ତୋରଣରେ ସ୍ବର୍ଣ୍ଣମନ୍ଦିର

ଭୁବନ,୧୩।୯(ଡି.ଏନ୍‌.ଏ.):ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ପ୍ରତିଯୋଗିତାପୂର୍ଣ୍ଣ ମହୋତ୍ସବରେ ୧୩ ମଣ୍ଡପ ସାମିଲ ହୋଇଥିବାବେଳେ ମୂର୍ତ୍ତି, ମେଢ଼, ସାଜସଜ୍ଜାକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏଥିରେ ନିଜକୁ ସାମିଲ କରିଛି ପୋଥାଳ ସାହି ପୂଜା କମିଟି। ଚଳିତବର୍ଷ ପୂଜା ପ୍ରତିଷ୍ଠାନର ୧୨ଶ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ତେବେ ମୁଖ୍ୟ ଆକର୍ଷଣ ସାଜିବ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିର ଆକୃତିର ତୋରଣ। ମା’ଙ୍କ ଆବାହନକୁ ହାତଗଣତି ଦିନ ବାକି ଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଦିନରାତି ଏକ କରିଦେଇଛନ୍ତି କମିଟି ସଦସ୍ୟ।
ଦଶହରା ବଳଦ ଯାତ୍ରାରେ ଦୀର୍ଘବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ପୋଥାଳ ସାହି ୧୨ବର୍ଷ ତଳେ ସାର୍ବଜନୀନ ଦୁର୍ଗାପୂଜାରେ ସାମିଲ ହୋଇଥିଲା। ପ୍ରଥମ ବର୍ଷ ୧ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟରେ ପୂଜାର ଆୟୋଜନ କରାଯାଇଥିଲା। ଏବେ ଖର୍ଚ୍ଚ ବୃଦ୍ଧି ପାଇ ସାଢ଼େ ୪ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ଏହି ଅର୍ଥରେ ପୂଜାଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ କରାଯିବ। ମା’ ଦଶଭୁଜାଙ୍କ ମୂର୍ତ୍ତି ନିର୍ମାଣ ପାଇଁ କଟକ ଜିଲା ଟାଙ୍ଗୀର ଶିଳ୍ପୀ ନିୟୋଜିତ ହୋଇଛନ୍ତି। ସେହିପରି କଟକ ଏବଂ ସାଲେପୁର ଅଞ୍ଚଳର କାରିଗର ସ୍ବର୍ଣ୍ଣମନ୍ଦିର ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ତୋରଣ କାମ ଆରମ୍ଭ କରିସାରିଲେଣି। ମା’ଙ୍କ ଆବାହନଠାରୁ ଆରମ୍ଭ କରି ବିସର୍ଜନ ଯାଏ ଦୈନିକ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଭସାଣି ଶୋଭାଯାତ୍ରାକୁ ସ୍ବତନ୍ତ୍ର କରିବା ଲାଗି କୋଲକାତାରୁ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଓ ବାଜା ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?