ଭାରତ-ପାକିସ୍ତାନର ଝାଞ୍ଜି ଯୋଗୁ ପୃଥିବୀର ପ୍ରତି ୫ ଜଣରେ ଜଣେ ପ୍ରଭାବିତ: ସର୍ଭେ ରିପୋର୍ଟ …

ଲଣ୍ଡନ, ୨୮।୪ : ଭାରତ ଏବଂ ପାକିସ୍ଥାନରେ ଝାଞ୍ଜି ପବନର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼ିବା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁସାରେ ପୃଥିବୀର ପ୍ରତି ୫ ଜଣରେ ଜଣେ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ପରିବେଶ ବିଜ୍ଞାନିଙ୍କ ପକ୍ଷରୁ ନିକଟରେ ହୋଇଥିବା ବିଶ୍ଳେଷଣ ଅନୁଯାୟୀ, ଏହି ଝାଞ୍ଜି ପବନ ଜଳବାୟୁ ପରିବର୍ତ୍ତନ ସହିତ ସିଧାସଳଖ ଜଡିତ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନର ଜୈକବାବାଦରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନ ଭାବରେ ପରିଗଣିତ ହେବାକୁ ଯାଉଛି ।

ଭାରତର ରାଜଧାନୀ ଦିଲ୍ଲୀ ର ତାପମାତ୍ରା ମଧ୍ୟ ୪୪-୪୫ ଡିଗ୍ରୀ ସେଲସିୟସ ରହିବା ଦ୍ୱାରା ଏହା ଏପ୍ରିଲର ସବୁଠୁ ଉତ୍ତପ୍ତ ସ୍ଥିତିରେ ପହଞ୍ଚିଛି। ଏହା ସହିତ ଭାରତର ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବର୍ଷର ପ୍ରାରମ୍ଭରେ ଏଭଳି ପ୍ରବଳ ଉତ୍ତାପ ବିପଜ୍ଜନକ ।

ଅଧ୍ୟୟନରେ, ଡକ୍ଟର ମାରିଆମ ଜାକରିଆସ ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ଡକ୍ଟର ଫ୍ରେଡେରିକ ଅଟୋ ଜାଣିବାକୁ ପାଇଛନ୍ତି ଯେ ଏହି ମାସ ଆରମ୍ଭରୁ ବିଭିନ୍ନ ମାନବ କାର୍ଯ୍ୟକଳାପ ହେତୁ ଭାରତରେ ତାପମାତ୍ରା ବୃଦ୍ଧି ଏକ ସାଧାରଣ ଘଟଣାରେ ପରିଣି ହୋଇସାରିଛି। ଏହାର ପ୍ରଭାବ ବିଶ୍ୱ ତାପମାତ୍ରାକୁ ପ୍ରଭାବିତ କରୁଛି। ଫଳରେ ବିଶ୍ୱର ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଇମ୍ପେରିଆଲ କଲେଜ ଲଣ୍ଡନର ଗ୍ରାଣ୍ଟାମ ଇନଷ୍ଟିଚୂ୍ୟଟର ରିସର୍ଚ୍ଚ ଆସୋସିଏଟ ଡ. ମରିୟମ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଭାରତରେ ତାପମାତ୍ରା ବୃଦ୍ଧି ହେବାର ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣରେ ପରିଣତ ହୋଇଛି। ବିଶ୍ୱର ତାପମାତ୍ରା ବୃଦ୍ଧିରେ ମାନବ କାର୍ଯ୍ୟକଳାପର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ତେବେ ଭାରତରେ ୫୦ ବର୍ଷରେ ଥରେ ଏପରି ଉତ୍ତାପ ଅନୁଭୁତ ହେଉଥିବା ରିପୋର୍ଟରେ ପ୍ରକାଶିତ ହୋଇଛି। କିନ୍ତୁ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି ଫଳରେ ଏବେ ପ୍ରତି ଚାରି ବର୍ଷରେ ଥରେ ଏପରି ଭୟଙ୍କର ଉତ୍ତାପ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଡ. ମରିୟମ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ୧୨୨ ବର୍ଷ ମଧ୍ୟରେ ମାର୍ଚ୍ଚ ମାସରେ ଭାରତରେ ଉତ୍ତପ୍ତ ମାର୍ଚ୍ଚ ଥିଲା। ଏହି ଅପ୍ରତ୍ୟାଶିତ ଉତ୍ତାପ ହେତୁ ଦେଶର ବିଭିନ୍ନ ସ୍ଥାନରେ ଗହମ ଉତ୍ପାଦନ ୧୦ ରୁ ୩୫ ପ୍ରତିଶତ ହ୍ରାସ ପାଇଛି।
ଗୁଜରାଟର ବିପର୍ଯ୍ୟୟ ପରିଚାଳନା ଇନଷ୍ଟିଚ୍ୟୁଟର ସହକାରୀ ପ୍ରଫେସର ତଥା ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଅଭିଯନ୍ତ ତିୱାରୀ କହିଛନ୍ତି ଯେ ଅତ୍ୟଧିକ ଉତ୍ତାପର ବାରମ୍ବାର ଅନୁଭୁତ ହେବା ଦ୍ୱାରା ବିପର୍ଯ୍ୟୟ ସୃଷ୍ଟି ହେବାକୁ ଯାଉଛି। ଏହାକୁ ଏଡାଇ ଦିଆଯାଇପାରିବ ନାହିଁ।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏସିଆ ଚଳିତ ସପ୍ତାହରେ ସର୍ବୋଚ୍ଚ ତାପମାତ୍ରାରେ ପହଞ୍ଚିବ ବୋଲି ଆଶା କରାଯାଉଥିବାବେଳେ ଏହା ମଧ୍ୟ ସତ୍ୟ ଯେ ଭାରତ ଉପମହାଦେଶ କେବଳ ଏହି ସମୟରେ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉନାହିଁ, ବରଂ ଆର୍ଜେଣ୍ଟିନା ଏବଂ ପାରାଗୁଏରେ ମଧ୍ୟ ଅପ୍ରତ୍ୟାଶିତ ଭାବରେ ଉତ୍ତାପ ବୃଦ୍ଧି ପାଇଛି। ପାରାଗୁଏର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥି ସହିତ ଚାଇନାରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ, ତୁର୍କୀ ଏବଂ ସାଇପ୍ରସରେ ୩୬ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ଅଛି ବୋଲି ଡ. ତିଓ୍ବାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri