Posted inଖେଳ

ପଦ ଛାଡ଼ିଲେ ମିସ୍‌ବା-ଉଲ୍‌-ହକ୍‌

ଲାହୋର,୧୪।୧୦: ମିସ୍‌ବା-ଉଲ୍‌-ହକ୍‌ ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରି ଯାଇଛନ୍ତି। ପାକିସ୍ତାନ ଦଳର ମୁଖ୍ୟ କୋଚ୍‌ ଭାବେ ନିଜ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିବାକୁ ମିସ୍‌ବା ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ନଭେମ୍ବର ୩୦ ପର୍ଯ୍ୟନ୍ତ ସେ ମୁଖ୍ୟ ଚୟନକର୍ତ୍ତା ପଦରେ ରହିବେ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଜଣାଇ ଦେଇଛନ୍ତି। ଲାହୋରରେ ବୁଧବାର ଅନୁଷ୍ଠିତ ଖବଦରଦାତା ସମ୍ମିଳନୀରେ ମିସ୍‌ବା ଏହି ସୂଚନା ପ୍ରଦାନ କରିଛନ୍ତି। ପାକିସ୍ତାନ ଦଳର ଏହି ପୂର୍ବତନ ଅଭିଜ୍ଞ ଖେଳାଳି କହିଛନ୍ତି, ଆଗାମୀ ଜିମ୍ବାଓ୍ବେ ବିପକ୍ଷ ସିରିଜ ଲାଗି ସେ ଦଳ ଚୟନ କରିବେ। କିନ୍ତୁ ଏହାପରେ କେବଳ ମୁଖ୍ୟ ପ୍ରଶିକ୍ଷକ ଭାବରେ ମୋର ଭୂମିକା ଉପରେ ଧ୍ୟାନ ଦେବି। ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ମିସ୍‌ବା ଗତବର୍ଷ ସେପ୍ଟେମ୍ବରରୁ ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଟା ନିର୍ବାଚନ: ଜୈନ ସଭାପତି, ଧୂପର ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୭ା୯ (ପି.ଟି.)-ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)ର ବାର୍ଷିକ ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ରାଜ୍ୟ ସଭା ସଦସ୍ୟ ଅନିଲ ଜୈନ...

ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ: ଫେଡରର

ନ୍ୟୁୟର୍କ,୨୮।୮(ପି.ଟି.)- ୟୁଏସ୍‌ ଓପନ ପ୍ରଥମ ରାଉଣ୍ଡର ପ୍ରଥମ ସେଟ୍‌ରେ ଝଟ୍‌କା ଦେଇଥିବା ସୁମିତ୍‌ ନାଗାଲଙ୍କୁ ଅଭିଜ୍ଞ ରୋଜର ଫେଡରର ପ୍ରଶଂସା କରିଛନ୍ତି। ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ...

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି...

ହୋଲିରେ ରଙ୍ଗେଇ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୮।୩: ଭାରତୀୟ ଦଳ ହୋଲି ଅବସରରେ ଅହମ୍ମଦାବାଦ ଟେଷ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇନ୍ଦୋରରେ ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ଅହମ୍ମଦାବାଦ ଟେଷ୍ଟ...

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ବାଲେଶ୍ବର ଚାମ୍ପିୟନ

ଭୁବନେଶ୍ୱର,୧୨ା୧୨(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା...

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି।...

ଧୈର୍ଯ୍ୟ, ସଂକଳ୍ପ, ସାହସିକତା ଦେଖାଇଛୁ: କୋହଲି

ଚେନ୍ନାଇ,୧୭।୨(ପି.ଟି.): ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଖୁସିକୁ ଛପାଇ ରଖିପାରି ନାହାନ୍ତି। ଏହା ଆମ...

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଚଳିତବର୍ଷ ଭାରତ ତା’ର ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବାରାତ୍ର ଟେଷ୍ଟ ଖେଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଯେକୌଣସି ଭେନ୍ୟୁରେ...

Advertisement
Archives

Model This Week