ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଜିଏସଟି ଅନୁସନ୍ଧାନ ୟୁନିଟ ଶୁକ୍ରବାର ଏକ ନୂଆ ଗାଇଡଲାଇନରେ କହିଛି ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଟିକସ କର୍ତ୍ତୁପକ୍ଷ ଜିଏସଟି ମାମଲାରେ ଅଭିଯୁକ୍ତ(କମ୍ପାନୀ ବା ବ୍ୟବସାୟୀ)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇ ପାରିବେ ।
ଏଥିରେ କୁହାଯାଇଛି ଟିକସ ଫାଙ୍କିବା, ଆଇଟିସିର ଅପବ୍ୟବହାର କିମ୍ବା ଜାଲିଆତି ଫେରସ୍ତ ପରିମାଣ ୫କୋଟିରୁ ଅଧିକ ହୋଇଥିବା କ୍ଷେତ୍ରରେ ସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଆଇନଗତ କାର୍ଯ୍ୟ ଆରମ୍ଭ କରିବାକୁ ଅଧିକାରୀ ଅପରାଧର ପ୍ରକୃତି, ଗମ୍ଭିରତା, କର ଚୋରି ଅବା ଆଇଟିସିର ଅପବ୍ୟବହାର ରାଶି, ଭୁଲ ଉପାୟରେ ରିଫଣ୍ଡ ଏକତ୍ର କରିବାର ପ୍ରମାଣ ଜମା କରିବାକୁ ପଡିବ । ଏହାପରେ ଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରେକର୍ଡ କରିବାକୁ ନେଇ ଶେଷ ନିଷ୍ପତ୍ତି ନିଆଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ,୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

୫୦ କୋଟି ଟଙ୍କାର ଡ୍ରଗ୍ସ, ୪କୁଇଣ୍ଟାଲ ଗଞ୍ଜେଇ ଜବତ: ୫ଗିରଫ

ଗୁଆହାଟୀ ,୨୧।୧୧: ଆସାମର ଚାଚର ଏବଂ କର୍ବି ଆଙ୍ଗ୍‌ଲଙ୍ଗ ଜିଲାରୁ ସୋମବାର ୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ବେଆଇନ ନିଶାଦ୍ରବ୍ୟ...

ସିଏଏ ଦ୍ୱାରା ହିନ୍ଦୁ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି ଭାଜପା: ଶିବସେନା

ମୁମ୍ବାଇ,୨୯।୧୨: ସିଏଏ ଦ୍ୱାରା ଭାଜପା ହିନ୍ଦୁ ଏବଂ ମୁସଲ୍‌ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ପ୍ରୟାସ କରୁଛି। ଏନେଇ ଶିବସେନା ପକ୍ଷରୁ ଭାଜପାକୁ କଡ଼ା ସମାଲୋଚନା...

କରୋନା ଭାଇରସ: ସାଇବାବା ସଂସ୍ଥାନ ଟ୍ରଷ୍ଟ ଦାନ କଲା ୫୧ କୋଟି ଟଙ୍କା

ସିରିଡି,୨୭।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବେଳକୁ ବେଳ ବଢିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ସମସ୍ତେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ଓ...

ଭାରତରେ ପ୍ରାକ୍ଟିସ୍‌ କରିପାରିବେ ପାକିସ୍ତାନୀ ହିନ୍ଦୁ ଡାକ୍ତର…

ନୂଆଦିଲ୍ଲୀ, ୭।୮ : ପାକିସ୍ତାନର ହିନ୍ଦୁ ଡାକ୍ତରମାନଙ୍କ ପାଇଁ ଭାରତ ଦ୍ୱାର ଖୋଲିଛି। ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପରେ ନିଜ ଦେଶ ଛାଡି ଭାରତରେ...

ବଢ଼ୁଛି ବଜ୍ରପାତ ବିପଦ

ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି।...

ଯଦି ବାବ୍ରୀ ମସ୍‌ଜିଦ ବେଆଇନ, ଆଡଭାନୀଙ୍କ ବିରୋଧରେ ମାମଲା ଚାଲିଛି କାହିଁକି

ହାଇଦ୍ରାବାଦ,୧୧ା୧୧: ଯଦି ବାବ୍ରୀ ମସ୍‌ଜିଦ ବେଆଇନ ଥିଲା,ତେବେ ଏହାକୁ ଭାଙ୍ଗିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଓ ଅନ୍ୟମାନଙ୍କ ବିରୋଧରେ...

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ

ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ଭାଜପା ବିଧାୟକ ଜେଲ୍‌ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ...

Advertisement
Archives

Model This Week