ମଜୁରି ନ ଦେବା ଦିନେଶଙ୍କ ପାଇଁ କାଳ ହେଲା

ମହାକାଳପଡ଼ା,୩୦ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଖରିନାସୀ ମୁଖ୍ୟ ରାସ୍ତାପାଶର୍‌ବ ମା’ମନସା ଜ୍ୟୋତି ବୈଦ୍ୟ ଫ୍ଲାଏ ଆଶ୍‌ ଇଟା ଫ୍ୟାକ୍ଟ୍ରି ମାଲିକ ଦିନେଶ ବୈଦ (୩୪)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକ ତଥା ଭଦ୍ରକ ଜିଲା ପୀରହାଟ ଥାନା ତଳଦପା ଗଁାର ପରମାନନ୍ଦ ମଲ୍ଲିକ (୪୦)ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଉକ୍ତ ଘଟଣା ପରଠୁ ପରମାନନ୍ଦ ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ୍‌ ସ୍କ୍ବାଡ୍‌ ଜମ୍ବୁ ସାମୁଦ୍ରିକ ଥାନା ଆଇଆଇସି ପରେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା। ସେମାନେ ପରମାନନ୍ଦଙ୍କ ମୋବାଇଲକୁ ଟ୍ରାକିଂ କରି କେନ୍ଦ୍ରାପଡ଼ା ନିକଟ ଦୁହୁରିଆ ଛକରୁ ମଙ୍ଗଳବାର ସକାଳେ ଗିରଫ କରିଥିଲେ।
ଗିରଫ ପରେ ପରମାନନ୍ଦ କହିଛନ୍ତି, ମାଲିକ ଦିନେଶ ଠିକ୍‌ ଭାବେ ମଜୁରୀ ଦେଉ ନ ଥିଲେ। ଯେବେ ମଜୁରୀ ମାଗିଛି ସେ ମୋତେ ମାରଧର କରନ୍ତି। ଘଟଣାଦିନ ରାତି ୧୦ଟା ପରେ ଅନ୍ୟ ଶ୍ରମିକମାନେ କାମ ସାରି ଘରକୁ ଫେରିଥିଲେ। ଆମେ କୁକୁଡ଼ା ମାଂସ ଭୋଜି କରି ଖାଇଥିଲୁ। ଏହାପରେ ମଜୁରୀ ମାଗିବାରୁ ଦିନେଶ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପରମାନନ୍ଦ ପାହାଚରେ ବସିଥିବା ଦିନେଶଙ୍କ ମୁଣ୍ଡକୁ ଏକ ଶାବଳରେ ଜୋରରେ ପିଟି ଦେଇଥିଲେ। ଦିନେଶ ତଳେ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ପୁଣି ଥରେ ଶାବଳରେ ପିଟିଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେତୁ ଦିନେଶ ଚେତା ଶୂନ୍ୟ ହୋଇ ପଡିଥିଲେ। ଘଟଣାସ୍ଥଳରେ ଦିନେଶଙ୍କ ମୃତ୍ୟୁ ଘଟିଥିଲା। ପରେ ପରମାନନ୍ଦ ଚମ୍ପଟ ମାରିଥିଲେ। ସେ ସାଇକେଲରେ କିଛି ବାଟ ଯାଇଥିଲେ। ପରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧରେ ସାଇକେଲକୁ ଫିଙ୍ଗି ଏକ ଡାଲା ଅଟୋରେ କେନାଲ ବ୍ରିଜ ଦେଇ ବସ୍‌ରେ କଟକ ବାଦାମବାଡିରେ ପହଞ୍ଚତ୍ ଥିଲେ। ସେଠାରୁ ଏକ ଅଟୋରିକ୍ସାରେ ହାଇକୋର୍ଟ ଛକ, ଝାଞ୍ଜିରିମଙ୍ଗଳା ଆଦି ଅଞ୍ଚଳ ବୁଲିବା ପରେ ଘରକୁ ଯିବା ବାଟ ପାଇ ନ ଥିଲେ। ଶେଷରେ ସେ ଏକ ଅଟୋରିକ୍ସା ଭଡ଼ା କରି କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିଲେ। ପୋଲିସର ସ୍ପେଶାଲ ସ୍କ୍ବାଡ ଅଟୋରିକ୍ସାକୁ ଦୁହୁରିଆ ଛକରେ ଅଟକାଇ ତାଙ୍କୁ ମାଡ଼ି ବସିଥିଲା। ହେଲେ ପୋଲିସକୁ ଚାପୁଡ଼ା ମାରି ସେ ଚାଷ ଜମିରେ ଦୌଡ଼ି ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ପରେ ପୋଲିସ ପରମାନନ୍ଦଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏଶନ କରିଥିଲା। ଏହି ହତ୍ୟା ପଛରେ ପରମାନନ୍ଦ ଛଡ଼ା ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସର ସ୍ପେଶାଲ ସ୍କ୍ବାଡ ଛାନ୍‌ଭିନ୍‌ କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ ସହ ପୋଲିସ ପରମାନନ୍ଦଙ୍କ ମୋବାଇଲ, ମନିପର୍ସରୁ ୧୧୨ଟଙ୍କା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri