ଅଭ୍ୟାସ ଲାଗି ନାହିଁ ଜମ୍ପିଂ ପିଟ୍‌

ବ୍ରହ୍ମପୁର ଅଫିସ,୩।୯: ହାଇଜମ୍ପ, ଲଙ୍ଗଜମ୍ପ ଓ ଟ୍ରିପଲ ଜମ୍ପ ଆଦି କ୍ରୀଡ଼ାରେ କ୍ଷେତ୍ରରେ ପୂର୍ବରୁ ପ୍ରତିବର୍ଷ ଗଞ୍ଜାମ ଜିଲାରୁ ୪୦ରୁ ୫୦ କ୍ରୀଡ଼ାବତ୍‌ ଜିଲା, ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେଇ ବହୁ ପଦକ ଅର୍ଜନ କରିଥିବା ନଜିର ରହିଛି। କିନ୍ତୁ ୨୦୧୮ ପରଠାରୁ ବ୍ରହ୍ମପୁର ସହରରେ ଏହି କ୍ରୀଡ଼ା ବନ୍ଦ ହୋଇଯିବା ଭଳି ମନେହେଉଛି। ଏସବୁ କ୍ରୀଡ଼ା ଅଭ୍ୟାସ ନିମନ୍ତେ ୯ ମିଟର ଲମ୍ବ ଓ ୩ ମିଟର ପ୍ରସ୍ଥ ବିଶିଷ୍ଟ ଜମ୍ପିଂ ପିଟ ଆବଶ୍ୟକ। କିନ୍ତୁ ସହରର କୌଣସି ପଡ଼ିଆ ମଧ୍ୟରେ ଏପରି ଭିତ୍ତିଭୂମି ଓ ଉପକରଣ ନ ଥିବାରୁ କ୍ରୀଡ଼ାବିତ୍‌ ନିୟମିତ ଅଭ୍ୟାସ କରିପାରୁ ନାହାନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଯେଉଁ ଗୋଟିଏ ଜମ୍ପିଂ ପିଟ ଥିଲା ତାହା ମଧ୍ୟ ବନ୍ଦ । ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ଯୋଗୁ ୨୦୧୮ ପରଠାରୁ କ୍ରୀଡ଼ାବିତଙ୍କ ଅଭ୍ୟାସ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଗତ ଏପ୍ରିଲ ମାସରେ ଜିଲାର ଜଣେ ମାତ୍ର କ୍ରୀଡ଼ାବିତ ଭାବେ କୁକୁଡ଼ାଖଣ୍ଡିର ରିତୁରାଜ ଦାସ ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟଠାରେ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏପଟେ ବିକଳ୍ପ ଭାବେ ଗଞ୍ଜାମ ଜିଲା କ୍ରୀଡ଼ାସଂଘ ଆଥଲେଟ କୋଚ ସୁରେନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ତାଙ୍କ ନିକଟରେ ତାଲିମ ନେଉଥିବା କେତେଜଣ କ୍ରୀଡ଼ାବିତ ନିଜ ଉଦ୍ୟମରେ ୟୁସିପି ଖେଳପଡ଼ିଆରେ ଏକ କାମଚଳା ଜମ୍ପିଂ ପିଟ କରି ଅଭ୍ୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ...

୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି...

କାଲେରୁ ସେତୁ ଉଦ୍‌ଘାଟିତ

କାଲିମେଳା/ଏମ୍‌ଭି-୭୯(ଡି.ଏନ୍‌.ଏ.): ବହୁ ପ୍ରତିକ୍ଷୀତ କାଲେରୁ ସେତୁ ଗୁରୁବାର ଉଦ୍‌ଘାଟିତ ହୋଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ସେତୁର ଉଦ୍‌ଘାଟନ ବେଳେ ଉଭୟ ଓଡିଶା...

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ

ବିନିକା,୯ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗଁାର ଜିବର୍ଦ୍ଧନ କର୍ଣ୍ଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଘଟଣାକୁ ଇତିମଧ୍ୟରେ ୫ବର୍ଷ ୬ମାସ ବିତିଛି।...

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ...

ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

ପଦ୍ମପୁର, ୧୦ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବିଭିନ୍ନ...

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

କଟକ ଅଫିସ୍‌, ୬ା୭: ରାଜ୍ୟରେ ହାତୀବଂଶ ରକ୍ଷା ଏବଂ ସୁରକ୍ଷା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ...

ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି...

Advertisement
Archives

Model This Week