ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ

ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ ସର୍ତ୍ତମୂଳକ ଅନୁମତି। ବିନା ଭକ୍ତରେ ହେବ ରଥଯାତ୍ରା। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ଏବଂ କୋଭିଡ୍‌ ଟେଷ୍ଟ ନେଗେଟିଭ ଥିବା ସେବାୟତ ହିଁ କେବଳ ସାମିଲ ହେବେ ସେ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଶେଷ ମୁହୂର୍ତ୍ତରେ ଅନୁମତି ମିଳିବାରୁ ରଥଯାତ୍ରାର ସଫଳ ଆୟୋଜନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ପୁରୀକୁ ମୁଖ୍ୟ ପ୍ରଶାସକ, ଡିଜିପିଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୁଅ ଛୁଟିଲା। ୭୦ ପ୍ଲାଟୁନ ଫୋର୍ସ ଏବଂ ୪୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହେଲେ। ୩ ମନ୍ତ୍ରୀଙ୍କୁ ପୁରୀରେ ଡେରା ପକାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ହେଲେ ସବୁ ସୁରକ୍ଷା ବ୍ୟବସ୍ଥାକୁ କାଟି ଜଣେ ଅଣସେବକ ରଥଯାତ୍ରାରେ ସାମିଲ ହେବା ଏବଂ ରଥ ଉପରକୁ ଯିବା ଘଟଣା ପ୍ରଶାସନିକ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ସମ୍ପୃକ୍ତ ଅଣସେବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ସେବାୟତ।
ସୂଚନା ଅନୁଯାୟୀ, ବାହୁଡ଼ା, ସୁନାବେଶରେ ସାମିଲ ହୋଇଥିବା ଏହି ଅଣସେବକଙ୍କ ଘର ହେଉଛି ଖୋର୍ଦ୍ଧା ଜିଲା ଜଙ୍କିଆ ଅଞ୍ଚଳରେ। ସେ ସେବାୟତ ବେଶ ଧାରଣ କରିଛନ୍ତି ଓ ବେକରେ ପାସ୍‌ ମଧ୍ୟ ପକାଇଛନ୍ତି। ବାହୁଡ଼ା ଯାତ୍ରାରେ ସେବାୟତଙ୍କ ସହ ରଥ ଟାଣିଛନ୍ତି। ସୁନାବେଶରେ ସାମିଲ ହୋଇ ସେବାୟତଙ୍କ ସହ ଫଟୋ ଉଠାଇଛନ୍ତି। ଏପରି କି ରଥ ଉପରକୁ ଯାଇ ଫଟୋ ଉଠାଇଛନ୍ତି। ବହୁ ଫଟୋ ସେ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିିଆରେ ଭାଇରାଲ ହୋଇଛି। ଚଳିତବର୍ଷ ଏତେ କଟକଣା ସତ୍ତ୍ବେ ସମ୍ପୃକ୍ତ ଯୁବକ କିପରି ରଥଯାତ୍ରାରେ ସାମିଲ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହାମାରୀ କରୋନା ସଂକ୍ରମଣକୁ ଦେଖି ଏଥର ରଥଯାତ୍ରା ଦ୍ୱନ୍ଦ୍ୱରେ ରହିଥିଲା। ଆଇନଗତ ଲଢେଇ ପରେ କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ମିଳିଥିଲା। ବିନା ଭକ୍ତରେ ଏବଂ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ସବୁପ୍ରକାର ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ କହିଥିଲେ। ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମାତ୍ର ସମ୍ପୃକ୍ତ ଅଣସେବକ କିପରି ପାସ୍‌ ପାଇ ରଥଯାତ୍ରାରେ ସାମିଲ ହେଲେ ଏବଂ ତାଙ୍କର କୋଭଡ୍ଡ୍‌ ଟେଷ୍ଟ ହୋଇଛି ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, କେତେଜଣ ଦଇତାପତି ସେବକ ଏବଂ ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କୁ ସହଯୋଗ କରିବା ପାଇଁ ସହାୟକ ପାସ୍‌ ମିଳିଥାଏ। ସମ୍ପୃକ୍ତ ସେବକମାନେ ଏହି ପାସ୍‌ ସେମାନଙ୍କୁ ସହଯୋଗ କରିବାକୁ ଥିବା ବ୍ୟକ୍ତିଙ୍କୁ ଦେଇଥାନ୍ତି। କିନ୍ତୁ ସେମାନେ କେବଳ ସହଯୋଗ କରିବାକୁ ଥାନ୍ତି। ଯେଉଁ ଅଣସେବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାଙ୍କୁ କିଏ ପାସ୍‌ ଦେଇଥିଲା? ତାଙ୍କର କୋଭଡ୍‌ ଟେଷ୍ଟ କରାଯାଇଥିଲା ନା ନାହିଁ? ସେ ରଥ ଟାଣିବା ଏବଂ ଅନ୍ୟ କେତେକ ଫଟୋ ଉଠାଇ କିପରି ଭାଇରାଲ କିପରି କଲେ ଏ ସବୁର ତଦନ୍ତ ହେବା ଦରକାର ବୋଲି ଦାସମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?