ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ହମାସ୍ ସମ୍ପୂର୍ଣ୍ଣ ଭାବେ ଅସ୍ତ୍ର ତ୍ୟାଗ ନକରିବା ପର୍ଯ୍ୟନ୍ତ ଗାଜାରୁ ଇସ୍ରାଏଲୀ ସେନା ପଛକୁ ହଟିବ ନାହିଁ। ଇସ୍ରାଏଲୀ ମିଡିଆ ଅନୁସାରେ, ନେତନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ହମାସ୍‌ର ‘ବାସ୍ତବ ଏବଂ ସମ୍ପୂର୍ଣ୍ଣ ଅନ୍ତ’ ଚାହୁଁଛି। କେବଳ ଦେଖାଇବା ପାଇଁ ସଂଗଠନକୁ ଦୁର୍ବଳ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ।

ଗାଜା ପ୍ରସଙ୍ଗରେ ଆମେରିକା ସହ ଆଲୋଚନା ଜାରି ରହିଥିବା ନେତନ୍ୟାହୁ କହିଛନ୍ତି । ଟ୍ରମ୍ପ ପ୍ରଶାସନର କିଛି ପ୍ରସ୍ତାବକୁ ଇସ୍ରାଏଲ୍ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ପ୍ରସଙ୍ଗରେ ଦେଶ ସହମତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଗତ ସପ୍ତାହରେ ଆମେରିକା ନେତୃତ୍ୱାଧୀନ ‘ବୋର୍ଡ ଅଫ୍ ପିସ୍’ର ନିର୍ଦ୍ଦେଶକ ନିକୋଲାୟ ମ୍ଲାଦେନୋଭ୍ ଓ ନେତନ୍ୟାହୁଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ଏହି ବୈଠକ ପରେ ବୋର୍ଡ ପକ୍ଷରୁ କୁହାଯାଇଥିବା ଅନୁସାରେ, ହମାସ୍‌ର ସମସ୍ତ ଅସ୍ତ୍ର ଜବତ ହେବା ପରେ ହିଁ ଗାଜାରୁ ଇସ୍ରାଏଲୀ ସେନା ପ୍ରତ୍ୟାହାର କରିବ। ଏହା ପୂର୍ବରୁ ଟ୍ରମ୍ପ ଗତ ମାସରେ ଗାଜା ଯୁଦ୍ଧ ଶେଷ କରିବା ପାଇଁ ତାଙ୍କ ଯୋଜନାରେ ବଡ଼ ସଫଳତା ମିଳିଥିବା ଦାବି କରିଥିଲେ। ତାଙ୍କ ଯୋଜନାକୁ ଇସ୍ରାଏଲ୍ ଓ ହମାସ୍ ପୂର୍ବରୁ ସମ୍ମତି ଦେଇଥିବା କୁହାଯାଇଥିଲା ଏବଂ ଏହାର ଆରମ୍ଭ ଯୁଦ୍ଧବିରତିରୁ ହୋଇଥିଲା।

ଟ୍ରମ୍ପଙ୍କ ଦାବି ଅନୁସାରେ, ହମାସ୍ ଅସ୍ତ୍ର ତ୍ୟାଗ କରିବାକୁ ରାଜି ହୋଇଥିଲା। ତେବେ ଯୁଦ୍ଧବିରତି ସତ୍ତ୍ୱେ ଗାଜାରେ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ଜାରି ରହିଛି। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ଜମିର ଅଧିକାର, ସାର୍ବଭୌମତ୍ୱ ଓ ସୁରକ୍ଷାକୁ ନେଇ ବିବାଦ ଚାଲିଆସୁଛି। ୧୯୪୮ରେ ଇସ୍ରାଏଲ୍ ଗଠନ ସମୟରେ ବହୁ ସଂଖ୍ୟକ ପାଲେଷ୍ଟିନୀୟ ବିସ୍ଥାପିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଗାଜା ପଟିରେ ଆଶ୍ରୟ ନେଇଥିଲେ। ଏହି ଐତିହାସିକ ଓ ରାଜନୈତିକ ବିବାଦ ଆଜି ମଧ୍ୟ ଏହି ଅଞ୍ଚଳରେ ତୀବ୍ର ତଣାପୋଡ଼ର ମୁଖ୍ୟ କାରଣ ହୋଇରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri