ରାତିରେ ପରିବହନ ହେଉଛି ପିଡିଏସ୍‌ ସାମଗ୍ରୀ

ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ ଥିବାବେଳେ ୬୩ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ହିତାଧିକାରୀମାନଙ୍କୁ ସୁବିଧାରେ ସାମଗ୍ରୀ ଯୋଗାଇବା ପାଇଁ ୨୬ଟି ଡିଲର ପଏଣ୍ଟ ରହିଛି। ପ୍ରତ୍ୟେକ ଡିଲର ପଏଣ୍ଟ ପ୍ରତିଦିନ ସକାଳ ୮ ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଖୁଚୁରା ବିକ୍ରିୟ କେନ୍ଦ୍ରଗୁଡିକ ପ୍ରତ୍ୟହ ସକାଳ ୮ ଟାରୁ ୧୨ଟା ଓ ଅପରାହ୍ନ ୪ ଟାରୁ ୮ ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ସରକାରୀ ନିୟମ ରହିଛି। ଖାଉଟି ସାମଗ୍ରୀ ସୁବିଧାରେ ପହଞ୍ଚାଇବା ପାଇଁ ଠିକାଦାର ନିଯୁକ୍ତ ହୋଇଛନ୍ତି। ପ୍ରତି ମାସରେ ଉକ୍ତ ଠିକାଦାର ସାମଗ୍ରୀକୁ ନିର୍ଦ୍ଧାରିତ ସମୟ ଅନୁସାରେ ସୁଚାରୁ ରୂପେ ଆଣି କେନ୍ଦ୍ରରେ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ମାତ୍ର ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ନିଯୁକ୍ତ ଠିକାଦାର ମନମୁଖି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଓଡ଼ିଶା ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (କଣ୍ଟ୍ରୋଲ) ଆଦେଶ ୨୦୧୬ ଅନୁସାରେ, ଖାଉଟି ସାମଗ୍ରୀ ପହଞ୍ଚାଇବା ଦାୟିତ୍ୱରେ ଥିବା ଠିକାଦାର ରାତି ୮ଟା ମଧ୍ୟରେ ସାମଗ୍ରୀ କେନ୍ଦ୍ରରେ ପହଞ୍ଚାଇବେ। କିନ୍ତୁ ସମ୍ପୃକ୍ତ ଠିକାଦାର ନିୟମ ଉଲ୍ଲଂଘନ କରି ସୋମବାର ରାତି ୮ଟା ୩୦ ସମୟରେ ପିଡିଏସ୍‌ ପରିବହନ ଗାଡିରେ ଏହି ସାମଗ୍ରୀ ନେଇ ଗଙ୍ଗଦାହାଟରେ ଯାଉଥିବା ଦେଖିବାକୁ ମିଳିଥିଲା। ଉକ୍ତ ସାମଗ୍ରୀ ଡିଲର ପଏଣ୍ଟକୁ ଯାଉଥିଲା ନା ଅନ୍ୟ କୁଆଡ଼େ ଯାଉଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ଅମିୟ ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ କ’ଣ ପାଇଁ ରାତିରେ ପିଡିଏସ୍‌ ଗାଡି ଯାଇଥିଲା, ସେବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri