ରାତିରେ ପରିବହନ ହେଉଛି ପିଡିଏସ୍‌ ସାମଗ୍ରୀ

ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ ଥିବାବେଳେ ୬୩ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ହିତାଧିକାରୀମାନଙ୍କୁ ସୁବିଧାରେ ସାମଗ୍ରୀ ଯୋଗାଇବା ପାଇଁ ୨୬ଟି ଡିଲର ପଏଣ୍ଟ ରହିଛି। ପ୍ରତ୍ୟେକ ଡିଲର ପଏଣ୍ଟ ପ୍ରତିଦିନ ସକାଳ ୮ ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଖୁଚୁରା ବିକ୍ରିୟ କେନ୍ଦ୍ରଗୁଡିକ ପ୍ରତ୍ୟହ ସକାଳ ୮ ଟାରୁ ୧୨ଟା ଓ ଅପରାହ୍ନ ୪ ଟାରୁ ୮ ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ସରକାରୀ ନିୟମ ରହିଛି। ଖାଉଟି ସାମଗ୍ରୀ ସୁବିଧାରେ ପହଞ୍ଚାଇବା ପାଇଁ ଠିକାଦାର ନିଯୁକ୍ତ ହୋଇଛନ୍ତି। ପ୍ରତି ମାସରେ ଉକ୍ତ ଠିକାଦାର ସାମଗ୍ରୀକୁ ନିର୍ଦ୍ଧାରିତ ସମୟ ଅନୁସାରେ ସୁଚାରୁ ରୂପେ ଆଣି କେନ୍ଦ୍ରରେ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ମାତ୍ର ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ନିଯୁକ୍ତ ଠିକାଦାର ମନମୁଖି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଓଡ଼ିଶା ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (କଣ୍ଟ୍ରୋଲ) ଆଦେଶ ୨୦୧୬ ଅନୁସାରେ, ଖାଉଟି ସାମଗ୍ରୀ ପହଞ୍ଚାଇବା ଦାୟିତ୍ୱରେ ଥିବା ଠିକାଦାର ରାତି ୮ଟା ମଧ୍ୟରେ ସାମଗ୍ରୀ କେନ୍ଦ୍ରରେ ପହଞ୍ଚାଇବେ। କିନ୍ତୁ ସମ୍ପୃକ୍ତ ଠିକାଦାର ନିୟମ ଉଲ୍ଲଂଘନ କରି ସୋମବାର ରାତି ୮ଟା ୩୦ ସମୟରେ ପିଡିଏସ୍‌ ପରିବହନ ଗାଡିରେ ଏହି ସାମଗ୍ରୀ ନେଇ ଗଙ୍ଗଦାହାଟରେ ଯାଉଥିବା ଦେଖିବାକୁ ମିଳିଥିଲା। ଉକ୍ତ ସାମଗ୍ରୀ ଡିଲର ପଏଣ୍ଟକୁ ଯାଉଥିଲା ନା ଅନ୍ୟ କୁଆଡ଼େ ଯାଉଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ଅମିୟ ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ କ’ଣ ପାଇଁ ରାତିରେ ପିଡିଏସ୍‌ ଗାଡି ଯାଇଥିଲା, ସେବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri