ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ କେତେଜଣ ରାତାରାତି ଷ୍ଟାର ପାଲଟୁଛନ୍ତି ତ ଆଉ କେତେକ କିପରି ଉତ୍ତମ ଭାବେ ପ୍ରତିଭା ପ୍ରଦର୍ଶନ କରିବେ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି। ଯୁବପିଢ଼ି ହୁଅନ୍ତୁ କି ବୟସ୍କ ସମସ୍ତେ ସୋସିଆଲ୍‌ ମିଡ଼ିଆରେ ନିଜର ପ୍ରତିଭା ଦେଖାଇବାରେ ବ୍ୟସ୍ତ। ଭାରତରେ ସର୍ଟ ଭିଡ଼ିଓ ପ୍ଲାଟଫର୍ମ ଟିକ୍‌ଟିକ୍‌ ବ୍ୟାନ୍‌ ହେବା ପରେ ଏହାର ବିକଳ୍ପ ଆପ୍‌ ଆସିଛି, ହେଲେ ଟିକ୍‌ଟକ୍‌ ତୁଳନାରେ ଉକ୍ତ ଆପ୍‌ଗୁଡ଼ିକ ଲୋକଙ୍କ ପସନ୍ଦଯୋଗ୍ୟ ହୋଇପାରିନାହିଁ। ଫଳରେ ବର୍ତ୍ତମାନ ୟୁଟ୍ୟବ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହାତରେ ମୋବାଇଲ ଆଉ ନିଜ ଭିତରେ ପ୍ରତିଭା ଥିଲେ ଆଜିକା ଦିନରେ ଜଣେ କଳାକାର ହେବାରେ କୌଣସି ସମସ୍ୟା ନାହିଁ। ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତିର ସହର। ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ଏହି ଜିଲାର। ବର୍ତ୍ତମାନ କେତେଜଣ ଯୁବକ ନିଜର ପ୍ରତିଭାକୁ ୟୁଟ୍ୟୁବ ଭଳି ସୋସିଆଲ ମିଡ଼ିଆରେ ପ୍ରଦର୍ଶନ କରି ଲୋକଙ୍କ ନଜରକୁ ଆସିପାରିଛନ୍ତି। ବାରିପଦାର ସେହିଭଳି କେତେଜଣ ୟୁଟ୍ୟୁବରଙ୍କ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।


ମିଲନ ବେଦୀ-ବେଦୀ ସିନେ ପ୍ରଡ଼କ୍ସନ ନାମରେ ୟୁଟ୍ୟୁବ୍‌ରେ ଏକ ମନୋରଞ୍ଜନ ଚ୍ୟାନେଲ ଖୋଲିଥିବା ବେଳେ ହିନ୍ଦୀ, ଓଡ଼ିଆ ଆଲବମ୍‌ , କ୍ଷୁଦ୍ର ଚଳଚ୍ଚିତ୍ର ସହିତ କଭରସଙ୍ଗ୍‌ ମଧ୍ୟ କରୁଛନ୍ତି। ବର୍ଷକ ତଳେ ଏକାକୀ ଆରମ୍ଭ କରିଥିବା ଏହି ଚ୍ୟାନେଲରେ ବର୍ତ୍ତମାନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ନିଜର ୧୧ ଜଣ ସାଙ୍ଗଙ୍କ ପକେଟ୍‌ ମନି ଖର୍ଚ୍ଚରେ ଏହି ଚ୍ୟାନେଲ ଖୋଲି ଭିଡ଼ିଓ ଅପଲୋଡ଼ କରୁଛନ୍ତି। ବାରିପଦା ବାଗଡ଼ିହାର ମିଲନ ନିଜର ସାଙ୍ଗମାନଙ୍କ ସହିତ ମିଶି ଏହାକୁ କରିଛନ୍ତି। ସେ ଓଲିଉଡ୍‌ ଇଣ୍ଟ୍ରଷ୍ଟିରେ ବିଭିନ୍ନ ସିନେମା, ସିରିଏଲରେ ଅଭିନୟ କରିଥିବା ବେଳେ ଦୁଇଟି ଫିଲ୍ମରେ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ନେପୋଟିଜମ ଯୋଗୁସେଥିରେ ଭବିଷ୍ୟତ ନ ଥିବା ଜାଣିବା ପରେ ନିଜେ ଏହି ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି। ମିଲନ କୁହନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ୟୁଟ୍ୟୁବ ହିଁ ହେଉଛି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଜଣେ କଳାକାର ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ । ତାଙ୍କର ଦର୍ଶକଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହାଦ୍ୱାରା କିଛି ରୋଜଗାର କରିବାର ସେ ଆଶା ରଖିଛନ୍ତି। ସେହିଭଳି କିଛି ଦିନ ପରେ ମହାଦେବ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ରିଲିଜ୍‌ ହେବ ବୋଲି ପ୍ରକାଶ କରିଛନ୍ତି।

