ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ ଓ କ୍ରମବର୍ଦ୍ଧମାନ ଶିଶୁମାନଙ୍କର ଖାଦ୍ୟ ଅଭ୍ୟାସ ଉନ୍ନତତ୍ତର’। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ବିଶେଷକରି ପିଲାମାନଙ୍କର ଅଭିଭାବକମାନେ ଏହି ପୁଷ୍ଟି ପ୍ରସଙ୍ଗକୁ ଅଣହେଳା କରିଥାନ୍ତି। ଏକ ସୁନ୍ଦର ଶିଶୁର ସ୍ବାସ୍ଥ୍ୟ ତା’ର ପରବର୍ତ୍ତୀ ବିକଶିତ ବୟୋବୃଦ୍ଧି ପାଇଁ ଯେ ନିତାନ୍ତ ଅପରିହାର୍ଯ୍ୟ ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। କୁହାଯାଏ ଆଜିର ଶିଶୁଟି ହେଉଛି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତା’ର ଶାରୀରିକ ନୁହେଁ ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେବେ ଉତ୍ତମ ପୁଷ୍ଟି ପାଇଁ ଜରୁରୀ କଥା ହେଉଛି ନବଜାତ ଶିଶୁ ପାଇଁ ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର ତା’ ସ୍ବାସ୍ଥ୍ୟ ପାଇଁ ଏକ ଦିବ୍ୟ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହ ବିଶେଷକରି ଶିଶୁ ପାଇଁ ଏହା ଏକ ପ୍ରକାର ଈଶ୍ୱର ପ୍ରଦତ୍ତ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଜିନିଷଟି। ନୂଆ ଜନ୍ମ ହୋଇଥିବା ପିଲାକୁ ପ୍ରଥମ ଛଅମାସ କେବଳ ମାଆ କ୍ଷୀର ନିହାତି ଜରୁରୀ। ଶିଶୁଟି ଯେତେଥର ଚାହୁଁଛି ମାଆମାନେ ପିଲାଙ୍କୁ ସ୍ତନ୍ୟପାନ ପ୍ରଦାନ କରନ୍ତୁ। ଶିଶୁଟିର ବୟସ ଛଅମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ତେବେ ଏହାସହିତ ଦୁଇ ବର୍ଷ ଯାଏ ପିଲାଟି ଯେପରି ମାଆ କ୍ଷୀର ପାଏ ଏ କ୍ଷେତ୍ରରେ ମାଆମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମାଆକ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର, ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି କିନ୍ତୁ ମନେରଖିବା କଥା ଯେ, ମାଆ କ୍ଷୀର ପରି କୌଣସି ଖାଦ୍ୟ ପଦାର୍ଥ ତୁଳନୀୟ ନୁହେଁ। ବିଶେଷକରି ମାଆମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡ଼ିନଯୁକ୍ତ ଲୁଣ ଯେପରି ସାମିଲ ହେବ। ଓଡ଼ିଆ ଘରର ଚଳଣିରେ ଅଧିକାଂଶ ଗାଁଗଣ୍ଡାର ମାଆମାନେ ପିଲାଟିର ସ୍ବାସ୍ଥ୍ୟକୁ ଯତ୍ନରେ ରଖି ନିଜ ଖାଦ୍ୟ ଓ ବିଶ୍ରାମକୁ ପଛରେ ପକାଇ ଦେଇଥାନ୍ତି ଏହା କିନ୍ତୁ ଠିକ୍‌ ନୁହେଁ। ଶିଶୁକୁ କ୍ଷୀର ଦେଉଥିବା ମାଆମାନେ ନିର୍ଦ୍ଦିଷ୍ଟ ସମୟର ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା ନିହାତି ଜରୁରୀ କାରଣ ମାଆଟିର ସ୍ବାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁଟିର ମଧ୍ୟ ସେହିପରି ଭାବରେ ଉତ୍ତମ ଅଭିବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିବ।
ପିଲାମାନେ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟିଦେବା ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକର ତତ୍ତ୍ୱର କ୍ଷତି ହୋଇଥାଏ, ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ବଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ବଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ। ବର୍ତ୍ତମାନ ପରି ସାଧାରଣତଃ ବର୍ଷା ଦିନିଆ ପରିବେଶରେ ମାଆମାନେ ପିଲାଙ୍କ ଯତ୍ନ ନେଲାବେଳେ କିଛି ଘଟଣାକୁ ଅଣଦେଖା କରିଦିଅନ୍ତି। ପିଇବା ପାଣି ବି ଯେପରି ନିଶ୍ଚିତ ଭାବରେ ଭଲଭାବରେ ଫୁଟା ଯାଇଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପିଲାଟିକୁ ପିନ୍ଧାଉଥିବା ପୋଷାକ ଯେପରି ଭଲ ଭାବରେ ସଫା ହୋଇ ସୂର୍ଯ୍ୟକିରଣ ଦ୍ୱାରା ଶୁଖିଥିବ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ। କେହି କେହି ପିଲାମାନଙ୍କର ଲୁଗାପଟାକୁ ଫ୍ୟାନରେ ବା ୱାଶିଂମେଶିନର ଗରମରେ ଶୁଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ଆଦୌ ଠିକ୍‌ ନୁହେଁ। କାରଣ ପୋଷାକରେ ଯଦି ଆର୍ଦ୍ରତା ରହିବ ପିଲାଟି ଥଣ୍ଡାଜ୍ୱରର ଶିକାର ହେବାର ସମ୍ଭାବନା ଅଛି। ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ, ଶାଗ ଦେଇପାରନ୍ତି। ଗାଜର ବିଟ ବି ଭଲ। ସେହିପରି ପିଲାମାନଙ୍କୁ ତଟକା ଫଳ ଖୋଇବାର ଅଭ୍ୟାସ ରଖନ୍ତୁ କିମ୍ବା ନିଜେ ଘରେ ଜୁସ୍‌ ତିଆରି କରି ପିଇବାକୁ ଦିଅନ୍ତୁ। ଛୋଟ ପିଲାଙ୍କୁ ଖାଇବାକୁ ଦେବାବେଳେ ଖାଦ୍ୟକୁ ଭଲ ଭାବରେ ଚକଟି ଦିଅନ୍ତୁ। ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଖୁବ୍‌ ଭଲ। ଡାଲି ଭିତରେ ହରଡ଼ ଡାଲି, ମୁଗଡାଲି ଭଲ। ତେବେ ଡାଲି ପାଣିଟି ପିଲାମାନଙ୍କ ପାଇଁ ଖୁବ୍‌ ଭଲ। ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତି ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ। ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି ଏହାର ସୁଯୋଗ ନିଅନ୍ତୁ। ପିଲାଟି ଯେପରି ଆୟୋଡ଼ିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ। ରୁଗ୍‌ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁ ପାଇଁ ଠିକ୍‌ ଓ ନିର୍ଦ୍ଧାରିତ ସମୟର ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ। ପିଲାକୁ ଯେ କୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗର୍ଭବତୀ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ଔଷଧ ପ୍ରଦାନ କରୁଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଓ୍ବାଡିକର୍ମୀ ମାନେ ଘରେ ଘରେ ପହଞ୍ଚତ୍ ଏହି ସୁଯୋଗ ଆପଣମାନଙ୍କ ହାତ ପାଆନ୍ତାରେ ପ୍ରଦାନ କରୁଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଶିଶୁଭବନ ସବୁଠି ଶିଶୁମାନଙ୍କର ଉତ୍ତମ ପୁଷ୍ଟିଜନିତ ଚିକିତ୍ସା ପାଇଁ ଅଭିଜ୍ଞ ଓ ଅନୁଭବୀ ଶିଶୁରୋଗ ବିଶେଷଜ୍ଞ ରହିଛନ୍ତି। ସେମାନଙ୍କ ପରାମର୍ଶ ନିହାତି ନିଅନ୍ତୁ। ଗୁଣୀଟୁଣି ବା କାହାର କାନକୁହା କଥା ଶୁଣି ପିଲାଟିକୁ ଡଉଲଡାଉଲ ଓ ମୋଟା କରିଦେବା ପାଇଁ ନିଜେ କୌଣସି ଖାଦ୍ୟ ବା ଔଷଧ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଙ୍କ ନିହାତି ପରାମର୍ଶ ନିଅନ୍ତୁ। ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?