Posted inଜାତୀୟ

ରାମଲୀଳା ପାଇଁ ଚାଲିଛି ପ୍ରସ୍ତୁତି, ମନୋଜ ତିଓ୍ବାରୀ କରିବେ ଅଭିନୟ

ନୂଆଦିଲ୍ଲୀ,୩୦।୮: କରୋନା ସମୟରେ ଦେଶରେ ସବୁ ମହୋତ୍ସବ ଫିକା ପଡିଯାଇଛି। ମାସ ମାସ ଧରି ଠପ୍‌ ହୋଇଯାଇଛି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଧୀରେ ଧୀରେ ସବୁକିଛି ସାଧାରଣ ହେବାକୁ ଲାଗିଛି। ଏବେ ରାମଲୀଳା ମଞ୍ଚସ୍ଥ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାର ଅଯୋଧ୍ୟା ରାମଲୀଳା କମିଟିର କାର୍ଯ୍ୟାଳୟର ଅଧିକାରୀମାନେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ପରାମର୍ଶଦାତା, ବରିଷ୍ଠ ଭାଜପା ନେତା ତଥା ଏମ୍‌ପି ପ୍ରଭେଶ ଭର୍ମା କହିଛନ୍ତି ଯେ ଏହି ରାମଲୀଳା ଷ୍ଟେଜ ସବୁଠାରୁ ସୁନ୍ଦର ହେବ। ରାମଲୀଳାରେ ଏମ୍‌ପି ତଥା ଚଳଚ୍ଚିତ୍ର ତାରକା ମନୋଜ ତିୱାରୀ ଅଙ୍ଗଦ ଏବଂ ଗୋରଖପୁର ଏମ୍‌ପି ତଥା ଚଳଚ୍ଚିତ୍ର ତାରକା ରବି କିଶନ ଭରତ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ତାରକା ବିନ୍ଦୁ ଦାରା ସିଂ ହନୁମାନ ଜୀ, ଚଳଚ୍ଚିତ୍ର ତାରକା ଅଶ୍ରାନୀ ନାରଦ ମୁନି, ଫିଲ୍ମ ଷ୍ଟାର ରଜା ମୁରାଦ ଅହିରାବଣ, ଚଳଚ୍ଚିତ୍ର ତାରକା ଶାହବାଜ ଖାନ ରାବଣ ଭୂମିକାରେ ନଜର ଆସିବେ। ସେହିପରି ଅବତାର ଗିଲ ଏବଂ ରାଜେଶ ପୁରୀଙ୍କ ଭଳି ଅନେକ ବଡ ଚଳଚ୍ଚିତ୍ର ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମଧ୍ୟ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଘରେ ଚଢ଼ାଉ

ନୂଆଦିଲ୍ଲୀ,୧୮।୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ପୁତୁରା ଏବଂ ଅନ୍ୟ କିଛି ନେତାଙ୍କ ଘରେ ମଙ୍ଗଳବାର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବେଆଇନ...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

ଆସାମରେ ଭାଜପା ସହିତ କଂଗ୍ରେସର କଡ଼ା ମୁକାବିଲା: ୫ ଦଳ ସହିତ ମିଳାଇବ ହାତ

ଗୁଆହାଟି, ୨୦।୧: ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ଭାଜପା ସହ କଡ଼ା ମୁକାବିଲା କରିବା...

ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ହେବ କେନ୍ଦ୍ରଶାସିତ ଅଞ୍ଚଳ: ରାଜନାଥ ସିଂଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ  ସୋମବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌, ନୌସେନା...

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର...

ଚିନ୍ତା ବଢାଉଛି ଧରାବି

ମୁମ୍ବାଇ,୨୪।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ...

ଟନେଲରେ ଅଟକି ରହିଛନ୍ତି ୩୦ ଜଣ

ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍‌ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ...

ସଞ୍ଜୟ ରାଉତଙ୍କୁ ଦ୍ୱିତୀୟ ସମନ ପଠାଇଲା ଇଡି: ଜୁଲାଇ ୧ରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ,୨୮।୬: ଶିବସେନା ଏମ୍‌ପି ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦ୍ୱିତୀୟ ସମନ ପଠାଇଛି। ପାତ୍ରା ଚୌଲ ଜମି ଦୁର୍ନିତୀ...

Advertisement
Archives

Model This Week