ଅଧିକାରୀ ନାହାନ୍ତି, କାର୍ଯ୍ୟ ବାଧାପ୍ରାପ୍ତ

କୁଜଙ୍ଗ, ୨୯ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧିକାରୀ ନ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଠିକ୍‌ ସମୟରେ ହୋଇପାରୁନାହିଁ। ଏନେଇ ଆଇନଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୁଜଙ୍ଗ ତହସିଲ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଏହା ଅଧୀନରେ ପାରାଦୀପ ବନ୍ଦର ସମେତ ବୃହତ୍‌ ଓ କ୍ଷୁଦ୍ରଶିଳ୍ପ ରହିଛି। ଏହି ତହସିଲରୁ ଜଗତ୍‌ସିଂହପୁର ଜିଲାର ସର୍ବାଧିକ ରାଜସ୍ବ ଆଦାୟ ହୁଏ। ବାର୍ଷିକ ହାରାହାରି ୮ରୁ ୧୦ କୋଟି ଟଙ୍କା ରାଜସ୍ବ ସରକାରଙ୍କ ନିକଟକୁ ଯାଏ। ଏହି କାର୍ଯ୍ୟାଳୟରେ ଜଣେ ତହସିଲଦାର ଓ ୩ ଅତିରିକ୍ତ ତହସିଲଦାର ପଦବୀ ଥିବାବେଳେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ତହସିଲଦାରଙ୍କ ସମେତ ଜଣେ ଅତିରିକ୍ତ ତହସିଲଦାର ରହିଛନ୍ତି।
ଏହାଛଡା କୁଜଙ୍ଗରେ ଉପନିବନ୍ଧକ ନ ଥିବାରୁ ଅତିରିକ୍ତ ତହସିଲଦାର ଏହି ଦାୟିତ୍ୱ ତୁଲାଉଥିଲେ। ମାତ୍ର ଗତ ଡିସେମ୍ବର ୨୭ରୁ ଅତିରିକ୍ତ ତହସିଲଦାର ପୂଜା ଲେଙ୍କା ମାତୃତ୍ୱକାଳୀନ ଛୁଟିରେ ଯାଇଛନ୍ତି। ଏହାପରଠୁ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ତହସିଲ କାମ ସମେତ ଉପନିବନ୍ଧକଙ୍କ କାର୍ଯ୍ୟ ତୁଲାଉଛନ୍ତି। ଅପରପକ୍ଷେ ସେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଯଦି କୌଣସି ସ୍ଥାନକୁ ଚାଲି ଯାଉଛନ୍ତି ତେବେ ତହସିଲକାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ଅନେକ ସମୟରେ ମିଶ୍ରଙ୍କୁ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଅଞ୍ଚଳକୁ ଯିବାକୁ ପଡୁଛି। ଫଳରେ ତହସିଲରୁ ଛାତ୍ରୀଛାତ୍ରମାନେ ଆୟ, ବାସସ୍ଥାନ, ଉତ୍ତରାଧିକାରୀ ଓ ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ଅନେକ କ୍ଷେତ୍ରରେ ବିଭିନ୍ନ ସତ୍ୟପାଠ ପାଇଁ ଆଇନଜୀବୀମାନେ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି। ଜମିବାଡି କିଣାବିକା କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ ା
ଏ ସମ୍ପର୍କରେ ଆଇନଜୀବୀ ଗତିକୃ୍‌ଷ୍ଣ ଶତପଥୀ କହିଛନ୍ତି, ଜିଲା ପ୍ରଶାସନ କମ୍ପାନୀ କାର୍ଯ୍ୟରେ ବ୍ୟସ୍ତ ରହି ସାଧାରଣ ଜନତାଙ୍କ ଅସୁବିଧା କଥା ପାସୋରି ଯାଇଛନ୍ତି। ଏନେଇ ତହସିଲଦାର ମିଶ୍ର କହିଛନ୍ତି, ଯେଉଁଠି ୫ଜଣ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରିବା କଥା
ସେଠାରେ ମୁଁ ଜଣେ କ’ଣ କରିପାରିବି। ସରକାର ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେଣୁ ସରକାର ତୁରନ୍ତ ଖାଲିଥିବା ପଦବୀଗୁଡିକ ପୂରଣ କଲେ ଜନସାଧାରଣଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri