ୍ଜନ ମଲ୍ଲ ଓ ବୀରବର ନାଏକ ଦାୟିତ୍ୱ ତୁଲାଇଥିଲେ।

ପୁମାସ୍‌ ୨୪ ରନରେ ବିଜୟୀ
ଏମ୍‌ଜିଏମ୍‌ କ୍ରିକେଟ ଲିଗ୍‌ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ପୁମାସ ୨୪ ରନରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପୁମାସ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଟୁକୁନା ସାହୁ ସର୍ବାଧିକ ୬୧, ପ୍ରୟସା ସିଂ ୨୮, ପୂର୍ଣ୍ଣଚନ୍ଦ୍ର ମାଝି ୨୨, ସୌଭାଗ୍ୟ ମହାନ୍ତ ଅପରାଜିତ ୧୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ଟାଇଗର୍ସର ଶେଖର ମାଝି ସର୍ବାଧିକ ୫ ଓ ରାଜ କେ. ମାଝି ୨, ବି ଶିବ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଟାଇର୍ଗସ ୨୦ ଓଭରରେ ୭ ଉଇକେଟ ହରାଇ ୧୧୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଟାଇଗର୍ସ ତରଫରୁ ଓପନର ରୂପକ ପ୍ରଧାନ ସର୍ବାଧିକ ୪୧, ଆୟୁଷ ନାୟକ ୧୩, ସଂଗ୍ରାମ ମାଝି ୧୦ ଓ ସଞ୍ଜୟ ଦାସ ଅପରାଜିତ ୨୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ପୁମାସ ତରଫରୁ ଜିତେନ୍ଦ୍ର ଥାପ୍ପା ଓ ଟୁକନା ସାହୁ ୨ଟି ଲେଖାଏ, ପ୍ରଶାନ୍ତ ରଣା, ପ୍ରୟାସ ସିଂ ଓ ଧୀରଜ ସିଂ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଟୁକୁନା ସାହୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?