୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ

ଗୋପାଳପୁର,୧୩ା୯(ଡି.ଏନ୍‌.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ ମେଣ୍ଢରାଜପୁର ଗାଁର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ରତିବର୍ଷ ଏହି ସମୟରେ ଘଡ଼ୋକାନାଳ ଓ ଆମ୍ବଘାଇର ଜଳ ଏକ୍ସିଙ୍ଗ ମୁହାଣ ଦେଇ ସମୁଦ୍ରରେ ମିଶିଥାଏ। ବିଭିନ୍ନ ସମୟରେ ଠିକ୍‌ ଭାବରେ ନିଷ୍କାସନ ନ ହୋଇପାରିଲେ ଉକ୍ତ ଅଞ୍ଚଳର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଏ। ଫଳରେ ଚାଷୀଙ୍କ ଫସଲ ନଷ୍ଟହେବା ସହ ବହୁ କ୍ଷୟକ୍ଷତି ହୋଇଥାଏ। ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବାରମ୍ବାର ପ୍ରଶାସନ ଓ ଜଳସେଚନ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା କରାଯାଉନାହିଁ। ଏହାଦ୍ୱାରା ପ୍ରତିବର୍ଷ ଚାଷୀମାନଙ୍କ ଆର୍ଥିକ ହାନି ଘଟୁଛି। ଗତ ଏକ ମାସ ପୂର୍ବେ ଚାଷୀମାନେ ନିଜ ନିଜ ଜମିରେ ଧାନ ଫସଲର ତଳି ପକାଇଥିଲେ। କିନ୍ତୁ ଗତ ୨ଦିନ ହେବ ଲଘୁଚାପଜନିତ ଲଗାଣବର୍ଷା କାରଣରୁ ମେଣ୍ଢରାଜପୁର ଓ ଆଖପାଖ ଗାଁ ଗୁଡ଼ିକରେ ଥିବା ପ୍ରାୟ ୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ଆଣ୍ଠୁଏରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇ ରହିଛି। ଏହାଦ୍ୱାରା ଚଳିତ ବର୍ଷ ମଧ୍ୟ ଚାଷୀ ନିଜ ଫସଲ ନଷ୍ଟହେବା ଆଶଙ୍କାରେ ଏବେଠାରୁ ଚିନ୍ତାରେ ଅଛନ୍ତି। ଏହାର ପ୍ରଭାବରେ ମନ୍ତ୍ରୀଡ଼ି, ଶାସନ ପଦର, ବୟାଳି, ହରଡ଼ଙ୍ଗ, କାନାପଲ୍ଲୀ, ଢେପନାପଡ଼ା, ଇନ୍ଦ୍ରାକ୍ଷୀ, ତୁଳୁ ଓ ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଛି। ମେଣ୍ଢରାଜପୁରରେ ଥିବା ଆନିକଟ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜଳ ନିଷ୍କାସନ ନ ହୋଇପାରିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମେଣ୍ଢରାଜପୁର ଆନିକଟ ଓ ଘୋଡ଼କାନାଳ ପୁନରୁଦ୍ଧାର ନିମନ୍ତେ ୧୫ କୋଟି ଟଙ୍କା ଅନୁମୋଦିତ ହୋଇଥିଲେ ସୁଦ୍ଧା ଏଯାଏ ଟେଣ୍ଡର ପ୍ରକ୍ରିୟା ହୋଇପାରି ନ ଥିବା ଜଣାପଡ଼ିଛି। ତୁରନ୍ତ ଜିଲା ପ୍ରଶାସନ ଓ ଜଳସେଚନ ବିଭାଗ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?