Posted inଖେଳ

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ନବଦୀବ ସଇନି, ପୃଥ୍ବୀ ଶ ଓ ରୋହିତଙ୍କୁ ଆଇସୋଲେଶନରେ ରଖାଯାଇଛି ବୋଲି ଶନିବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି। ଏହି ଖେଳାଳିମାନଙ୍କ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଫଳରେ ଏହି ୫ ଖେଳାଳି ଦଳର ବାକି ସଦସ୍ୟମାନଙ୍କଠାରୁ ଅଲଗା ରହିବା ସ୍ପଷ୍ଟ ହୋଇଛି। ପ୍ରଥମେ ଏ ନେଇ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଉଥିଲେ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ କିନ୍ତୁ ଭିନ୍ନ ମତ ଦେଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏ ନେଇ ପ୍ରକାଶ କରିଥିବା ରିପୋର୍ଟକୁ ବିସିସିଆଇ ଖଣ୍ଡନ କରିଥିଲା। ଖେଳାଳିମାନେ ପ୍ରୋଟୋକଲର ଉଲ୍ଲଂଘନ କରିନାହାନ୍ତି ବୋଲି ବିସିସିଆଇ ସ୍ପଷ୍ଟ ଭାବେ କହିଥିଲା। ତେବେ ବିସିସିଆଇ ସହିତ ମିଳିତ ଭାବେ ଏ ତଦନ୍ତ କରିବେ ବୋଲି ସିଏ ତରଫରୁ କୁହାଯାଇଛି। ଫଳରେ ଘଟଣା ଭିନ୍ନ ମୋଡ ନେଇଛି। ଯଦି ଖେଳାଳିମାନଙ୍କ ତ୍ରୁଟି ପ୍ରମାଣିତ ହୁଏ ତେବେ ଟିମ୍‌ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି ହେବ। କାରଣ ଏହି ୫ଜଣ ଖେଳାଳିଙ୍କ ମଧ୍ୟରୁ ୩ଜଣ ତୃତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ ଥିଲା।
ନବଦୀପ ସିଂ ନାମକ ଜଣେ ପ୍ରଶଂସକ ଟୁଇଟରରେ ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଖାଇବାର ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ପନ୍ତଙ୍କୁ ସମ୍ପୃକ୍ତ ପ୍ରଶଂସକ ଜଣକ ଆଲିଙ୍ଗନ କରିଥିବା ଦାବି କରିଥିଲେ ମଧ୍ୟ ପରେ ସେ ଏହାକୁ ଅସ୍ବୀକାର କରିଛନ୍ତି। ନୂଆବର୍ଷ ଦିନ ଏହି ଖେଳାଳିମାନେ ରେଷ୍ଟୁରାଣ୍ଟରେ ଖାଇବା ନେଇ ଭାଇରାଲ ହୋଇଥିବା ଭିଡିଓ ନେଇ ବିସିସିଆଇ ଓ ସିଏ ଅବଗତ ଥିବା କଥା କହିଛନ୍ତି। ଉଲ୍ଲେଖଥାଉ କି, ତୃତୀୟ ଟେଷ୍ଟ ଜାନୁୟାରୀ ୭ ତାରିଖରୁ ସିଡ୍‌ନୀରେ ଆରମ୍ଭ ହେବାକୁ ଯାଉଛି।
ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋରରେ ସାମାଜିକ ଦୂରତା ରକ୍ଷା କରି ଖାଇବାର ନିୟମ ରହିଛି। ଖେଳାଳିମାନଙ୍କୁ ବାହାରକୁ ଯିବାର ଅନୁମତି ଦିଆଯାଇଛି। ତେବେ ରେଷ୍ଟୁରାଣ୍ଟ ବାହାରେ ହିଁ ଖେଳାଳିମାନେ ରହିବେ ବୋଲି ସ୍ପଷ୍ଟ ଭାବେ ପୂର୍ବରୁ କୁହାଯାଇଛି। ବିସିସିଆଇ ଓ ସିଏ ଏ ନେଇ ତଦନ୍ତ ଜାରି ରଖିଛନ୍ତି ଓ ପ୍ରକୃତରେ ଏ ନେଇ ଜୈବ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ ହୋଇଛି କି ନା ସେ ନେଇ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ତେଣୁ ଅଷ୍ଟ୍ରେଲୀୟ ଓ ଭାରତୀୟ ମେଡିକାଲ ଟିମ୍‌ ଦ୍ୱୟର ପରାମର୍ଶକ୍ରମେ ଏହି ସାବଧାନତାକୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କୁ ଆଇସୋଲେଶନକୁ ପଠାଇ ଦିଆଯାଇଛି। ଫଳରେ ଟ୍ରେନିଂ ଭେନ୍ୟୁକୁ ଏହି ଖେଳାଳିମାନେ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳଠାରୁ ପୃଥକ୍‌ ଭାବେ ଯିବେ ଓ ଅଭ୍ୟାସ କରିବେ। ଅବଶ୍ୟ ଏହି ୫ ଖେଳାଳି ପ୍ରୋଟୋକଲ ଅନୁସାରେ ଟ୍ରେନିଂ କରିପାରିବେ ବୋଲି କୁହାଯାଇଛି।
ତେବେ ଖେଳାଳିମାନଙ୍କ ଏହି କାର୍ଯ୍ୟକଳାପକୁ ନେଇ ଦଳର ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ଓ କ୍ରିକେଟ ଅପରେଶନ ଅଧିକାରୀ ଅବଗତ ଥିଲେ କି ନା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଅଧିକାରୀମାନେ ଖେଳାଳିମାନଙ୍କ ଗତିବଧି ସମ୍ପର୍କରେ ଅବଗତ ରହିବା ସହ ଖେଳାଳିମାନେ ବାହାରକୁ ଯିବା ପାଇଁ ବା ଖାଇବା ନେଇ ରିପୋର୍ଟ ଦେବାର ନିୟମ ରହିଛି।
ନବଦୀପ ସିଂ ନାମକ ଜଣେ ଭାରତୀୟ ପ୍ରଶଂସକ ଏହି ଭିଡିଓ ପୋଷ୍ଟ କରିଥିଲେ ଓ ସେ ଖେଳାଳିଙ୍କ ୧୧୮. ୬୯ ଡଲାରର ବିଲ୍‌ ପୈଠ କରିଥିଲେ। ସେ ଖେଳାଳିମାନଙ୍କ ଶପିଂର ଫଟୋ ବି ପୋଷ୍ଟ କରିଛନ୍ତି। ରେଷ୍ଟୁରାଣ୍ଟରେ ଭାରତୀୟ ଖେଳାଳିମାନେ କରିଥିବା ଏହି ପ୍ରୋଟୋକଲର ଉଲ୍ଲଂଘନକୁ ବେଶ୍‌ ଗମ୍ଭୀରତା ସହ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?