ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ

ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ ସର୍ତ୍ତମୂଳକ ଅନୁମତି। ବିନା ଭକ୍ତରେ ହେବ ରଥଯାତ୍ରା। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ଏବଂ କୋଭିଡ୍‌ ଟେଷ୍ଟ ନେଗେଟିଭ ଥିବା ସେବାୟତ ହିଁ କେବଳ ସାମିଲ ହେବେ ସେ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଶେଷ ମୁହୂର୍ତ୍ତରେ ଅନୁମତି ମିଳିବାରୁ ରଥଯାତ୍ରାର ସଫଳ ଆୟୋଜନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ପୁରୀକୁ ମୁଖ୍ୟ ପ୍ରଶାସକ, ଡିଜିପିଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୁଅ ଛୁଟିଲା। ୭୦ ପ୍ଲାଟୁନ ଫୋର୍ସ ଏବଂ ୪୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହେଲେ। ୩ ମନ୍ତ୍ରୀଙ୍କୁ ପୁରୀରେ ଡେରା ପକାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ହେଲେ ସବୁ ସୁରକ୍ଷା ବ୍ୟବସ୍ଥାକୁ କାଟି ଜଣେ ଅଣସେବକ ରଥଯାତ୍ରାରେ ସାମିଲ ହେବା ଏବଂ ରଥ ଉପରକୁ ଯିବା ଘଟଣା ପ୍ରଶାସନିକ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ସମ୍ପୃକ୍ତ ଅଣସେବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ସେବାୟତ।
ସୂଚନା ଅନୁଯାୟୀ, ବାହୁଡ଼ା, ସୁନାବେଶରେ ସାମିଲ ହୋଇଥିବା ଏହି ଅଣସେବକଙ୍କ ଘର ହେଉଛି ଖୋର୍ଦ୍ଧା ଜିଲା ଜଙ୍କିଆ ଅଞ୍ଚଳରେ। ସେ ସେବାୟତ ବେଶ ଧାରଣ କରିଛନ୍ତି ଓ ବେକରେ ପାସ୍‌ ମଧ୍ୟ ପକାଇଛନ୍ତି। ବାହୁଡ଼ା ଯାତ୍ରାରେ ସେବାୟତଙ୍କ ସହ ରଥ ଟାଣିଛନ୍ତି। ସୁନାବେଶରେ ସାମିଲ ହୋଇ ସେବାୟତଙ୍କ ସହ ଫଟୋ ଉଠାଇଛନ୍ତି। ଏପରି କି ରଥ ଉପରକୁ ଯାଇ ଫଟୋ ଉଠାଇଛନ୍ତି। ବହୁ ଫଟୋ ସେ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିିଆରେ ଭାଇରାଲ ହୋଇଛି। ଚଳିତବର୍ଷ ଏତେ କଟକଣା ସତ୍ତ୍ବେ ସମ୍ପୃକ୍ତ ଯୁବକ କିପରି ରଥଯାତ୍ରାରେ ସାମିଲ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହାମାରୀ କରୋନା ସଂକ୍ରମଣକୁ ଦେଖି ଏଥର ରଥଯାତ୍ରା ଦ୍ୱନ୍ଦ୍ୱରେ ରହିଥିଲା। ଆଇନଗତ ଲଢେଇ ପରେ କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ମିଳିଥିଲା। ବିନା ଭକ୍ତରେ ଏବଂ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ସବୁପ୍ରକାର ପଦକ୍ଷେପ ନେବାକୁ ସୁପ୍ରିମ୍‌କୋର୍ଟ କହିଥିଲେ। ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମାତ୍ର ସମ୍ପୃକ୍ତ ଅଣସେବକ କିପରି ପାସ୍‌ ପାଇ ରଥଯାତ୍ରାରେ ସାମିଲ ହେଲେ ଏବଂ ତାଙ୍କର କୋଭଡ୍ଡ୍‌ ଟେଷ୍ଟ ହୋଇଛି ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, କେତେଜଣ ଦଇତାପତି ସେବକ ଏବଂ ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କୁ ସହଯୋଗ କରିବା ପାଇଁ ସହାୟକ ପାସ୍‌ ମିଳିଥାଏ। ସମ୍ପୃକ୍ତ ସେବକମାନେ ଏହି ପାସ୍‌ ସେମାନଙ୍କୁ ସହଯୋଗ କରିବାକୁ ଥିବା ବ୍ୟକ୍ତିଙ୍କୁ ଦେଇଥାନ୍ତି। କିନ୍ତୁ ସେମାନେ କେବଳ ସହଯୋଗ କରିବାକୁ ଥାନ୍ତି। ଯେଉଁ ଅଣସେବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାଙ୍କୁ କିଏ ପାସ୍‌ ଦେଇଥିଲା? ତାଙ୍କର କୋଭଡ୍‌ ଟେଷ୍ଟ କରାଯାଇଥିଲା ନା ନାହିଁ? ସେ ରଥ ଟାଣିବା ଏବଂ ଅନ୍ୟ କେତେକ ଫଟୋ ଉଠାଇ କିପରି ଭାଇରାଲ କିପରି କଲେ ଏ ସବୁର ତଦନ୍ତ ହେବା ଦରକାର ବୋଲି ଦାସମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri