ଭୁବନେଶ୍ୱର,୧୯।୮(ବ୍ୟୁରୋ): ଚଳିତ ଖରିଫ ଚାଷ ଲାଗି ରାଜ୍ୟକୁ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି। ତେଣୁ ଅଧିକ ୟୁରିଆ ସାର ଯୋଗାଇବାକୁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍ସୁଖଭାଇ ମାଣ୍ଡବ୍ୟ ଭିଡିଓ କନ୍ଫରେନ୍ସରେ ରାଜ୍ୟ କୃଷିମନ୍ତ୍ରୀମାନଙ୍କ ସହ ବୈଠକ କରି ସାର ଯୋଗାଣର ଉପରେ ସମୀକ୍ଷା କରିଛନ୍ତି।
ଏଥିରେ ମନ୍ତ୍ରୀ ସାହୁ ଅଗଷ୍ଟରେ ବାକି ଥିବା ୟୁରିଆ ସାର ତୁରନ୍ତ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି। ଜୁଲାଇ ଦ୍ବିତୀୟ ସପ୍ତାହରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆର ଚାହିଦା ଅଧିକ ଥାଏ। ୨୦୨୦ ଜୁନ୍ରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ୍ ଟନ୍ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଥିଲା, ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ୍ ଟନ୍ କମ୍ ଥିଲା। ସେହିପରି ଜୁଲାଇରେ ୧୯ ହଜାର ୬୧୯ ମେଟ୍ରିକ୍ ଟନ୍ କମ୍ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା। ଅଗଷ୍ଟରେ ରାଜ୍ୟରେ ଏକ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟ୍ରିକ୍ ଟନ୍ ଯୋଗାଣ ହୋଇଛି। ଜୁନ୍ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ରହିଛି। ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଇଫ୍କୋ, ଆର୍ସିଏଫ୍, ଏନ୍ଏଲ୍ଏଫ୍ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ବ ଉତ୍ପାଦିତ ସାର ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ୍ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାଶ୍ଲେସ୍ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅଦ୍ୟାବଧି ହଜାରଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡିଜିଟାଲ କରାଯାଇଥିବା ମନ୍ତ୍ରୀ ସାହୁ କହିଛନ୍ତି।

ଭୁବନେଶ୍ୱରରେ ପୁଣି ୧୬ କରୋନା ପଜିଟିଭ୍
ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଭୁବନେଶ୍ୱରରେ ଶୁକ୍ରବାର ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ହୋମ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୪...

ସ୍ତ୍ରୀଙ୍କ ପରାଜୟ ପରେ ଥଟ୍ଟା ସହିପାରିଲେନି ସ୍ବାମୀ, ନେଲେ ଏଭଳି ନିଷ୍ପତ୍ତି…
ପଦ୍ମପୁର,୧୪।୩(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନରେ ହାରିଯିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଦମ୍ପତି। ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ...

ନାୟକ ସାର୍, ଭାଗ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଭୁବନେଶ୍ୱର, (ବ୍ୟୁରୋ)/ନାଉଗାଁ,୪।୩(ସ୍ବ.ପ୍ର.):ସମାଜ ପାଇଁ ନିଃସ୍ବାର୍ଥପର ସେବା ଜାରି ରଖିଥିବା ଜଗତ୍ସିଂହପୁର ନାଉଗାଁ ବ୍ଲକ୍ ଶିଖର ପଞ୍ଚାୟତ ଅରଖକୁଦର ନାୟକ ସାର୍ ଓରଫ ସିଲୁ ନାୟକ ଓ...

ଗ୍ୟାସ୍ ଟାଙ୍କିରୁ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୪୦ ବଖରା
ମହାକାଳପଡ଼ା,୨୦।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିୟାମନ୍ତପୁର ଗ୍ରାମରେ ସୋମବାର ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ପରିବାରର ୪୦ ବଖରା ଘର...

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ
ଖଇରା,୭।୩(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ...

‘ବିକାଶରେ ସାମିଲ ହୁଅ’
ଢେଙ୍କାନାଳ ଅଫିସ,୧୫ା୧ ଓଡ଼ିଶା କ୍ରୀଡ଼ା ଓ ଯୁବ ବିକାଶ ପରିଷଦ ଢେଙ୍କାନାଳ ଶାଖା ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ...
ରହସ୍ୟ ହୋଇଯିବ କି ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):ବ୍ଲାକ୍ମେଲର ମହିଳା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରି...

ଯାତ୍ରୀବାହୀ ଟ୍ରେନ୍ ପାଇଁ ରେଳରୋକୋ
କେନ୍ଦ୍ରାପଡ଼ା ଅଫିସ, ୧୧।୧୧: କେନ୍ଦ୍ରାପଡ଼ା ଜିଲା ମ‘ଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରୁ ମାଲବାହୀ ଟ୍ରେନ ଚଳାଚଳ କରୁଛି। ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ...