ମାତୃଭୂମିର ମନ୍ତ୍ରଦାତା

ଉତ୍କଳ ଗୌରବ ମଧୁସୂଦନ ଏବଂ ଉତ୍କଳମଣି ଗୋପବନ୍ଧୁ ଉଭୟ ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍ସର୍ଗୀକୃତ ପ୍ରାଣ। ଓଡ଼ିଆ ଭାଷା ଅଞ୍ଚଳକୁ ନେଇ ଏକ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଲେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଏହି ଲକ୍ଷ୍ୟରେ ମଧୁସୂଦନ ଓ ଗୋପବନ୍ଧୁ ଉତ୍କଳ ସମ୍ମିଳନୀ ଜରିଆରେ ମଧ୍ୟପ୍ରଦେଶ, ବଙ୍ଗ ଏବଂ ମାନ୍ଦ୍ରାଜ ସହିତ ଯୋଡ଼ି ହୋଇ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଢ଼େଇ କରିଥିଲେ।
ଭାରତର ପ୍ରଖ୍ୟାତ ଜାତୀୟବାଦୀ ନେତା ମଧୁସୂଦନ ଦାସଙ୍କର ଜଣେ ବିଶିଷ୍ଟ ଆଇନଜ୍ଞ ତଥା ଦେଶବତ୍ସଳ ନାୟକ ରୂପେ ସର୍ବଶ୍ରେଷ୍ଠ ଅବଦାନ ଥିଲା। ପରାଧୀନ ଭାରତରେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶାର ଗଠନ ବଳିଷ୍ଠ ଜନଜାଗରଣ ତଥା ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରକ୍ରିୟା ୧୯୦୩ଠାରୁ ଆରମ୍ଭ ହୋଇ ୧୯୩୫ ପର୍ଯ୍ୟନ୍ତ ସୁଦୀର୍ଘ ପରିବ୍ୟାପ୍ତ ରହିଥିଲା। ପରାଧୀନ ଭାରତରେ ଓଡ଼ିଶା ପ୍ରଦେଶ ଗଠିତ ହୋଇ ନ ଥିଲେ, ଏହାର ଗଠନର ସମ୍ଭାବନା ସ୍ବାଧୀନ ଭାରତରେ ସୁଦୂରପରାହତ ହୋଇଥାନ୍ତା। ମଧୁସୂଦନଙ୍କର ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ରମର୍ଯ୍ୟାଦା ପାଇବାରୁ ସେ ବଞ୍ଚତ୍ତ ହୋଇଛନ୍ତି। ସେଥିପାଇଁ ସମସ୍ତେ ମଧୁବାବୁଙ୍କ ଜନ୍ମଦିବସକୁ ଓକିଲ ଦିବସରେ ସୀମିତ ନ ରଖି ତାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରଦିବସ ରୂପେ ପାଳନ କଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ମଧୁବାବୁ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟ ସାଧକ, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଶିଳ୍ପୋଦ୍ୟୋଗୀ, କଳାପ୍ରେମୀ, ଶିକ୍ଷାବିତ୍‌, ଦାର୍ଶନିକ, ବ୍ୟବସ୍ଥାପକ ଓ ସମଗ୍ର ଭାରତବର୍ଷର ଜଣେ ଅଗ୍ରଗାମୀ ଚିନ୍ତାନାୟକ, ଜନନାୟକ ଏବଂ ରାଷ୍ଟ୍ରନାୟକ। ମଧୁବାବୁ ଥିଲେ ଏକାଧାରରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ। ସେ ଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବିକରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ।
ଛୋଟ ଲାଟ୍‌ ସଭା ଏବଂ ବଡ଼ ଲାଟ୍‌ ସଭାରେ ସେ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ। ସେ ଥିଲେ ପ୍ରଥମ ଭାରତୀୟ ଖ୍ରୀଷ୍ଟିଆନ ମଣ୍ଡଳର ସଭାପତି।
ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କ ଗୌରବାଜ୍ଜ୍ୱଳ ଅବଦାନ ହେଲା ବ୍ରିଟିଶ ସରକାରଙ୍କ ଲୁଟ୍‌ ଏବଂ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହିତ ଗଜପତି ପରମ୍ପରାକୁ ସ୍ବୀକୃତ ପ୍ରଦାନ ମହନୀୟ ବ୍ୟବସ୍ଥା ଗ୍ରହଣ। ୧୯୦୩ରେ ମଧୁବାବୁ କଂଗ୍ରେସରୁ ଅଲଗା ହୋଇ ଉତ୍କଳ ସମ୍ମିଳନୀ ଗଠନ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ରିତ କରି ଏକ ନୂତନ ଓଡ଼ିଶା ରାଜ୍ୟ ଗଠନ କରିବା ନିମନ୍ତେ ଆପ୍ରାଣ ଚେଷ୍ଟା କରିଥିଲେ। ସେତେବେଳେ ଓଡ଼ିଶାର କିଛି ଅଂଶ ପଶ୍ଚିମବଙ୍ଗ ସହିତ ରହିଥିଲାବେଳେ କିଛି ଅଂଶ ବିହାର ଓ ମଧ୍ୟପ୍ରଦେଶ ସହିତ ମିଶି ରହିଥିଲା। ମଧୁସୂଦନଙ୍କ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ଇଂରେଜ ସରକାର ୧୯୦୪ରେ ତାଙ୍କୁ ‘ଭାରତ ସାମ୍ରାଜ୍ୟର ସଖା’ ଉପାଧିରେ ଭୂଷିତ କରିଥିଲେ।
ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ସହିତ ମିଶି ରହିଥିବା ଉତ୍କଳର ବିଭିନ୍ନ ଅଞ୍ଚଳକୁ ମିଶାଇବା ଲାଗି ଯେଉଁ ଆନ୍ଦୋଳନ ହୋଇଆସୁଥିଲା, ତାହା ଓଡ଼ିଆ ଆନ୍ଦୋଳନ ନାମରେ ପରିଚିତ। ୧୮୮୫ରେ ସାର୍‌ଜନ ଉଡ୍‌କର୍ନ ସମ୍ବଲପୁରରୁ ଓଡ଼ିଆ ଭାଷା ଉଠାଇ ହିନ୍ଦୀ ଭାଷା ପ୍ରଚଳନ ପାଇଁ ଆଦେଶ ଦେଇଥିଲେ। ମଧୁବାବୁଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ୧୯୦୬ରେ ସମ୍ବଲପୁର ଉତ୍କଳ ସହିତ ମିଶ୍ରଣ ହୋଇଥିଲ। ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ପତ୍ରିକା ମାଧ୍ୟମରେ ଅବହେଳିତ ଉତ୍କଳର ସ୍ବାଭିମାନ ଫେରାଇ ଆଣିବା ପାଇଁ ଆନ୍ଦୋଳନ ଚଳାଇ ଆସିଥିଲେ। ମଧୁବାବୁ ମଧ୍ୟ ସାଇମନ କମିଶନ, ଓଡ୍‌ନେଲ କମିଟି ଓ ହବାକ୍‌ କମିଟି ଆଗରେ ସାକ୍ଷ୍ୟ ଦେଇଥିଲେ। ୧୯୨୭ରେ ସାଇମନ କମିଶନ ଆଗରେ ମଧୁବାବୁ ତାଙ୍କର ଅନ୍ୟ ସହଯୋଗୀ ବନ୍ଧୁମାନଙ୍କ ସହିତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଯଥାର୍ଥତା ଜଣାଇଥିଲେ।
୧୯୩୧ରେ ସରାକର ‘ଓଡ୍‌ନେଲ କମିଟି’ ମାଧ୍ୟମରେ ଓଡ଼ିଶାର ନ୍ୟାଯ୍ୟ ଦାବି ସମ୍ପର୍କରେ ଅନୁସନ୍ଧାନ କଲେ। ଏହି କମିଟି ସୁପାରିସ ଅନୁଯାୟୀ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇପାରିଥିଲା। ୧୯୩୬ ଏପ୍ରିଲ ପହିଲାରେ ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ସମ୍ମାନ ହାସଲ କଲା। କିନ୍ତୁ ତା’ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ।
୧୯୨୧ରେ ମଧୁବାବୁ ମନ୍ତ୍ରୀ ହୋଇଥିଲେ।
ତାଙ୍କର ଆଉ ଏକ ଉଲ୍ଲେଖଯୋଗ୍ୟ ଆଦର୍ଶ ହେଉଛି ମନ୍ତ୍ରୀପଦ ଅବୈତନିକ ହେବା ଉଚିତ ବୋଲି ଦାବିକରି ମନ୍ତ୍ରୀପଦରୁ ଇସ୍ତଫା ଦେବା କ୍ଷେତ୍ରରେ ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେ ୧୯୨୩ ମାର୍ଚ୍ଚ ୧୮ ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଧୁବାବୁ ମନ୍ତ୍ରୀ ଥିଲାବେଳେ Local Self Government Act (ମ୍ୟୁନିସିପାଲିଟି ଆକ୍ଟ) ପ୍ରଣୟନ କରିଥିଲେ। ସେହି ଆକ୍ଟ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ମଧୁସୂଦନ ଥିଲେ ସ୍ବଦେଶୀ ଶିଳ୍ପୀ ଆନ୍ଦୋଳନର ପ୍ରଥମ ପ୍ରବର୍ତ୍ତକ । ତେଣୁ ସେ ତାରକସି ଶିଳ୍ପର ବିକାଶ ପ୍ରତି ଯଥେଷ୍ଟ ଦୃଷ୍ଟି ଦେଇଥିଲେ। ଓଡ଼ିଶାର ଚମଡା କାରିଗରମାନଙ୍କର ମାନ ଉନ୍ନତି କରିବା ପାଇଁ ସେ କଟକରେ ‘ଉତ୍କଳ ଟ୍ୟାନେରି’ ନାମରେ ଚମଡା ଶିଳ୍ପ କାରଖାନା ଗଢ଼ିଥିଲେ। ମଧୁବାବୁଙ୍କର ନିରବଚ୍ଛିନ୍ନ ଅବଦାନ ଓଡ଼ିଶାକୁ ମହିମା ମଣ୍ଡିତ କରିଛି। ମଧୁସୂଦନଙ୍କର ସଂଗ୍ରାମ ଫଳରେ ଭାରତୀୟ ନାରୀମାନେ ପାଇଥିଲେ ଆଇଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ୧୯୨୩ରେ। ମାତୃଭୂମିର ମନ୍ତ୍ରଦାତା ମଧୁବାବୁ ଥିଲେ ଥିଲେ ଶତାବ୍ଦୀର ସୂର୍ଯ୍ୟ। ଭାରତର ପ୍ରଖ୍ୟାତ ଜତୀୟବାଦୀ ନେତାରୂପେ, ଜଣେ ବିଶିଷ୍ଟ ଆଇନଜ୍ଞ ତଥା ଦେଶବତ୍ସଳ ନାୟକ ରୂପେ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା। ଜଣେ ଆଇନଜୀବୀ, ଆଇନଜ୍ଞ, ପାର୍ଲାମେଣ୍ଟାରିଆନ, ବିଧାୟକ ତଥା ଦେଶବତ୍ସଳ ନେତାରୂପେ ମଧୁସୂଦନ ଦାସଙ୍କର ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ଓ ଗରିମାମୟ ଥିଲା। ଯାହା ଦେଶବାସୀଙ୍କୁ କାଳକାଳ ଲାଗି ମାର୍ଗଦର୍ଶନ କରୁଥିବ।

  • ସିତାଂଶୁ ମୋହନ ଦ୍ୱିବେଦୀ
    ପୂର୍ବତନ ସଭ୍ୟ, ରାଜ୍ୟ ଆଇନଜୀବୀ ପରିଷଦ, ଓଡ଼ିଶା
    ମୋ: ୯୯୩୭୦୮୦୦୦୧

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?