ମା’ ମୋ ହାତ ଛାଡ଼

ଅନୁ ଆଜି ଘରେ ମୁହଁ ଫୁଲେଇ ବସିଚି। ସହରର ଗୋଟିଏ ବଡ଼ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଅନୁଭା। ବାପା ସଫ୍ଟୱେର ଇଞ୍ଜିନିୟର। ମା’ ଉଚ୍ଚ ଶିକ୍ଷିତା ଓ ଜଣେ ଭଲ ମଣିଷ ଏବଂ ବହୁତ ଭଲ ମା’। ଦିହିଁଙ୍କ ଗେହ୍ଲା ଝିଅ ଅନୁ। ବହୁତ ଭଲ ପାଠ ପଢ଼େ। କହିବାକୁ ଗଲେ ସେ ପାଠ ଛଡ଼ା ଅନ୍ୟ କିଛି ଜାଣେନା। ନିଜ ଗାଡ଼ିରେ ସ୍କୁଲ, ଟ୍ୟୁଶନ ଯାଏ। ପ୍ରାୟ ମା’ ବି ଥାଆନ୍ତି ଗାଡ଼ିରେ। ଅନୁ, ମାର୍କେଟ ବା ପାର୍ଲର ଯେଉଁଠିକି ଯାଉ ନା କାହିଁକି, ସାଥିରେ ମା’ ଥାଆନ୍ତି। ଏମିତି କି ଅନୁ ନିଜ ଦରକାର କଥା ବି ବଡ଼ ପାଟିରେ କାହାକୁ କହିବା ଦରକାର ହୁଏନି। ମା’ ସବୁଠି ସବୁକିଛି କରନ୍ତି ଓ କହନ୍ତି ଅନୁ ପାଇଁ। କିନ୍ତୁ ଆଜି କ’ଣ ହେଇଛି? କାହିଁକି ଅନୁ ମୁହଁ ଫୁଲେଇଚି? କଥା ହେଉଚି କିଛି ପ୍ରବେଶିକା ପରୀକ୍ଷା ଦେବାପାଇଁ ଅନୁକୁ ତା’ ସାଙ୍ଗମାନଙ୍କ ସହ ଅନ୍ୟ ସହରକୁ ଯିବାକୁ ହେବ। କାହାର ଅଭିଭାବକ ଯିବା ଦରକାର ପଡୁନି। କିନ୍ତୁ ଅନୁର ମା’ ବାହାରିଛନ୍ତି ଝିଅ ସହିତ, ଯାହା ତା’ର ପସନ୍ଦ ନୁହଁ।
ଦିବ୍ୟ ଜଣେ ପାଞ୍ଚ ବର୍ଷର ପୁଅପିଲା। ଦି’ ବର୍ଷ ହେଲା ସ୍କୁଲ ଗଲାଣି। ନର୍ସରି କ୍ଲାସର ଛୁଆ। ପାଠ ପାଇଁ ଆଗ୍ରହ ଆଣିବା ଓ ଏକାଗ୍ରତା ବଢ଼ାଇବା ଇତ୍ୟାଦି କାରଣରୁ ସ୍କୁଲରେ ଅନେକ ଛୋଟ ଛୋଟ ପ୍ରତିଯୋଗିତା କରାଯାଇଥାଏ। ଦିବ୍ୟ ସବୁଠି ଭଲ କରେ। ପ୍ରଥମ ହୁଏ। ତା’ ମାମା ସେ ସକାଳୁ ଉଠିବାଠାରୁ ପୁଣି ଶୋଇବାଯାଏ ତା’ ଦେଖାଶୁଣା କରନ୍ତି। ସେ ପାର୍କରେ ଖେଳିବା ବେଳେ ବି ମାମା ବସିଥାଆନ୍ତି ତା’ ପାଖେ। ଦିବ୍ୟ ଟିକେ ଦୂରକୁ ଦଉଡ଼ିଗଲେ ମାମା ବାରଣ କରନ୍ତି। ପାଠ ପଢ଼ିବା ବେଳେ ବି ମାମା କଡା ତାଗିଦା କରନ୍ତି ଯେମିତି କିଛି ଭୁଲ ନ ହୁଏ। ଦିବ୍ୟ ରାଗରେ ଲେଖେନି ବେଳେବେଳେ। କଲର୍‌ କରିବା ବେଳେ ବି ମାମା ଥାଆନ୍ତି। ଆର୍ଟ କ୍ଲାସ, ଡ୍ୟାନ୍ସ କ୍ଲାସ ଯାହା ବି ଯାଏ ଦିବ୍ୟ, ମାମା ସବୁଠି କ୍ଲାସ ବାହାରେ ବସିଥାଆନ୍ତି। ଦିବ୍ୟକୁ ବହୁତ ଇଚ୍ଛାହୁଏ ସେ ତା’ ଇଚ୍ଛାଯାଏ ଖେଳିବ। ସମସ୍ତଙ୍କ ସାଥିରେ କଥାହେବ। ଅନ୍ୟ ପିଲାଙ୍କ ଭଳି ବାଲି, ମାଟିରେ ଗଡ଼ିବ। ହେଲେ ମାମାଙ୍କ ନାଲି ଆଖି ମନେପଡ଼େ ଓ ସେ ଗୁମ୍‌ସୁମ ହେଇଯାଏ।
ଆମ ସମାଜର କିଛିଟା ଦୃଶ୍ୟ କେବଳ ଦୃଷ୍ଟାନ୍ତ ଦେଲି। ଆମ ଅଲକ୍ଷ୍ୟରେ ଆମେ ଏମିତି କାମସବୁ କରୁନାହେଁ କି? ଆମେ ନିଜକୁ ପିଲାଙ୍କ ଉପରେ ଥୋପି ଚାଲିଚେ। ସେ କ’ଣ ଖାଇବ, କେତେ ଶୋଇବ, କାହା ସାଥିରେ ସାଙ୍ଗ ହେବ, କେମିତି କଥା ହେବ, କେତେ କଥା ହେବ ଇତ୍ୟାଦି। ଆମେ ଶିକ୍ଷା ଦେବା। କିନ୍ତୁ ଆମେ ନିଜସ୍ବ ଦାୟିତ୍ୱ ପିଲାଙ୍କ ଉପରେ ଲଦିଦେବା ଦ୍ବାରା ପିଲେ ବୋଝରେ ଆକ୍ତାମାକ୍ତା ହୋଇ ସବୁବେଳେ ସେଇ ଚେଷ୍ଟାରେ ରୁହନ୍ତି, କେମିତି ଏହି ବୋଝଠାରୁ ଦୂରେଇ ରହିବେ। ଆଜିକାଲି ”ପେରେଣ୍ଟାଲ ପ୍ରେସର୍‌“ ଏକ ପ୍ରସଙ୍ଗ ହେଇଗଲାଣି ମୁଖ୍ୟତଃ ଭାରତରେ।
ଅପରପକ୍ଷରେ ଅଭିଭାବକମାନେ ମଧ୍ୟ ଏତେ ପରିମାଣରେ ପିଲାଙ୍କ ସହିତ ସଂଶ୍ଳିଷ୍ଟ ରହିବା ଦ୍ବାରା ସେମାନେ ନିଜକୁ ସମୟ ଦେଇପାରନ୍ତି ନାହିଁ। ନିଜ ମନ ଓ ମସ୍ତିଷ୍କର ମଧ୍ୟ କିଛି ଆବଶ୍ୟକତା ରହିଛି। ସେତିକି ନ ମିଳିବା ଦ୍ବାରା ମାନସିକ ଶାନ୍ତି ବାଧାପ୍ରାପ୍ତ ହୁଏ। ଅଧିକାଂଶ କ୍ଷେତ୍ରରେ ଗୃହିଣୀମାନେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି। ତା’ ଦ୍ବାରା ପରିବାରରେ ଶାନ୍ତି ବ୍ୟାହତ ହୁଏ। ମାନସିକ ସନ୍ତୁଳନ ବଜାୟ ରଖିବା କଷ୍ଟସାଧ୍ୟ ହୋଇଯାଏ।
ଅନ୍ୟ ଏକ କାରଣର ସୂତ୍ରପାତ ଏହିଠାରୁ ହେଇଥାଏ ଯେ, ପିଲାମାନେ ସ୍ବୟଂସମ୍ପୂର୍ଣ୍ଣ ହେବାପରେ ପରିବାରଠାରୁ ଦୂରେଇ ରହିବା ପସନ୍ଦ କରିଥାଆନ୍ତି। କିଛି କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ, ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ପିଲାମାନେ କିଏ ନିଶା ଇତ୍ୟାଦି ନାନା ପ୍ରକାରର ଖରାପ ଅଭ୍ୟାସରେ ଲିପ୍ତ ହେଲାଣି ତ କେହି ପ୍ରେମଜନିତ କିଛି ବ୍ୟାପାରରେ ବୁଡ଼ି ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଲାଣି। ପ୍ରତ୍ୟେକ ଜୀବନ ସ୍ବାଧୀନତା ଚାହେଁ। ଆମ ପିଲାମାନଙ୍କର ବି ବ୍ୟକ୍ତିତ୍ୱ ରହିଛି। ସେହି ବ୍ୟକ୍ତିତ୍ୱର ବିକାଶ ପାଇଁ ଆମେ ସେମାନଙ୍କୁ ସ୍ବତନ୍ତ୍ର କରାଇବା ଆବଶ୍ୟକ। ସେମାନଙ୍କୁ ନିଜ ମତ ବ୍ୟକ୍ତ କରିବା, ଭାବିବା ଇତ୍ୟାଦି ପାଇଁ ଆମ ଭଳି ସମାନ ଅଧିକାର ଯଦି ଦିଆଯାଏ, ତା’ହେଲେ ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ।

  • ଚିନ୍ମୟୀ ପଣ୍ଡା
    ମୋ:୯୮୬୧୧୯୧୯୬୯

Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?