ମରାମତି ହେଲାନି ରତ୍ନଭଣ୍ଡାର

ପୁରୀ ଅଫିସ,୬ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ବହୁ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର। ବାହାର ରତ୍ନଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଇଥାଏ। କିନ୍ତୁ ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ୩୫ବର୍ଷ ହେଲା ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ ହୋଇନାହିଁି। ସେବାୟତମାନେ ଅନେକ ସମୟରେ ରତ୍ନଭଣ୍ଡାରରୁ ପାଣି ଗଳୁଥିବା କଥା ଉଠାଇଛନ୍ତି। ପରିଚାଳନା କମିଟିରେ ବି ରତ୍ନଭଣ୍ଡାର ଖୋଲାଯାଇ ଗୃହର ସ୍ଥିତି ପରଖିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ତାହା ବାସ୍ତବ ରୂପ ନେଇପାରି ନାହିଁ। ଥରେ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସଫଳତା ମିଳିନାହିଁ। ଇତିମଧ୍ୟରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥିବାରୁ ବର୍ଷା ବଢ଼ିବ। ତେବେ ଭଣ୍ଡାର ଘର ମରାମତି ହୋଇ ନ ଥିବାରୁ ପାଣି ଗଳିବା ଆଶଙ୍କା ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ପ୍ରତି ଏଭଳି ଅଣଦେଖାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ ଓ ସେବାୟତ। ଦିଲୀପ ବରାଳ ନାମକ ଭକ୍ତ ଏ ନେଇ ରବିବାର ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ରତ୍ନଭଣ୍ଡାର ଘରର ଛାତ ସ୍ଥିତି ଭିତରପଟୁ ଯାଞ୍ଚ କରାଯିବା ସହ ମରାମତି ନିମନ୍ତେ ଆଇନ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ବରାଳ ଅନୁରୋଧ କରିଛନ୍ତି।
୨୦୧୮ ମାର୍ଚ୍ଚ ୨୦ରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷ ଓ ରତ୍ନଭଣ୍ଡାରରୁ ପାଣି ଗଳୁଥିବା ନେଇ କେତେଜଣ ସେବାୟତଙ୍କ ସୂଚନାକୁ ଆଧାର କରି କମିଟିରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ରତ୍ନଭଣ୍ଡାର ସବ୍‌କମିଟି ଉପସ୍ଥିତିରେ ଉକ୍ତ ଗୃହ ଖୋଲାଯିବାକୁ ବୈଠକରେ ଚୂଡ଼ାନ୍ତ ହୋଇଥିଲା। ହେଲେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ କିଛି ସଙ୍ଗଠନ ବିରୋଧ କରିଥିଲେ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଥିଲା। ସରକାର ଏଥିଲାଗି ଏକାଧିକ ସର୍ତ୍ତ ରଖି ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ କରିବା ପାଇଁ ଅନୁମତି ଦେଇଥିଲେ। ଏହାପରେ ରତ୍ନଭଣ୍ଡାର ସବ୍‌କମିଟି ବୈଠକ ବସିଥିଲା। କେବଳ ରତ୍ନଭଣ୍ଡାର କାନ୍ଥ ଓ ଛାତର ସ୍ଥିତି ଅନୁଧ୍ୟାନ କରାଯିବ। ଅଳଙ୍କାର ଓ ଆସବାବପତ୍ର କେହି ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପରେ ଛତିଶା ନିଯୋଗ ବୈଠକରେ ତାରିଖ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁଓର (ଏସ୍‌ଓପି) ପ୍ରସ୍ତୁତ ହୋଇଥିଲା। ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଖୋଲାଯାଇ ପାରି ନ ଥିଲା ଭିତର ରତ୍ନଭଣ୍ଡାର। ବହୁ ଆଡମ୍ବରରେ ଲଘୁକ୍ରିୟା ସଦୃଶ ବାହାର ଭଣ୍ଡାରରୁ ଫେରି ଆସିଥିଲେ ଯାଞ୍ଚ ଟିମ୍‌। କୁହାଯାଇଥିଲା ଭିତର ଭଣ୍ଡାର ଖୋଲିବା ଆବଶ୍ୟକ ପଡ଼ିିଲାନି। ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ପରଖାଯାଇଥିଲା। ବାହାର ଭଣ୍ଡାରର କାନ୍ଥ ଓଦା ରହିଥିବାବେଳେ ପ୍ଲାଷ୍ଟର ଦୁର୍ବଳ ଜଣାପଡୁଥିଲା। ଇତିମଧ୍ୟରେ ୨ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି, ଏ ପର୍ଯ୍ୟନ୍ତ ଭିତର ଭଣ୍ଡାର ଖୋଲାଗଲାନି କି ଆବଶ୍ୟକ ମରାମତି ହେଲାନାହିଁ।
ପରେ ଜଣାପଡ଼ିିଥିଲା ଭିତରଭଣ୍ଡାର ଚାବି ହଜିଯାଇଥିବାରୁ ତାହା ଖୋଲାଯାଇ ପାରି ନ ଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୮ ନଭେମ୍ବର ୨୮ରେ କମିଶନ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ତଥାପି ଏପର୍ଯ୍ୟନ୍ତ ଭଣ୍ଡାର ଘର ଖୋଲିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାଦ୍ୱାରା ଭଣ୍ଡାର ଘର ଏବଂ ଏହା ମଧ୍ୟରେ ଥିବା ଦୁର୍ମୂଲ୍ୟ ସମ୍ପଦ ଏବେ ଅସୁରକ୍ଷିତ ହୋଇପଡ଼ିଛି। କ’ଣ ପାଇଁ ଭଣ୍ଡାର ଘର ଖୋଲାଯାଉ ନାହିଁ, କାହିଁକି ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରାଯାଉଛି ବୋଲି ବିଭିନ୍ନ ସଙ୍ଗଠନ ଏବଂ ଭକ୍ତ ପ୍ରଶ୍ନ ଉଠାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri