ମା’ ମୋ ହାତ ଛାଡ଼

ଅନୁ ଆଜି ଘରେ ମୁହଁ ଫୁଲେଇ ବସିଚି। ସହରର ଗୋଟିଏ ବଡ଼ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଅନୁଭା। ବାପା ସଫ୍ଟୱେର ଇଞ୍ଜିନିୟର। ମା’ ଉଚ୍ଚ ଶିକ୍ଷିତା ଓ ଜଣେ ଭଲ ମଣିଷ ଏବଂ ବହୁତ ଭଲ ମା’। ଦିହିଁଙ୍କ ଗେହ୍ଲା ଝିଅ ଅନୁ। ବହୁତ ଭଲ ପାଠ ପଢ଼େ। କହିବାକୁ ଗଲେ ସେ ପାଠ ଛଡ଼ା ଅନ୍ୟ କିଛି ଜାଣେନା। ନିଜ ଗାଡ଼ିରେ ସ୍କୁଲ, ଟ୍ୟୁଶନ ଯାଏ। ପ୍ରାୟ ମା’ ବି ଥାଆନ୍ତି ଗାଡ଼ିରେ। ଅନୁ, ମାର୍କେଟ ବା ପାର୍ଲର ଯେଉଁଠିକି ଯାଉ ନା କାହିଁକି, ସାଥିରେ ମା’ ଥାଆନ୍ତି। ଏମିତି କି ଅନୁ ନିଜ ଦରକାର କଥା ବି ବଡ଼ ପାଟିରେ କାହାକୁ କହିବା ଦରକାର ହୁଏନି। ମା’ ସବୁଠି ସବୁକିଛି କରନ୍ତି ଓ କହନ୍ତି ଅନୁ ପାଇଁ। କିନ୍ତୁ ଆଜି କ’ଣ ହେଇଛି? କାହିଁକି ଅନୁ ମୁହଁ ଫୁଲେଇଚି? କଥା ହେଉଚି କିଛି ପ୍ରବେଶିକା ପରୀକ୍ଷା ଦେବାପାଇଁ ଅନୁକୁ ତା’ ସାଙ୍ଗମାନଙ୍କ ସହ ଅନ୍ୟ ସହରକୁ ଯିବାକୁ ହେବ। କାହାର ଅଭିଭାବକ ଯିବା ଦରକାର ପଡୁନି। କିନ୍ତୁ ଅନୁର ମା’ ବାହାରିଛନ୍ତି ଝିଅ ସହିତ, ଯାହା ତା’ର ପସନ୍ଦ ନୁହଁ।
ଦିବ୍ୟ ଜଣେ ପାଞ୍ଚ ବର୍ଷର ପୁଅପିଲା। ଦି’ ବର୍ଷ ହେଲା ସ୍କୁଲ ଗଲାଣି। ନର୍ସରି କ୍ଲାସର ଛୁଆ। ପାଠ ପାଇଁ ଆଗ୍ରହ ଆଣିବା ଓ ଏକାଗ୍ରତା ବଢ଼ାଇବା ଇତ୍ୟାଦି କାରଣରୁ ସ୍କୁଲରେ ଅନେକ ଛୋଟ ଛୋଟ ପ୍ରତିଯୋଗିତା କରାଯାଇଥାଏ। ଦିବ୍ୟ ସବୁଠି ଭଲ କରେ। ପ୍ରଥମ ହୁଏ। ତା’ ମାମା ସେ ସକାଳୁ ଉଠିବାଠାରୁ ପୁଣି ଶୋଇବାଯାଏ ତା’ ଦେଖାଶୁଣା କରନ୍ତି। ସେ ପାର୍କରେ ଖେଳିବା ବେଳେ ବି ମାମା ବସିଥାଆନ୍ତି ତା’ ପାଖେ। ଦିବ୍ୟ ଟିକେ ଦୂରକୁ ଦଉଡ଼ିଗଲେ ମାମା ବାରଣ କରନ୍ତି। ପାଠ ପଢ଼ିବା ବେଳେ ବି ମାମା କଡା ତାଗିଦା କରନ୍ତି ଯେମିତି କିଛି ଭୁଲ ନ ହୁଏ। ଦିବ୍ୟ ରାଗରେ ଲେଖେନି ବେଳେବେଳେ। କଲର୍‌ କରିବା ବେଳେ ବି ମାମା ଥାଆନ୍ତି। ଆର୍ଟ କ୍ଲାସ, ଡ୍ୟାନ୍ସ କ୍ଲାସ ଯାହା ବି ଯାଏ ଦିବ୍ୟ, ମାମା ସବୁଠି କ୍ଲାସ ବାହାରେ ବସିଥାଆନ୍ତି। ଦିବ୍ୟକୁ ବହୁତ ଇଚ୍ଛାହୁଏ ସେ ତା’ ଇଚ୍ଛାଯାଏ ଖେଳିବ। ସମସ୍ତଙ୍କ ସାଥିରେ କଥାହେବ। ଅନ୍ୟ ପିଲାଙ୍କ ଭଳି ବାଲି, ମାଟିରେ ଗଡ଼ିବ। ହେଲେ ମାମାଙ୍କ ନାଲି ଆଖି ମନେପଡ଼େ ଓ ସେ ଗୁମ୍‌ସୁମ ହେଇଯାଏ।
ଆମ ସମାଜର କିଛିଟା ଦୃଶ୍ୟ କେବଳ ଦୃଷ୍ଟାନ୍ତ ଦେଲି। ଆମ ଅଲକ୍ଷ୍ୟରେ ଆମେ ଏମିତି କାମସବୁ କରୁନାହେଁ କି? ଆମେ ନିଜକୁ ପିଲାଙ୍କ ଉପରେ ଥୋପି ଚାଲିଚେ। ସେ କ’ଣ ଖାଇବ, କେତେ ଶୋଇବ, କାହା ସାଥିରେ ସାଙ୍ଗ ହେବ, କେମିତି କଥା ହେବ, କେତେ କଥା ହେବ ଇତ୍ୟାଦି। ଆମେ ଶିକ୍ଷା ଦେବା। କିନ୍ତୁ ଆମେ ନିଜସ୍ବ ଦାୟିତ୍ୱ ପିଲାଙ୍କ ଉପରେ ଲଦିଦେବା ଦ୍ବାରା ପିଲେ ବୋଝରେ ଆକ୍ତାମାକ୍ତା ହୋଇ ସବୁବେଳେ ସେଇ ଚେଷ୍ଟାରେ ରୁହନ୍ତି, କେମିତି ଏହି ବୋଝଠାରୁ ଦୂରେଇ ରହିବେ। ଆଜିକାଲି ”ପେରେଣ୍ଟାଲ ପ୍ରେସର୍‌“ ଏକ ପ୍ରସଙ୍ଗ ହେଇଗଲାଣି ମୁଖ୍ୟତଃ ଭାରତରେ।
ଅପରପକ୍ଷରେ ଅଭିଭାବକମାନେ ମଧ୍ୟ ଏତେ ପରିମାଣରେ ପିଲାଙ୍କ ସହିତ ସଂଶ୍ଳିଷ୍ଟ ରହିବା ଦ୍ବାରା ସେମାନେ ନିଜକୁ ସମୟ ଦେଇପାରନ୍ତି ନାହିଁ। ନିଜ ମନ ଓ ମସ୍ତିଷ୍କର ମଧ୍ୟ କିଛି ଆବଶ୍ୟକତା ରହିଛି। ସେତିକି ନ ମିଳିବା ଦ୍ବାରା ମାନସିକ ଶାନ୍ତି ବାଧାପ୍ରାପ୍ତ ହୁଏ। ଅଧିକାଂଶ କ୍ଷେତ୍ରରେ ଗୃହିଣୀମାନେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି। ତା’ ଦ୍ବାରା ପରିବାରରେ ଶାନ୍ତି ବ୍ୟାହତ ହୁଏ। ମାନସିକ ସନ୍ତୁଳନ ବଜାୟ ରଖିବା କଷ୍ଟସାଧ୍ୟ ହୋଇଯାଏ।
ଅନ୍ୟ ଏକ କାରଣର ସୂତ୍ରପାତ ଏହିଠାରୁ ହେଇଥାଏ ଯେ, ପିଲାମାନେ ସ୍ବୟଂସମ୍ପୂର୍ଣ୍ଣ ହେବାପରେ ପରିବାରଠାରୁ ଦୂରେଇ ରହିବା ପସନ୍ଦ କରିଥାଆନ୍ତି। କିଛି କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ, ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ପିଲାମାନେ କିଏ ନିଶା ଇତ୍ୟାଦି ନାନା ପ୍ରକାରର ଖରାପ ଅଭ୍ୟାସରେ ଲିପ୍ତ ହେଲାଣି ତ କେହି ପ୍ରେମଜନିତ କିଛି ବ୍ୟାପାରରେ ବୁଡ଼ି ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଲାଣି। ପ୍ରତ୍ୟେକ ଜୀବନ ସ୍ବାଧୀନତା ଚାହେଁ। ଆମ ପିଲାମାନଙ୍କର ବି ବ୍ୟକ୍ତିତ୍ୱ ରହିଛି। ସେହି ବ୍ୟକ୍ତିତ୍ୱର ବିକାଶ ପାଇଁ ଆମେ ସେମାନଙ୍କୁ ସ୍ବତନ୍ତ୍ର କରାଇବା ଆବଶ୍ୟକ। ସେମାନଙ୍କୁ ନିଜ ମତ ବ୍ୟକ୍ତ କରିବା, ଭାବିବା ଇତ୍ୟାଦି ପାଇଁ ଆମ ଭଳି ସମାନ ଅଧିକାର ଯଦି ଦିଆଯାଏ, ତା’ହେଲେ ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ।

  • ଚିନ୍ମୟୀ ପଣ୍ଡା
    ମୋ:୯୮୬୧୧୯୧୯୬୯

Enter your email to get our daily news in your inbox.

All Right Reserved By Dharitri.Com

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri