ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଏମିତି: ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡିଛି। ଏମିତି କି ଗୋଟିଏ ଗୋଟିଏ ବିଭାଗରେ ଡାକ୍ତର ନାହାନ୍ତି। ଏପରି ଦୟନୀୟ ଅବସ୍ଥାରେ ପ୍ରତିଦିନ ହଜାର ହଜାର ରୋଗୀ ସରକାରୀ ଡାକ୍ତରଖାନାରୁ ନିରାଶ ହୋଇ ଘରୋଇ କ୍ଲିନିକ୍‌ ଉପରେ ଭରସା କରି ଖର୍ଚ୍ଚାନ୍ତ ହେଉଛନ୍ତି। ଦୁଇବର୍ଷ ପୂର୍ବରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଫକୀରମୋହନ ମେଡିକାଲ କଲେଜ ସ୍ଥାପିତ ହୋଇଥିଲେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ ଓ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଜିଲାରେ ସରକାରୀ ଅନୁମୋଦିତ ମୋଟ ୩୭୩ ଡାକ୍ତର ପଦ ରହିଛି। ଏବେ ଅଛନ୍ତି ମାତ୍ର ୧୮୩ ଡାକ୍ତର। ୧୯୦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ଉପାନ୍ତ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ୧୪୬ଟି ପଦବୀ ଖାଲି ପଡ଼ିଥିବା ବେଳେ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪୪ ଡାକ୍ତର ପଦବୀ ଖାଲିପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପରାମର୍ଶଦାତା, ରଞ୍ଜନରଶ୍ମି ଚିକିତ୍ସକ, ଶିଶୁ ରୋଗ ଚିକିତ୍ସକ, ଏଟିପିଏଚ୍‌ଓ, ଲେପ୍ରୋସି, ନାସା, କର୍ଣ୍ଣ ଓ ଗଳା ଚିକିତ୍ସକ, ନିଶ୍ଚେତକ ଚିକିତ୍ସକ, ଶଲ୍ୟ ଚିକିତ୍ସକ, ଅସ୍ଥିଶଲ୍ୟ ଚିକିତ୍ସକ, ବ୍ଲଡବ୍ୟାଙ୍କ ଅଫିସର ଆଦି ପଦବୀ ଖାଲି ରହିଛି। ଏହାସହିତ ମେଡିକାଲ ଅଫିସର(ଜେଲ), ମେଡିକାଲ ଅଫିସର(ରିଜର୍ଭ ପୋଲିସ ବାରାକ୍‌), ହେଲ୍‌ଥ ଅଫିସର (ମ୍ୟୁନିସିପାଲିଟି) ଆଦି ପଦବୀରେ କେହିନାହାନ୍ତି। ଅନ୍ୟପକ୍ଷରେ ସିନିୟର ମେଡିକାଲ ଅଫିସର ମଞ୍ଜୁରୀ ପଦ ୮ ଓ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ୨୨ଟି ମଞ୍ଜୁରୀ ପଦ ରହିଥିଲେ ମଧ୍ୟ ପଦବୀଗୁଡ଼ିକ ଦୀର୍ଘଦିନ ଧରି ଫାଙ୍କା ପଡ଼ିଛି। ମେଡିକାଲ କଲେଜ ଓ ହସ୍‌ପିଟାଲ ହେବା ପରେ ଏଠାରେ ସୁପର ସ୍ପେଶିଆଲିଟି ବିଭାଗ ଖୋଲିବା କଥା ମାତ୍ର ସେ ସୁବିଧା ବି ଏଠାରେ ମିଳୁନାହଁି। ପୂର୍ବରୁ ସ୍ନାୟୁଶଲ୍ୟ ବିଭାଗରେ ମେଡିକାଲ କଲେଜର ଡିନ୍‌ ଡା. ପ୍ରତାପ ରଥ ରୋଗୀମାନଙ୍କୁ ଦେଖୁଥିଲେ। ହେଲେ ଡା. ରଥ ଗତ ଜାନୁୟାରୀରେ ଅବସର ନେବା ପରେ ଆଜକୁ ୬ମାସ ହେବ ସେ ବିଭାଗରେ ମଧ୍ୟ କେହି ଡାକ୍ତର ନାହାନ୍ତି। ସେମିତି କାର୍ଡିଓଲୋଜି, ନେଫ୍ରୋଲୋଜି, ପେଡିଆଟ୍ରିକ୍‌, ସର୍ଜରି ଆଦି ସୁପର ସ୍ପେଶିଆଲିଟି ବିଭାଗ ଏଯାଏ ଖୋଲିନାହଁି। ଫଳରେ ଏହି ବିଭାଗର ରୋଗୀମାନେ କଟକ ଓ ଭୁବନେଶ୍ୱରକୁ ଯାଉଛନ୍ତି। କରୋନା ପୂର୍ବରୁ ଦିନକୁ ୪୦ରୁ ଅଧିକ ରୋଗୀଙ୍କୁ ବାହାରକୁ ରେଫର କରାଯାଉଥିବା ବେଳେ କରୋନା ସମୟରେ ଡାକ୍ତରଖାନାକୁ ରୋଗୀ ବହୁତ କମ୍‌ ଆସୁଛନ୍ତି। ତା’ ସତ୍ତ୍ୱେ ଏବେ ୨୦ରୁ ୨୫ ରୋଗୀଙ୍କୁ ବାହାରକୁ ରେଫର କରାଯାଉଛି। ମେଡିକାଲ କଲେଜ ହେଲେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଉଥିଲା, ଏଯାବତ୍‌ ତାହା ସମ୍ଭବ ହୋଇନାହଁି। ଦିନକୁ ଦିନ ଅବ୍ୟବସ୍ଥା ବଢ଼ିଚାଲିଛି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କୁ ପଚାରିବାରୁ ଡାକ୍ତର ଅଭାବ ନେଇ ରୋଗୀ ଚିକିତ୍ସାରେ ଅସୁବିଧା ହେଉଛି। ଅଧିକ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri