ଆଇନର ଶାସନ

ଆକାର ପଟେଲ

ମିଳିତ ଜାତିସଂଘ ଆଇନର ଶାସନକୁ ନିମ୍ନ ପ୍ରକାରେ ସଂଜ୍ଞାବଦ୍ଧ କରିଛନ୍ତି: ଏହା ଏକ ପ୍ରକାର ଶାସନ ନୀତି, ଯେଉଁଥିରେ ରାଷ୍ଟ୍ର ସମେତ ସମସ୍ତ ସରକାରୀ ତଥା ବେସରକାରୀ ବ୍ୟକ୍ତି, ଅନୁଷ୍ଠାନ ଓ ସଂସ୍ଥା ଆଇନ ପାଖରେ ଉତ୍ତରଦାୟୀ ଏବଂ ଯାହା ସର୍ବସାଧାରଣରେ ପ୍ରକାଶିତ, ସମାନ ଭାବରେ ଲାଗୁ ହୋଇଥାଏ, ସ୍ବାଧୀନ ଭାବରେ ବିଚାର କରାଯାଇଥାଏ ଏବଂ ଯାହା ଅନ୍ତର୍ଜାତୀୟ ମାନବିକ ଅଧିକାରର ମାନ ଓ ମାନଦଣ୍ଡ ସହ ସଙ୍ଗତିଶୀଳ।
ଭାରତ ହେଉଛି ଆଇନର ଶାସନ ଚାଲୁଥିବା ଦେଶ ଏବଂ ଆମ ସମ୍ବିଧାନର ଧାରା ୨୧ରେ କୁହାଯାଇଛି ଯେ, ‘ଆଇନ ଦ୍ୱାରା ସ୍ଥାପିତ ପଦ୍ଧତି ବ୍ୟତୀତ କୌଣସି ବ୍ୟକ୍ତି ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ବାଧୀନତାରୁ ବଞ୍ଚିତ ହେବେ ନାହିଁ।’ ଏହାକୁ ମାନିବାକୁ ସରକାର ଆଇନ ଅନୁଯାୟୀ ବାଧ୍ୟ। ଏହି ନିୟମ ନ ମାନିବା ଅର୍ଥ ହେଉଛି ଆଇନ ଭାଙ୍ଗିବା ଏବଂ ଅପରାଧ କରିବା।
ଇନ୍ଦିରା ଗାନ୍ଧୀଙ୍କ ଏକଚ୍ଛତ୍ର କ୍ଷମତାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ମଞ୍ଜୁରୀ ବିରୋଧରେ ଜଷ୍ଟିସ୍‌ ଏଚ୍‌.ଆର୍‌. ଖାନ୍ନା କହିଥିଲେ ଯେ ଜୀବନ ଓ ସ୍ବାଧୀନତା ବିନା ଆଇନହୀନ ସମାଜ ଏବଂ ଆଇନ ଦ୍ୱାରା ପରିଚାଳିତ ସମାଜ ମଧ୍ୟରେ କୌଣସି ପ୍ରଭେଦ ନାହିଁ।
ସେ ସମୟରେ ଭାରତର ଆଟର୍ନି ଜେନେରାଲ୍‌ ନିରେନ୍‌ ଦେ ଦାବି କରିଥିଲେ ଯେ ଜରୁରିକାଳୀନ ପରିସ୍ଥିତିରେ ଧାରା ୨୧ ଅନୁଯାୟୀ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ମଧ୍ୟ ସରକାରଙ୍କ ଦୟାଧୀନ ଥିଲା। କେତେ ଦଶନ୍ଧି ପରେ ଜଷ୍ଟିସ୍‌ ଖାନ୍ନାଙ୍କ ମତକୁ ଏକ ନଅ ଜଣିଆ ବିଚାରପତିଙ୍କ ବେଞ୍ଚ ସମର୍ଥନ କରିଥିଲେ ଏବଂ କହିଥିଲେ: ”କୌଣସି ସଭ୍ୟ ରାଷ୍ଟ୍ର ଆଇନଗତ କ୍ଷମତା ବିନା ଜୀବନ ତଥା ବ୍ୟକ୍ତିଗତ ସ୍ବାଧୀନତା ଉପରେ ଆକ୍ରମଣର ଚିନ୍ତା ବି କରିପାରିବ ନାହିଁ। ଜୀବନ ବା ସ୍ବାଧୀନତା ମଧ୍ୟ ରାଷ୍ଟ୍ର କାହାକୁ ଦାନରେ ଦେଇନାହିଁ କିମ୍ବା ସମ୍ବିଧାନ ଏ ଅଧିକାର ସୃଷ୍ଟି କରି ନାହିଁ। ଜୀବନର ଅଧିକାର ସମ୍ବିଧାନ ସୃଷ୍ଟି ହେବା ପୂର୍ବରୁ ରହିଆସିଛି। ଅଧିକାରକୁ ଚିହ୍ନିବା ଦ୍ୱାରା ସମ୍ବିଧାନ ଅଧିକାରର ଏକମାତ୍ର ଭଣ୍ଡାରରେ ପରିଣତ ହୁଏ ନାହିଁ।“