 


ନିକ ତାପସ -ବାରିପଦା ମୁର୍ଗାବାଡ଼ିର ଏହି କଳାକାର ଜଣଙ୍କ ଉତ୍କଳ ସିରିଜ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି। ମନୋରଞ୍ଜନ ସଚେତନଧର୍ମୀ ଭିଡ଼ିଓ ନିର୍ମାଣ କରିବା ପାଇଁ ଯୋଜନା କରିଥିବା ବେଳେ ଲକ୍‌ଡାଉନ ଯୋଗୁ ଶୁଟିଂ ସମ୍ଭବ ହୋଇପାରୁନାହିଁ। ତେଣୁ ବର୍ତ୍ତମାନ କୃଷ୍ଣ ଉପଦେଶ ନାମରେ ସିରିଜ କରି ଛାଡ଼ୁଛନ୍ତି। କୃଷ୍ଣବାଣୀ ଉପଦେଶକୁ ଅତି ସୁନ୍ଦର ଭାବେ ଭିଡ଼ିଓରେ ସେ ବର୍ଣ୍ଣନା କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ଏହାର ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି। ସେ ଜଣେ କଳାକାର ହୋଇଥିବାରୁ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଚ୍ୟାନେଲ ଖୋଲିଥିବା ପ୍ରକାଶ କରିଛନ୍ତି। ନିଜର ସାଙ୍ଗମାନଙ୍କ ସହିତ ମିଶି ସେ ଭିଡ଼ିଓ ସୁଟିଙ୍ଗ କରନ୍ତି। ତାଙ୍କ ମତରେ ଜଣେ କଳାକାରକୁ କେବେ ବି ଠିକ୍‌ ଭାବେ ପାଉଣା ମିଳେନାହିଁ, ଦର୍ଶକଙ୍କ ତାଳି ଓ ଭଲ ପାଇବା ତାଙ୍କ ପାଇଁ କୋଟିଏ ଟଙ୍କା ସହିତ ସମାନ।

 


ସୋହନ ବିଶ୍ୱାଳ -ମୁର୍ଗାବାଡ଼ିର ଏହି ୨୩ ବର୍ଷୀୟ ଯୁବକ ‘କିପ୍‌ ସ୍ମାଇଲିଙ୍ଗ୍‌’ ନାମରେ ଏକ କମେଡ଼ି ଚ୍ୟାନେଲ କରିଛନ୍ତି। ପିଲାବେଳେ ସେ ସ୍କୁଲରେ କମେଡ଼ି କରନ୍ତି। ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ସେ ଏହି କମେଡ଼ି ଚ୍ୟାନେଲ ଖୋଲିଥିବା ପ୍ରକାଶ କରିଛନ୍ତି। ମାସେ ତଳେ ସେ ଖୋଲିଥିବା ଏହି ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅଳ୍ପ କିଛି ଭିଡ଼ିଓ ସେ ବର୍ତ୍ତମାନ ପୋଷ୍ଟ କରିଛନ୍ତି। ଆଗାମୀ ଦିନରେ ସେ ଭଲ ୟୁଟ୍ୟୁବର ଭାବେ ପ୍ରସିଦ୍ଧ ଲାଭ କରିବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri