ଭବାନୀପାଟଣାରେ ମାଙ୍କଡ଼ ଆତଙ୍କ ଜାରି

ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୁଣି ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ସହରର ଗୋଦାମପଡ଼ାରେ ଗୋଟିଏ ମାଙ୍କଡ଼ ପ୍ରାୟ ୧୫ ଜଣଙ୍କୁ ଆକ୍ରମଣ କରିଥିଲା। ଏଥିରେ ସମସ୍ତ ଆହତଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପରେ ବନବିଭାଗର ଆର୍‌ଆର୍‌ଟି (ରାପିଡ୍‌ ରେଶପନ୍ସ ଟିମ୍‌) ଅପରେଶନ ଆରମ୍ଭ କରି ଦୀର୍ଘ ୮ ଘଣ୍ଟା ପରେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି ଧରିବାରେ ସଫଳ ହୋଇଥିଲା। ମାଙ୍କଡ଼କୁ ନିକଟସ୍ଥ ଡ଼ଙ୍ଗରିରେ ଛଡା ଯାଇଥିଲା। ହେଲେ ଏହି ମାଙ୍କଡ଼ ଶୁକ୍ରବାର ସକାଳେ ପୁଣି ସହରକୁ ଆସି ଆତଙ୍କ ମଚାଇଛି। ସହରର ଧୋବାପଡ଼ା, ଚଞ୍ଚରାପଡ଼ା, ଆହାର କେନ୍ଦ୍ର, ଗାନ୍ଧୀ ଛକ, ଷ୍ଟେଚ୍ୟୁ ପଡ଼ାରେ ପ୍ରାୟ ୧୫ ଜଣଙ୍କୁ ଆକ୍ରମଣ କରିଥିବା ଏହି ମାଙ୍କଡ଼କୁ କାବୁ କରିବାରେ ଫେଲ ମାରିଛି ବନ ବିଭାଗ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର ଆର୍‌ଆର୍‌ଟି ଟିମ୍‌ ପହଞ୍ଚତ୍ଥିଲେ ମଧ୍ୟ ମାଙ୍କଡକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଛି। ଫଳରେ ସହରରେ ଏବେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏ ନେଇ ଭବାନୀପାଟଣା ବାସିନ୍ଦା ଆଶ୍ୱିନ ଚନ୍ଦନ କହିଛନ୍ତି ଯେ, ଗତକାଲି ସହରର ଗୋଦାମପଡ଼ାରେ ମାଙ୍କଡ ଲୋକଙ୍କୁ ଆକ୍ରମଣ କରିଥିଲା। ବନ ବିଭାଗ ମାଙ୍କଡକୁ ଧରିଥିଲେ ମଧ୍ୟ ଦୂରରେ ଛାଡ଼ିବା ପରିବର୍ତ୍ତେ ସହର ନିକଟରେ ଛାଡି ଦେବା ଫଳର ଆଜି ମାଙ୍କଡ ସହରକୁ ଆସି ଲୋକଙ୍କୁ ଆକ୍ରମଣ କରିଛି। ଏଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଙ୍ଗଲ କ୍ଷୟ ହେବା କାରଣରୁ ମାଙ୍କଡମାନେ ସହରକୁ ଖାଦ୍ୟ ପାଇଁ ଆସୁଛନ୍ତି। ଆଉ ସହରରେ ଲୋକେ ଖାଦ୍ୟ ଦେବା କାରଣରୁ ସେମାନେ ସହର ଛାଡ଼ି ଯାଉ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ୨ ଦିନରେ ମାଙ୍କଡ଼ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଥିବା ଜଣାପଡିଛି। ଖବର ଲେଖାହେବା ପର୍ଯ୍ୟନ୍ତ ମାଙ୍କଡ଼କୁ ଧରିବା ପାଇଁ ବନ ବିଭାଗର ଆର୍‌ଆର୍‌ଟି ଟିମ୍‌ ଅପରେଶନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?