Posted inଖେଳ

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା ଦର୍ଶାଯାଇଛି, ସେମାନେ ପ୍ରକୃତରେ ତାହାଠାରୁ ୯ରୁ ୧୦ ବର୍ଷ ବଡ଼ ବୋଲି ଦେଶର ପୂର୍ବତନ ସିମ୍‌‌ ବୋଲର ମହମ୍ମଦ ଅସିଫ୍‌ ଅଭିଯୋଗ କରିଛନ୍ତି। ଚଳିତ ସପ୍ତାହରେ ମାଉଣ୍ଟ ମଙ୍ଗାନୁଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ପାକିସ୍ତାନ ୧୦୧ ରନରେ ପରାଜୟ ପରେ ଅସିଫ୍‌ ତାଙ୍କ ପ୍ରତିକ୍ରିୟାରେ ଏକଥା ପ୍ରକାଶ କରିଛନ୍ତି। ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି କାଗଜପତ୍ରରେ ଏହି ପେସ୍‌ ବୋଲରଙ୍କ ବୟସ ୧୭-୧୮ ବର୍ଷ ଲେଖାଯାଇଛି, କିନ୍ତୁ ସେମାନଙ୍କ ପ୍ରକୃତ ବୟସ ୨୭ରୁ ୨୮ ବର୍ଷ ମଧ୍ୟରେ ହେବ। ଫଳରେ ସେମାନେ ୨୦ରୁ ୨୫ ଓଭର ବୋଲିଂ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ୫ରୁ ୬ ଓଭର ଏକ ସ୍ପେଲ୍‌ ପରେ ସେମାନେ କ୍ଳାନ୍ତ ଜଣାପଡ଼ୁଛନ୍ତି। ଅସିଫ୍‌ ତାଙ୍କ ସମୟରେ ଜଣେ ଅନ୍ୟତମ ଶ୍ରେଷ୍ଠ ସିମ୍‌ ବୋଲର ଥିଲେ। ଇଂଲଣ୍ଡରେ ୨୦୧୦ରେ ଏକ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାଙ୍କୁ ୫ବର୍ଷ ବାସନ୍ଦ କରିବା ଦ୍ୱାରା ତାଙ୍କ କ୍ୟାରିୟରର ଅନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ...

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି...

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ,...

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି...

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍‌ବଲ ଫେଡେରେଶନ ଉପରେ ଚଢ଼ାଉ

ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି...

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ...

ପାକିସ୍ତାନ ଗସ୍ତ ଲାଗି ଓ୍ବେଷ୍ଟଇଣ୍ଡିଜକୁ ଦିଆଯାଇଥିଲା ଅଧିକ ଅର୍ଥ

କରାଚୀ,୭।୩(ପି.ଟି.)- ଦୁଇ ବର୍ଷ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଦଳ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଏଥିନେଇ ଭ୍ରମଣକାରୀ ଦଳର ସଦସ୍ୟଙ୍କୁ ଅଧିକ ଅର୍ଥ...

ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୧୫।୧୧ୟ(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସମ୍ପ୍ରତି ଭାରତୀୟ ଦଳର ଉପଅଧିନାୟିକା...

Advertisement
Archives

Model This Week