ଆଜି ଭାରତରେ ଯାହା ଘଟୁଛି ତାହା ଆଇନର ଶାସନ ନୁହେଁ। ଆମେ ଏକ ଆଇନହୀନ ରାଷ୍ଟ୍ର ଏବଂ ମୁଁ କ୍ରୋଧରେ କିମ୍ବା ନିରାଶାରେ ଏହା କହୁ ନାହିଁ। ଆମ ଚାରିପାଖରେ ଯାହା ଘଟୁଛି ତାହାର ଏକ ଅବ୍‌ଜେକ୍ଟିଭ୍‌ ଷ୍ଟେଟ୍‌ମେଣ୍ଟ ଭାବରେ ମୁଁ ଏହା କହୁଛି। ଜଣେ ବ୍ୟକ୍ତି ଯିଏ ନିଜର ପ୍ରଭାବ ଦ୍ୱାରା ସାଂଘାତିକ ଅପରାଧ କରି ଖସିଯାଉଥିଲେ ଓ ତାଙ୍କୁ ପୋଲିସ ଧରିପାରୁ ନ ଥିଲା, ସେ ଆତ୍ମସମର୍ପଣ କରିବା ପରେ ବାବୁମାନଙ୍କ ଗୁମର ଖୋଲିଯିବା ଭୟରେ ତାଙ୍କୁ ହାଜତରେ ଗୁଳି କରି ମାରିଦିଆଗଲା। ସମ୍ବିଧାନ ଅନୁଯାୟୀ ତାଙ୍କର ବିଚାର କରାଗଲା ନାହିଁ ଏବଂ ବିନା ନ୍ୟାୟିକ ପ୍ରକ୍ରିୟାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା।
ତେବେ କେବଳ ଏହି ଆଧାରରେ ଭାରତ ଏକ ଆଇନହୀନ ରାଷ୍ଟ୍ର ବୋଲି ମୁଁ କହୁନାହିଁ। ଭାରତରେ କିମ୍ବା ଉତ୍ତରପ୍ରଦେଶରେ ମଧ୍ୟ ଏହା ପ୍ରଥମ ଏନ୍‌କାଉଣ୍ଟର ନୁହେଁ। ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେଠାରେ ୧୧୯ ଜଣଙ୍କୁ ଏପରିଭାବେ ହତ୍ୟା କରାଯାଇଛି ଏବଂ ଦେଶସାରା ଏମିତି ଅନେକ ମାମଲା ରହିଛି। ଦୋକାନ ଖୋଲିଥିବାରୁ ଜଣେ ବାପା ଓ ତାଙ୍କ ପୁଅକୁ ପୋଲିସ ନିର୍ଯାତନା ଦେଇ ହତ୍ୟା କରିପାରେ। ଏହା ଭାରତରେ ଘଟୁଛି। ଅନ୍ୟ ଅରାଜକ ଦେଶରେ ମଧ୍ୟ ଏହା ଘଟେ ଏବଂ ତାହା ସତ୍ୟ। ଯେଉଁମାନଙ୍କର କ୍ଷମତା ଅଛି ସେମାନେ ଏକ ଅରାଜକ ଦେଶରେ ତାକୁ ଯାହା ବିରୋଧରେ ଇଚ୍ଛା ପ୍ରୟୋଗ କରିପାରିବେ।
ଭାରତ ଭଳି ଆଇନହୀନ ଦେଶରେ ସରକାରଙ୍କୁ ମଧ୍ୟ ଆଇନ ଜଣା ନାହିଁ। ନରେନ୍ଦ୍ର ମୋଦି ସରକାର ପଶୁ ବଜାରରେ ବଧ ପାଇଁ ଗାଈ ଓ ବଳଦଙ୍କ ବିକ୍ରି ଉପରେ ନିଷେଧାଦେଶ ଜାରି ଏକ ଆଇନ ପାସ୍‌ କରିଦେଲେ। ମୋଦି ଗାଈମାନଙ୍କୁ ଭଲ ପାଆନ୍ତି କିନ୍ତୁ ଜାଣି ନ ଥିଲେ ଯେ ତାଙ୍କର ଏପରି ଆଇନ କରିବାର ଅଧିକାର ନାହିଁ। ଏହାର କାରଣ ହେଉଛି ସମ୍ବିଧାନରେ ଏହା କେନ୍ଦ୍ର ତାଲିକାରେ ନୁହେଁ ବରଂ ରାଜ୍ୟ ତାଲିକାରେ ଅଛି। କେନ୍ଦ୍ର ସରକାର ଆଇନ କରିବା ପୂର୍ବରୁ ଏହା ଜାଣି ନ ଥିଲେ।
ସୁପ୍ରିମ୍‌କୋର୍ଟ ଏହା ଦର୍ଶାଇବା ପରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। ଆଇନହୀନ ଦେଶରେ ଏମିତି ସବୁ ଘଟେ। ସରକାର ନିଜେ ଆଇନ ନ ଜାଣିଲେ କେମିତି ଏହାକୁ ପାଳନ କରିବେ? ରାଜ୍ୟ ସରକାର ବି ଜାଣନ୍ତି ନାହିଁ ଏବଂ ବେଳେବେଳେ ସୁପ୍ରିମ୍‌କୋର୍ଟ ମଧ୍ୟ ଜାଣନ୍ତି ନାହିଁ। ୧୯୬୭ ମସିହାରେ ଓଡ଼ିଶା ସରକାର ଧର୍ମପରିବର୍ତ୍ତନକୁ ନିଷିଦ୍ଧ କରି ଏକ ଆଇନ ପ୍ରଣୟନ କରିଥିଲେ, ଯାହା ସମ୍ବିଧାନର ଧାରା ୨୫ର ସ୍ପଷ୍ଟ ଉଲ୍ଲଂଘନ। ବିଧାନସଭା ବିତର୍କରୁ ଜଣାପଡିଛି ଯେ, ଧର୍ମାନ୍ତରୀକରଣର ନିର୍ଦ୍ଦିଷ୍ଟ ଅର୍ଥ ସହିତ ଧର୍ମ ପ୍ରଚାର କରିବାର ଅଧିକାର ଧାରା ୨୫ରେ ନିଶ୍ଚିତ ହୋଇଛି।
ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ଖଣ୍ଡନ କଲାବେଳେ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଥିଲେ। ଏହାର ଫଳାଫଳ ହେଉଛି ଯେ, ୧୦ଟି ରାଜ୍ୟ ବର୍ତ୍ତମାନ ଧର୍ମାନ୍ତରୀକରଣ ବିରୋଧୀ ଆଇନ ପ୍ରଣୟନ କରିଛନ୍ତି। ପ୍ରତାରଣାପୂର୍ଣ୍ଣ ଭାବେ ଏହାକୁ ‘ଧର୍ମଗତ ସ୍ବାଧୀନତା ଆଇନ’ ବୋଲି ନାମକରଣ କରାଯାଇଛି। ଏହି ଆଇନ ପ୍ରଣୟନ କରିବାରେ ଉତ୍ତରପ୍ରଦେଶ ଏକାଦଶ ରାଜ୍ୟ ହେବାକୁ ଯାଉଛି।
ଆଦିତ୍ୟନାଥ ତାଙ୍କ ପୋଲିସକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏକ ଅପରାଧ, ଯେଉଁଥିପାଇଁ ସାମ୍ବିଧାନିକ ଭାବେ ସେ ଦଣ୍ଡିତ ହେବା ଉଚିତ।
ଏପରି ଘଟଣା ଏକ ଆଇନହୀନ ଦେଶରେ ଘଟେ। ଅଦାଲତଗୁଡ଼ିକ କ୍ରିୟାହୀନ, ଅନେକ ବିଚାରପତିଙ୍କୁ ଆଇନ ଜଣାନାହିଁ, ବ୍ୟବସ୍ଥାପକ ସଭା ନିୟମିତ ବସେ ନାହିଁ, ନିର୍ବାଚିତ ଜନପ୍ରତିନିଧିମାନେ ଆଇନକୁ ଅନୁସରଣ କରନ୍ତି ନାହିଁ ଏବଂ ପୋଲିସ୍‌ ତାଙ୍କ ହାଜତରେ କାହାକୁ ହତ୍ୟା ବି କରିପାରନ୍ତି। ଏହା ହେଉଛି ଆମ ଭାରତ।
aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?